ଭିମ୍‌ସାର ଇତିହାସରେ ପ୍ରଥମ : ଏକକାଳୀନ ୪ ଶିଶୁଙ୍କୁ ଜନ୍ମ ଦେଲେ ମହିଳା

The Sakala Picture
Published On

ସମ୍ବଲପୁର: ବୁର୍ଲା ଭିମସାରରେ ଆଜି ସୋନପୁର ବିନିକା ଅଞ୍ଚଳର ଜଣେ ମହିଳା ଏକକାଳୀନ ୪ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଭିମସାର ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ଜନ୍ମିତ ଶିଶୁଙ୍କ ମଧ୍ୟରେ ୩ କନ୍ୟା ଥିବା ବେଳେ ଜଣେ ଶିଶୁପୁତ୍ର ରହିଛି। ତେବେ, ସମସ୍ତଙ୍କୁ ଏସ୍ଏନସିୟୁରେ ଭର୍ତ୍ତି କରାଯାଇଛି। ସୋନପୁର ବିନିକା ଥାନା ବାଞ୍ଜିପାଲି ଗାଁର ଜଣେ ଗର୍ଭବତୀ ସୋମବାର ଭିମସାରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କ ପ୍ରସବ […]

ସମ୍ବଲପୁର: ବୁର୍ଲା ଭିମସାରରେ ଆଜି ସୋନପୁର ବିନିକା ଅଞ୍ଚଳର ଜଣେ ମହିଳା ଏକକାଳୀନ ୪ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଭିମସାର ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ଜନ୍ମିତ ଶିଶୁଙ୍କ ମଧ୍ୟରେ ୩ କନ୍ୟା ଥିବା ବେଳେ ଜଣେ ଶିଶୁପୁତ୍ର ରହିଛି। ତେବେ, ସମସ୍ତଙ୍କୁ ଏସ୍ଏନସିୟୁରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ସୋନପୁର ବିନିକା ଥାନା ବାଞ୍ଜିପାଲି ଗାଁର ଜଣେ ଗର୍ଭବତୀ ସୋମବାର ଭିମସାରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କ ପ୍ରସବ ବେଦନା ଅସହ୍ୟ ହେବାରୁ ଅପରାହ୍ନରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ତେବେ, ତାଙ୍କ ପେଟରୁ ଏକକାଳୀନ ୪ଟି ଶିଶୁ ବାହାରିଥିବା ଜଣାପଡିଛି। ଜନ୍ମିତ ଶିଶୁଙ୍କ ମଧ୍ୟରେ ୩ କନ୍ୟା ଥିବା ବେଳେ ଗୋଟିଏ ଶିଶୁପୁତ୍ର ରହିଛି।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

ସେମାନଙ୍କ ମଧ୍ୟରୁ ଦୁଇ ଶିଶୁକନ୍ୟା ଏବଂ ଏକମାତ୍ର ଶିଶୁପୁତ୍ରର ଓଜନ ୧ କେଜିରୁ କମ୍ ରହିଥିବା ବେଳେ ଅନ୍ୟ ଜଣେ ଶିଶୁ କନ୍ୟାର ଓଜନ ୧.୨ କେଜି ରହିଥିବା ଜଣାପଡିଛି। ସମସ୍ତଙ୍କୁ ଭିମସାର ଏସ୍ଏନସିୟୁରେ ଭର୍ତ୍ତି କରାଯାଇଛି। ତେବେ, ଏକା ସାଙ୍ଗରେ ୪ ଶିଶୁ ଜନ୍ମ ହେବା ଘଟଣା ଭିମସାରରେ ପ୍ରଥମ ବୋଲି କୁହାଯାଉଛି। ଅପରପକ୍ଷେ, ଏହି ଘଟଣା ଜଣାପଡିବା ପରେ ଶିଶୁମାନଙ୍କୁ ଦେଖିବାକୁ ମେଡିକାଲରେ ଭିଡ ଲାଗିଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର