ସ୍ୱାମୀଙ୍କ ମୃତ୍ୟୁର ୨ ବର୍ଷ ପରେ ବି ଭୁଲି ପାରିନାହାନ୍ତି ସ୍ତ୍ରୀ; ପ୍ରତିମୂର୍ତ୍ତି ସହ ବିବାହ କରି ଶଙ୍ଖା, ସିନ୍ଦୂର ପିନ୍ଧିଲେ ସାଗରିକା

The Sakala Picture
Published On

ବିଷମକଟକ: ବିଷମକଟକ ଅଞ୍ଚଳର ଜଣାଶୁଣା ଡାକ୍ତର ସୀମର ରାୟ ଦୁଇବର୍ଷ ତଳୁ ଆରପାରିକୁ ଚାଲିଗଲେଣି। ସମାଜ ଆଖିରେ ତାଙ୍କର ଦେହାନ୍ତ ହୋଇସାରିଥିଲେ ହେଁ ପରିବାରଲୋକଙ୍କ ଗହଣରେ ଏବେ ବି ସେ ଜୀବିତ ଅଛନ୍ତି। ସକାଳୁ ସକାଳୁ ପତ୍ନୀ ସାଗରିକା ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି। ତାଙ୍କରି ନାଁରେ ଶଙ୍ଖା, ସିନ୍ଦୂର ପିନ୍ଧୁଛନ୍ତି। ତାଙ୍କ ପାଇଁ ଟେବୁଲ୍‌‌ରେ ଚା’ କପ୍‌ ସାଙ୍ଗକୁ ପେପର୍‌ ବି ଥୋଉଛନ୍ତି। ପୁଅ-ଝିଅ ବି ସମୀରଙ୍କ କୋଳରେ ବସି ଗେଲ ହେଉଛନ୍ତି। ସ୍କୁଲ‌ରେ […]

ବିଷମକଟକ: ବିଷମକଟକ ଅଞ୍ଚଳର ଜଣାଶୁଣା ଡାକ୍ତର ସୀମର ରାୟ ଦୁଇବର୍ଷ ତଳୁ ଆରପାରିକୁ ଚାଲିଗଲେଣି। ସମାଜ ଆଖିରେ ତାଙ୍କର ଦେହାନ୍ତ ହୋଇସାରିଥିଲେ ହେଁ ପରିବାରଲୋକଙ୍କ ଗହଣରେ ଏବେ ବି ସେ ଜୀବିତ ଅଛନ୍ତି। ସକାଳୁ ସକାଳୁ ପତ୍ନୀ ସାଗରିକା ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି। ତାଙ୍କରି ନାଁରେ ଶଙ୍ଖା, ସିନ୍ଦୂର ପିନ୍ଧୁଛନ୍ତି। ତାଙ୍କ ପାଇଁ ଟେବୁଲ୍‌‌ରେ ଚା’ କପ୍‌ ସାଙ୍ଗକୁ ପେପର୍‌ ବି ଥୋଉଛନ୍ତି। ପୁଅ-ଝିଅ ବି ସମୀରଙ୍କ କୋଳରେ ବସି ଗେଲ ହେଉଛନ୍ତି। ସ୍କୁଲ‌ରେ ଆଜି କୋଉ କ୍ଲାସ୍‌ ହେଲା, କୋଉ ଦିଦି-ସାର୍‌ କ’ଣ କହିଲେ; ସବୁ ଗୋଟି ଗୋଟି କରି କହୁଛନ୍ତି। ଅଳି କରି ବାପାଙ୍କୁ ନିଜର ପ୍ରିୟ ଜିନିଷ ବି ମାଗୁଛନ୍ତି।ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସଦର ଅଞ୍ଚଳରେ।

ଆହୁରି ପଢ଼ନ୍ତୁ: ମାଷ୍ଟର କ୍ୟାଣ୍ଟିନ୍ ଛକରେ ବ୍ୟାପକ ହିଂସାକାଣ୍ଡ ଘଟଣା: କ୍ଷମା ମାଗିଲେ ଅନ୍‌ଲାଇନ୍ ଅଟୋ ସଂଘ ସଭାପତି

ସୂଚନାନୁଯାୟୀ, ୨୦୨୩ ମସିହାରେ ଡାକ୍ତର ସମୀର ରାୟଙ୍କ ଅସମୟରେ ଦେହାନ୍ତ ହୋଇଯାଇଥିଲା। ରୀତିନୀତି ଅନୁଯାୟୀ ପରିବାରଲୋକ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ। କିନ୍ତୁ ସମୀରଙ୍କ ସ୍ମୃତିକୁ ପରିବାରଲୋକ ଭୁଲି ପାରିନଥିଲେ। ସ୍ତ୍ରୀ ସାଗରିକା, ପୁଅ ସୂରଜ ଓ ଝିଅ ଅଙ୍କିତା ପ୍ରତି ମୂହୁର୍ତ୍ତରେ ସୀମରଙ୍କୁ ଝୁରି ହେଉଥିଲେ। ତେଣୁ ସାଗରିକାଙ୍କ ମୁଣ୍ଡକୁ ଏକ ନୂଆ ଚିନ୍ତା ଜୁଟିଥିଲା। କୋଲକାତା‌ରୁ ସମୀରଙ୍କର ଏକ ଅବିକଳ ସିଲିକନ୍‌ ପ୍ରତିମୂର୍ତ୍ତି ତିଆରି କରାଇ ତାକୁ ମୁନିଗୁଡ଼ାସ୍ଥିତ ବାସଭବନରେ ଘରେ ସ୍ଥାପନା କରାଇଛନ୍ତି। ସନାତନ ଧର୍ମ ଅନୁଯାୟୀ ସ୍ଥାନୀୟ ପୁରୋହିତ ନିକୁଞ୍ଜ ଶତପଥୀ ଏହି ପ୍ରତିମୂର୍ତ୍ତି ସ୍ଥାପନ କରିବା ପରେ ସାଗରିକା ସ୍ୱାମୀଙ୍କ ପ୍ରତିମୂର୍ତ୍ତି ସହ ପୁଣିଥରେ ବିବାହ କରି ଶଙ୍ଖା, ସିନ୍ଦୂର ପିନ୍ଧିଛନ୍ତି। ସ୍ୱାମୀଙ୍କୁ ପ୍ରତିଦିନ ଜୀବନ୍ତ ଭଳି ଦେଖିବା ଓ ନିଜ ପରିବାର ପାଖରେ ରଖିବା ପାଇଁ କରିଥିବା ଏହି ନିଆରା ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ: ବର୍ଷିୟାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକରେ ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର