ପ୍ରଚାରରେ ଖର୍ଚ୍ଚ ପୁଳା ପୁଳା ଟଙ୍କା, ହେଲେ ମାଆ ମାନଙ୍କୁ ଦିନକୁ ୨୭ ଟଙ୍କା ଦେଇ ବାହା ବାହା ନେଉଛନ୍ତି ସରକାର: ନବୀନ

The Sakala Picture
Published On

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସବୁବେଳେ ନାରୀ ସଶକ୍ତିକରଣକୁ ଅଗ୍ରାଧିକାର ଦେଉଥିବା ବିଜୁ ଜନତା ଦଳ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଛି। ମହିଳା ଦିବସର ଅଭିନନ୍ଦନ ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ନିଜ ଅଭିଭାଷଣ ଜୟ […]

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସବୁବେଳେ ନାରୀ ସଶକ୍ତିକରଣକୁ ଅଗ୍ରାଧିକାର ଦେଉଥିବା ବିଜୁ ଜନତା ଦଳ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଛି। ମହିଳା ଦିବସର ଅଭିନନ୍ଦନ ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ସେ ନିଜ ଅଭିଭାଷଣ ଜୟ ଜଗନ୍ନାଥ କହି ଆରମ୍ଭ କରିଥିଲେ। କହିଥିଲେ ଯେ, ଆଜି ବିଶ୍ୱ ମହିଳା ଦିବସ । ଏହି ଅବସରରେ ବିଜେଡି ମହିଳା କାର୍ଯ୍ୟକ୍ରମରେ ଯୋଗ ଦେଇ ବହୁତ ଖୁସି। ମାଆ ହେଉଛନ୍ତି ପରିବାର ଓ ସମାଜର ଶକ୍ତି। ୧୯୯୦ ମସିହାରେ ବିଜୁ ପଟ୍ଟନାୟକ ମାଆ ମାନଙ୍କୁ ସଶକ୍ତ କରିବାକୁ କାମ କରି ପଞ୍ଚାୟତରେ ୩୩% ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ସରକାରୀ ଚାକିରିରେ ମଧ୍ୟ ସେ ସଂରକ୍ଷଣ ଲାଗୁକରିଥିଲେ। ହେଲେ ଦୁଃଖର କଥା ଡବଲ ଇଞ୍ଜିନ ସରକାର ବିଜୁ ବାବୁଙ୍କୁ ଅସମ୍ମାନ କରିଛନ୍ତି। ତାଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ହେଲାନି। ତାଙ୍କ ଆଦର୍ଶରେ ବିଜେଡି ସରକାର ମହିଳା ସଂରକ୍ଷଣ ବୃଦ୍ଧି କରିଥିଲା। ସଂସଦ ଓ ବିଧାନସଭାରେ ୩୩% ସଂରକ୍ଷଣ ପାଇଁ ବିଜେଡି ଦାବି ରଖିଛି। ମିଶନ ଶକ୍ତି ମାଆ ମାନଙ୍କୁ ସଶକ୍ତ କରିଛି। ଡବଲ ଇଞ୍ଜିନ ସରକାର ଏହାକୁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି। ମାଆ ମାନଙ୍କୁ ବିଭ୍ରାନ୍ତି କରିବାକୁ ଚେଷ୍ଟା କରିଛନ୍ତି। ପ୍ରଚାର ପାଇଁ ଶହ ଶହ କୋଟି ଖର୍ଚ୍ଚ କରିଛନ୍ତି। ହେଲେ ମାଆ ମାନଙ୍କୁ ଦିନକୁ ୨୭ ଟଙ୍କା ଦେଇଛନ୍ତି। ଏଥିରେ କ୍ଷୀର କିଣି ପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଆପଣ ମାନେ ବିଜେଡିର ପ୍ରତିନିଧି। ସମସ୍ତଙ୍କୁ ସଚେତନ କରନ୍ତୁ। ମାଆ ମାନଙ୍କୁ ବିଭ୍ରାନ୍ତି କରିବାକୁ ଚେଷ୍ଟାକୁ ବିରୋଧ କରନ୍ତୁ ବୋଲି ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର