ଖସୁଛି ପାରଦ : ସତର୍କ କଲା ପାଣିପାଗ କେନ୍ଦ୍ର, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

The Sakala Picture
Published On

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ତାପମାତ୍ରା ପୁଣି ନିମ୍ନଗାମୀ ହୋଇଛି। ଅନେକ ସ୍ଥାନରେ ବର୍ତ୍ତମାନ ତାପମାତ୍ରା ସ୍ୱାଭାବିକଠାରୁ ତଳକୁ ଖସିଛି। ଏହି ସ୍ଥିତି କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ ଓ ଆସନ୍ତା ୨ ଦିନ ଧରି ୪ ଟି ଜିଲ୍ଲାରେ ପ୍ରବଳ ଶୀତର ସମ୍ଭାବନା ରହିଛି। ସୋମବାର ଝାରସୁଗୁଡ଼ା, ବରଗଡ଼଼, ସୁନ୍ଦରଗଡ଼଼, ବଲାଙ୍ଗୀରରେ ଶୀତ ଲହରୀ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୪ ଜିଲ୍ଲା ପାଇଁ ଶୀତ […]

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ତାପମାତ୍ରା ପୁଣି ନିମ୍ନଗାମୀ ହୋଇଛି। ଅନେକ ସ୍ଥାନରେ ବର୍ତ୍ତମାନ ତାପମାତ୍ରା ସ୍ୱାଭାବିକଠାରୁ ତଳକୁ ଖସିଛି। ଏହି ସ୍ଥିତି କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ ଓ ଆସନ୍ତା ୨ ଦିନ ଧରି ୪ ଟି ଜିଲ୍ଲାରେ ପ୍ରବଳ ଶୀତର ସମ୍ଭାବନା ରହିଛି। ସୋମବାର ଝାରସୁଗୁଡ଼ା, ବରଗଡ଼଼, ସୁନ୍ଦରଗଡ଼଼, ବଲାଙ୍ଗୀରରେ ଶୀତ ଲହରୀ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୪ ଜିଲ୍ଲା ପାଇଁ ଶୀତ ଜନିତ ‘କୋଲ୍ଡ ୱେଭ୍‍’ ସ୍ଥିତି ଜାରି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଥିବାରୁ ଜିଲ୍ଲାବାସୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ସଞ୍ଜିବ ଦ୍ୱିବେଦୀ କହିଛନ୍ତି ଯେ ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପାଣିପାଗର ସ୍ଥିତି ନାହିଁ। ଏଥିପାଇଁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ତେବେ ଆସନ୍ତା ୨ ଦିନ ମଧ୍ୟରେ ରାତିର ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ତେଣୁ ବିଭିନ୍ନ ସ୍ଥାନରେ ଶୀତ ଲହରି ପଡ଼ିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଗତ ୨୪ ଘଣ୍ଟାରେ କେନ୍ଦୁଝରରେ ୩.୪ ଡିଗ୍ରୀ ତାପମାତ୍ରା ତଳକୁୁ ଖସିଥିବା ବେଳେ ବାରିପଦାରେ ୨.୬ ଡିଗ୍ରୀ, ଭବାନୀପାଟଣାରେ ୨.୪ ଡିଗ୍ରୀ, ଚାନ୍ଦବାଲିରେ ୨.୧ ଭୁବନେଶ୍ୱର ଓ କଟକରେ ୧.୪ ଏବଂ ୧.୮ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି। ତାପମାତ୍ରା ହ୍ରାସ ଯୋଗୁଁ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ତଳକୁ ଖସିଥିବା ବେଳେ ଦୁଇ ଦିନ ମଧ୍ୟରେ ଏହାର ବ୍ୟବଧାନ ଆହୁରି ବଢ଼଼ିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଏଠାରେ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରହିଛି। ସେହିପରି କେନ୍ଦୁଝରରେ ୯.୬ ଡିଗ୍ରୀ ଥିବା ବେଳେ ମୋଟ୍‍ ୧୭ ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର