ଆଜିଠୁ ବିଧାନସଭାର ଶୀତ ଅଧିବେଶନ, ଡିିସେମ୍ବର ୫ରେ ବ୍ୟୟମଞ୍ଜୁରୀ ବିଧେୟକ

The Sakala Picture
Published On

ଭୁବନେଶ୍ୱର: ଆଜିଠାରୁ ସପ୍ତଦଶ ବିଧାନସଭାର ଦ୍ୱିତୀୟ ତଥା ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନ ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ଥିବାବେଳେ ଏଥିରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି। ଦିନ ୧୧ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବ । ଡିସେମ୍ବର ୫ ତାରିଖରେ ଗୃହରେ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହେବାର କାର୍ଯ୍ୟକ୍ରମ ରହିଛି। ବିଧାନସଭା କାର୍ଯ୍ୟସୂଚି ଅନୁସାରେ ପ୍ରଥମେ ଗୃହରେ ଦିବ୍ୟଗତଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯିବ । […]

ଭୁବନେଶ୍ୱର: ଆଜିଠାରୁ ସପ୍ତଦଶ ବିଧାନସଭାର ଦ୍ୱିତୀୟ ତଥା ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନ ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ଥିବାବେଳେ ଏଥିରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି। ଦିନ ୧୧ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବ । ଡିସେମ୍ବର ୫ ତାରିଖରେ ଗୃହରେ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହେବାର କାର୍ଯ୍ୟକ୍ରମ ରହିଛି। ବିଧାନସଭା କାର୍ଯ୍ୟସୂଚି ଅନୁସାରେ ପ୍ରଥମେ ଗୃହରେ ଦିବ୍ୟଗତଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯିବ । ଗୃହର ନେତା ମୁଖ୍ୟମନ୍ତ୍ରୀ ଆଗତ କରିବେ । ପରେ ପଞ୍ଚୟତରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗର ପ୍ରଶ୍ନକାଳ ରହିଛି ।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ଅଧିବେଶନରେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଶେଷକରି ରାଜ୍ୟ ସରକାରଙ୍କ ଗତ ୫ ମାସର ପ୍ରଶାସନିକ ବିଫଳତାଜନିତ ବ୍ୟତିକ୍ରମକୁ ବିରୋଧୀ ପ୍ରସଙ୍ଗ କରିବେ ବୋଲି ସୂଚନା ଦେଇଛନ୍ତି। ଅଧିବେଶନରେ ଆଇନଶୃଙ୍ଖଳା ପରିସ୍ଥିତି, ଦରଦାମ ବୃଦ୍ଧି, ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଜାଉ ଖାଇ ୩ ଜଣଙ୍କ ମୃତ୍ୟୁ, ଧାନ କିଣାରେ ଅବ୍ୟବସ୍ଥା, ଶାସକ ଦଳର ଆକ୍ରୋଶମୂଳକ ରାଜନୀତି, ନିର୍ବାଚନୀ ପ୍ରତିଶ୍ରୁତି ପ୍ରତାରଣାରେ ପରିବର୍ତ୍ତନ ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ କାଠଗଡ଼ାକୁ ଟାଣିବେ। ଅପରପକ୍ଷେ ରାଜ୍ୟ ସରକାର ସମସ୍ତ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଦୃଢେ଼ାକ୍ତି ପ୍ରକାଶ କରିଥିଲେ ହେଁ, ଆସନ୍ତା ଅଧିବେଶନ ଶାସକ ଦଳ ପାଇଁ ସହଜ ହୋଇ ନ ପାରେ ବୋଲି ଅନୁମାନ କରାଯାଉଛି। ବିଶେଷକରି ସରକାରଙ୍କ ବିରୋଧରେ ମାଳମାଳ ପ୍ରସଙ୍ଗ ରହିଥିବା ବେଳେ ଶୀତ ଅଧିବେଶନରେ ଗୃହରେ ବେଶ୍‌ ଉଷ୍ମତା ପ୍ରକାଶ ପାଇବ ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ଶଙ୍ଖ ଭବନଠାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ଦଳର ବିଧାୟକମାନେ ସରକାରଙ୍କୁ ଘେରିବା ପାଇଁ ହୋମୱାର୍କ କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରଶାସନିକ ବିଫଳତା କାରଣରୁ ରାଜ୍ୟରେ ସାମାଜିକ ସୁରକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯାହାଫଳରେ ମାଆ ଛୁଆ ବିକ୍ରି କରିବାକୁ ବାଧ୍ୟ ହେଉଥିବା ବେଳେ ଆମ୍ବ ଟାକୁଆ ଖାଇ ଆଦିବାସୀ ମରୁଛନ୍ତି। ଏହାକୁ ନେଇ ବିଜେଡି ସହ ବିରୋଧୀ କଂଗ୍ରେସ ମଧ୍ୟ ବ୍ୟାପକ ସ୍ୱର ଉତ୍ତୋଳନ କରିବ। ଏହାବ୍ୟତୀତ ପୋଲାଭରମ୍‌, ମହାନଦୀ ବିବାଦ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଏକପାଖିଆ ନିଷ୍ପତ୍ତି, ରାଜ୍ୟରେ ବେଲଗାମ୍‌ ଦରଦାମ ବୃଦ୍ଧି, ବେରୋଜଗାରୀ, ରତ୍ନଭଣ୍ଡାର ପ୍ରସଙ୍ଗ, ରାଜ୍ୟବ୍ୟାପୀ ଉନ୍ନୟନ ମୂଳକ କାମ ଠପ୍‌ ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିରୋଧୀ ଅଡୁଆରେ ପକାଇବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର