ରାଜ୍ୟରେ ଧିରେ ଧିରେ ବଢୁଛି ଶୀତ, ଆଗାମୀ ୨-୩ ଦିନ ମଧ୍ୟରେ ରାତ୍ରିକାଳୀନ ତାପମାତ୍ରା ୨ ଡିଗ୍ରୀ କମିପାରେ

The Sakala Picture
Published On

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶା ମଧ୍ୟକୁ କ୍ରମାଗତ ଭାବେ ଶୁଷ୍କ ଥଣ୍ଡା ବାୟୁ ଉତ୍ତର-ପଶ୍ଚିମ ଦିଗକୁ ପ୍ରବେଶ କରୁଛି । ଯାହାଫଳରେ ଆଗାମୀ ୨-୩ ଦିନ ମଧ୍ୟରେ ରାଜ୍ୟବ୍ୟାପୀ ରାତ୍ରିକାଳୀନ ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କମିପାରେ | ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଉଛି । ପାଣିପାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ରାଜ୍ୟରେ ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗିବାଡ଼ିରେ ରାତ୍ରି ସମୟରେ ସର୍ବନିମ୍ନ ତାପମାତ୍ରା ୧୩ […]

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶା ମଧ୍ୟକୁ କ୍ରମାଗତ ଭାବେ ଶୁଷ୍କ ଥଣ୍ଡା ବାୟୁ ଉତ୍ତର-ପଶ୍ଚିମ ଦିଗକୁ ପ୍ରବେଶ କରୁଛି । ଯାହାଫଳରେ ଆଗାମୀ ୨-୩ ଦିନ ମଧ୍ୟରେ ରାଜ୍ୟବ୍ୟାପୀ ରାତ୍ରିକାଳୀନ ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କମିପାରେ | ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଉଛି । ପାଣିପାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ରାଜ୍ୟରେ ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗିବାଡ଼ିରେ ରାତ୍ରି ସମୟରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ସେହିପରି ସମତଳ ଅଞ୍ଚଳ ମଧ୍ୟରେ ସର୍ବନିମ୍ନ ତାପମାତ୍ରା କନ୍ଧମାଳର ଫୁଲବାଣୀଠାରେ ୧୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବର୍ତ୍ତମାନ ଓଡ଼ିଶାକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରୁଛି | ଫଳସ୍ବରୂପ ନିକଟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତ୍ରିକାଳୀନ ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ୍ ତଳକୁ ଖସିଥିବା ବେଳେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ୦.୫ ଡିଗ୍ରୀରୁ ୧ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ଆଗାମୀ ୨-୩ଦିନ ମଧ୍ୟରେ ରାତିରେ ତାପମାତ୍ରା ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଶ୍ରୀ ଦାସ ଆକଳନ କରିଛନ୍ତି । ଅନ୍ୟପକ୍ଷରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବାକୁ ଥିବାବେଳେ ପଞ୍ଚମ ଦିନରେ ଦକ୍ଷିଣ ଓଡ଼ିଶାରେ ୫ ଜିଲ୍ଲାରେ ସ୍ବଳ୍ପ ବୃଷ୍ଟି ହେବାର ସମ୍ଭାବନା ରହିଛି। ଗଜପତି, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ପାଗ ମୁଖ୍ୟତଃ ମେଘୁଆ ରହିବାକୁ ଥିବାବେଳେ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହୋଇପାରେ ବୋଲି ଶ୍ରୀ ଦାସ କହିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦୁଝର DLO ଆକାଶ ବିଷୋୟୀଙ୍କ ଘରୁ ୭ ଲକ୍ଷ ୨୯ ହଜାର ଟଙ୍କା, ୩୦୦ ଗ୍ରାମ ସୁନା ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର