ରାଜଧାନୀରୁ ବନ୍ଧାହେଲେ ମିସ-୪୨୦: ଫେସ୍ବୁକ୍ ରେ ଫେକ୍ ଆକାଉଣ୍ଟ ଖୋଲି ଲୁଟୁଥିଲେ ଏକାଧିକ ଯୁବକଙ୍କୁ
ଭୁବନେଶ୍ୱର: ପୁଲିସ ହାତରେ ବନ୍ଧା ହେଲେ ଫେସବୁକ୍ ସୁନ୍ଦରୀ । ସୋସିଆଲ ମିଡ଼ିଆ ସାଇଟ ଫେସବୁକ୍ ରେ ଫେକ ଆକାଉଣ୍ଟ ଖୋଲି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ଏହି ଯୁବତୀ । ଭୁବନେଶ୍ୱର ସହିଦ ନଗର ଥାନା ପୋଲିସ ଗିରଫ କରିଛି ଫେସବୁକ୍ର ଏହି ଆଞ୍ଜେଲ ପ୍ରିୟା ତଥା ପ୍ରିୟଙ୍କା ପ୍ରିୟଦର୍ଶନୀ ପରିଡାକୁ । କଅଁଳ କଥା କହି, ଫେସବୁକରେ ବନ୍ଧୁତା କରୁଥିଲେ । କାହାକୁ ଡାକ୍ତର କହି ତ ଆଉ କାହାକୁ ବ୍ୟୁଟିସିଆନର ପରିଚୟ ଦେଇ […]
ଭୁବନେଶ୍ୱର: ପୁଲିସ ହାତରେ ବନ୍ଧା ହେଲେ ଫେସବୁକ୍ ସୁନ୍ଦରୀ । ସୋସିଆଲ ମିଡ଼ିଆ ସାଇଟ ଫେସବୁକ୍ ରେ ଫେକ ଆକାଉଣ୍ଟ ଖୋଲି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ଏହି ଯୁବତୀ । ଭୁବନେଶ୍ୱର ସହିଦ ନଗର ଥାନା ପୋଲିସ ଗିରଫ କରିଛି ଫେସବୁକ୍ର ଏହି ଆଞ୍ଜେଲ ପ୍ରିୟା ତଥା ପ୍ରିୟଙ୍କା ପ୍ରିୟଦର୍ଶନୀ ପରିଡାକୁ । କଅଁଳ କଥା କହି, ଫେସବୁକରେ ବନ୍ଧୁତା କରୁଥିଲେ । କାହାକୁ ଡାକ୍ତର କହି ତ ଆଉ କାହାକୁ ବ୍ୟୁଟିସିଆନର ପରିଚୟ ଦେଇ ସୋସିଆଲ ମିଡିଆରେ ଯୁବକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିଲେ ଏହି ଯୁବତୀଜଣକ ।
ମହିଳା ଜଣଙ୍କ ହେଉଛନ୍ତି ବାଲୁଗାଁ ନାଚୁଣୀ ଅଂଚଳର ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡା । ପ୍ରିୟଙ୍କା ଜଣେ ଯୁବକଙ୍କଠାରୁ ଏଭଳି ଭାବେ ସାଢ଼େ ୬ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଥିବାବେଳେ ତାଙ୍କ ନିକଟରୁ ୧ ଲକ୍ଷ ୩୩ ହଜାର ଟଙ୍କା, ୩ଟି ପାସ୍ବୁକ୍ ଓ ୨ଟି ମୋବାଇଲ ଜବତ ହୋଇଛି । ପ୍ରିୟଙ୍କାଙ୍କ ସହ ଏହି ଠକେଇ ରୢାକେଟ୍ରେ ଆହୁରି ଅନେକ ଯୁବତୀ ରହିଥିବା ଜଣାପଡ଼ିଥିବାରୁ ପୁଲିସ ଏହାର ତଦନ୍ତ କରୁଛି । ଫେସବୁକର ଏହି ଫେକ୍ ସୁନ୍ଦରୀ କେତେ ଜଣକୁ ଠକିଛି ସେନେଇ ପୋଲିସ ତଦନ୍ତ ଚଳାଇଛି ।