ଭିମ୍‌ସାର ଇତିହାସରେ ପ୍ରଥମ : ଏକକାଳୀନ ୪ ଶିଶୁଙ୍କୁ ଜନ୍ମ ଦେଲେ ମହିଳା

The Sakala Picture
Published On

ସମ୍ବଲପୁର: ବୁର୍ଲା ଭିମସାରରେ ଆଜି ସୋନପୁର ବିନିକା ଅଞ୍ଚଳର ଜଣେ ମହିଳା ଏକକାଳୀନ ୪ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଭିମସାର ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ଜନ୍ମିତ ଶିଶୁଙ୍କ ମଧ୍ୟରେ ୩ କନ୍ୟା ଥିବା ବେଳେ ଜଣେ ଶିଶୁପୁତ୍ର ରହିଛି। ତେବେ, ସମସ୍ତଙ୍କୁ ଏସ୍ଏନସିୟୁରେ ଭର୍ତ୍ତି କରାଯାଇଛି। ସୋନପୁର ବିନିକା ଥାନା ବାଞ୍ଜିପାଲି ଗାଁର ଜଣେ ଗର୍ଭବତୀ ସୋମବାର ଭିମସାରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କ ପ୍ରସବ […]

ସମ୍ବଲପୁର: ବୁର୍ଲା ଭିମସାରରେ ଆଜି ସୋନପୁର ବିନିକା ଅଞ୍ଚଳର ଜଣେ ମହିଳା ଏକକାଳୀନ ୪ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଭିମସାର ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ଜନ୍ମିତ ଶିଶୁଙ୍କ ମଧ୍ୟରେ ୩ କନ୍ୟା ଥିବା ବେଳେ ଜଣେ ଶିଶୁପୁତ୍ର ରହିଛି। ତେବେ, ସମସ୍ତଙ୍କୁ ଏସ୍ଏନସିୟୁରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ସୋନପୁର ବିନିକା ଥାନା ବାଞ୍ଜିପାଲି ଗାଁର ଜଣେ ଗର୍ଭବତୀ ସୋମବାର ଭିମସାରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କ ପ୍ରସବ ବେଦନା ଅସହ୍ୟ ହେବାରୁ ଅପରାହ୍ନରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ତେବେ, ତାଙ୍କ ପେଟରୁ ଏକକାଳୀନ ୪ଟି ଶିଶୁ ବାହାରିଥିବା ଜଣାପଡିଛି। ଜନ୍ମିତ ଶିଶୁଙ୍କ ମଧ୍ୟରେ ୩ କନ୍ୟା ଥିବା ବେଳେ ଗୋଟିଏ ଶିଶୁପୁତ୍ର ରହିଛି।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

ସେମାନଙ୍କ ମଧ୍ୟରୁ ଦୁଇ ଶିଶୁକନ୍ୟା ଏବଂ ଏକମାତ୍ର ଶିଶୁପୁତ୍ରର ଓଜନ ୧ କେଜିରୁ କମ୍ ରହିଥିବା ବେଳେ ଅନ୍ୟ ଜଣେ ଶିଶୁ କନ୍ୟାର ଓଜନ ୧.୨ କେଜି ରହିଥିବା ଜଣାପଡିଛି। ସମସ୍ତଙ୍କୁ ଭିମସାର ଏସ୍ଏନସିୟୁରେ ଭର୍ତ୍ତି କରାଯାଇଛି। ତେବେ, ଏକା ସାଙ୍ଗରେ ୪ ଶିଶୁ ଜନ୍ମ ହେବା ଘଟଣା ଭିମସାରରେ ପ୍ରଥମ ବୋଲି କୁହାଯାଉଛି। ଅପରପକ୍ଷେ, ଏହି ଘଟଣା ଜଣାପଡିବା ପରେ ଶିଶୁମାନଙ୍କୁ ଦେଖିବାକୁ ମେଡିକାଲରେ ଭିଡ ଲାଗିଛି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

21 Sep 2022 By The Sakala

ଭିମ୍‌ସାର ଇତିହାସରେ ପ୍ରଥମ : ଏକକାଳୀନ ୪ ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ସମ୍ବଲପୁର: ବୁର୍ଲା ଭିମସାରରେ ଆଜି ସୋନପୁର ବିନିକା ଅଞ୍ଚଳର ଜଣେ ମହିଳା ଏକକାଳୀନ ୪ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଭିମସାର ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ଜନ୍ମିତ ଶିଶୁଙ୍କ ମଧ୍ୟରେ ୩ କନ୍ୟା ଥିବା ବେଳେ ଜଣେ ଶିଶୁପୁତ୍ର ରହିଛି। ତେବେ, ସମସ୍ତଙ୍କୁ ଏସ୍ଏନସିୟୁରେ ଭର୍ତ୍ତି କରାଯାଇଛି।

ସୋନପୁର ବିନିକା ଥାନା ବାଞ୍ଜିପାଲି ଗାଁର ଜଣେ ଗର୍ଭବତୀ ସୋମବାର ଭିମସାରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କ ପ୍ରସବ ବେଦନା ଅସହ୍ୟ ହେବାରୁ ଅପରାହ୍ନରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ତେବେ, ତାଙ୍କ ପେଟରୁ ଏକକାଳୀନ ୪ଟି ଶିଶୁ ବାହାରିଥିବା ଜଣାପଡିଛି। ଜନ୍ମିତ ଶିଶୁଙ୍କ ମଧ୍ୟରେ ୩ କନ୍ୟା ଥିବା ବେଳେ ଗୋଟିଏ ଶିଶୁପୁତ୍ର ରହିଛି।

ସେମାନଙ୍କ ମଧ୍ୟରୁ ଦୁଇ ଶିଶୁକନ୍ୟା ଏବଂ ଏକମାତ୍ର ଶିଶୁପୁତ୍ରର ଓଜନ ୧ କେଜିରୁ କମ୍ ରହିଥିବା ବେଳେ ଅନ୍ୟ ଜଣେ ଶିଶୁ କନ୍ୟାର ଓଜନ ୧.୨ କେଜି ରହିଥିବା ଜଣାପଡିଛି। ସମସ୍ତଙ୍କୁ ଭିମସାର ଏସ୍ଏନସିୟୁରେ ଭର୍ତ୍ତି କରାଯାଇଛି। ତେବେ, ଏକା ସାଙ୍ଗରେ ୪ ଶିଶୁ ଜନ୍ମ ହେବା ଘଟଣା ଭିମସାରରେ ପ୍ରଥମ ବୋଲି କୁହାଯାଉଛି। ଅପରପକ୍ଷେ, ଏହି ଘଟଣା ଜଣାପଡିବା ପରେ ଶିଶୁମାନଙ୍କୁ ଦେଖିବାକୁ ମେଡିକାଲରେ ଭିଡ ଲାଗିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର