ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

କେବେ ସୁଦ୍ଧା ହିତାଧିକାରୀଙ୍କୁ ଚାଉଳ ସହ ଦିଆଯିବ ଗହମ, ଗୃହରେ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ…

The Sakala Picture
Published On

ଭୁବନେଶ୍ବର: କେବେ ସୁଦ୍ଧା ଚାଉଳ ସହ ଗହମ ଦିଆଯିବ । ଏଯାଏଁ ହିତାଧିକାରୀଙ୍କୁ ମିଳି ନ ଥିବାରୁ ଗୃହରେ ଆପତ୍ତି ଉଠାଇଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ । ଏହାର ଉତ୍ତରରେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ଯେ, ସରକାର ଗହମ ଦେବାକୁ କେନ୍ଦ୍ରକୁ ଯେଉଁ ଚିଠି ଲେଖିଥିଲେ, ତାକୁ ମଞ୍ଜୁରୀ ମିଳିଛି । ହେଲେ ପରିବହନ ସୁବିଧା ନ ଥିବାରୁ ତାହା ଏଯାଏଁ ରାଜ୍ୟକୁ ଆସିପାରିନି। ଅନ୍ୟ ପକ୍ଷରେ ଚାଳିତ ବର୍ଷ ଅଧିକ […]

ଭୁବନେଶ୍ବର: କେବେ ସୁଦ୍ଧା ଚାଉଳ ସହ ଗହମ ଦିଆଯିବ । ଏଯାଏଁ ହିତାଧିକାରୀଙ୍କୁ ମିଳି ନ ଥିବାରୁ ଗୃହରେ ଆପତ୍ତି ଉଠାଇଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ । ଏହାର ଉତ୍ତରରେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ଯେ, ସରକାର ଗହମ ଦେବାକୁ କେନ୍ଦ୍ରକୁ ଯେଉଁ ଚିଠି ଲେଖିଥିଲେ, ତାକୁ ମଞ୍ଜୁରୀ ମିଳିଛି । ହେଲେ ପରିବହନ ସୁବିଧା ନ ଥିବାରୁ ତାହା ଏଯାଏଁ ରାଜ୍ୟକୁ ଆସିପାରିନି। ଅନ୍ୟ ପକ୍ଷରେ ଚାଳିତ ବର୍ଷ ଅଧିକ ଧାନ ଉତ୍ପାଦନ ହୋଇଛି। ଏଫସିଆଇକୁ ସରକାରଙ୍କ ଅନୁରୋଧ ପରେ ଅଧିକ ୨୦ ଲକ୍ଷ ମେଟ୍ରିକ ଟନ ନେବାକୁ ଏଫସିଆଇ ରାଜି ହୋଇଛି । କେନ୍ଦ୍ର ସମୁଦାୟ ୪୬ ଲକ୍ଷ ମେଟ୍ରିକ ଟନ ଚାଉଳ କିଣିବ। ହେଲେ ସେଥିରେ ବି ୧୫ ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟ ପାଖରେ ବଳକା ରହିବ ।

ଆହୁରି ପଢ଼ନ୍ତୁ: ଯୁବକଙ୍କୁ ଅବକାରୀ ବିଭାଗର ଥାର୍ଡ ଡିଗ୍ରୀ ଘଟଣା: ଦୁଇ ଅଧିକାରୀଙ୍କୁ ନିଲମ୍ବିତ କଲେ କମିଶନର

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି ଯେ, ୧୦ ଲକ୍ଷ ମେଟ୍ରିକ ଟନ ବିଶିଷ୍ଟ ଗୋଦାମ ଘର ତିଆରି ହେବ । ଯାହା ଦ୍ୱାରା ଚାଉଳ ସଂରକ୍ଷଣ ହୋଇ ପାରିବ । ରାଜ୍ୟରେ ଗହମ ଓ ଗହମ ଜାତୀୟ ଦ୍ରବ୍ୟର ବାର୍ଷିକ ଆବଶ୍ୟକତା ୮ ଲକ୍ଷ ୮୬ ହଜାର ମେଟ୍ରିକ ଟନ ରହିଛି। ଓଡ଼ିଆ ବ୍ୟବସାୟୀମାନେ ଗହମ ଓ ଗହମ ଜାତୀୟ ଦ୍ରବ୍ୟ ବିକ୍ରି କରୁଛନ୍ତି । ଏଥିସହ ପଞ୍ଜାବ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ବିହାର ଓ ଝାଡ଼ଖଣ୍ଡରୁ ଗହମ ଓ ଗହମ ଜାତୀୟ ଦ୍ରବ୍ୟ ଆମଦାନୀ କରି ଆବଶ୍ୟକତା ପୂରଣ କରାଯାଉଛି । କେନ୍ଦ୍ର ସରକାର ଗହମର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୧୫୦ ଟଙ୍କା କରିଛନ୍ତି । ଯେଉଁଥିପାଇଁ ଖୋଲା ବଜାରରେ ଦର ସାମାନ୍ୟ ବୃଦ୍ଧି ପାଇଛି। କଳାବଜାରୀ ରୋକିବା ପାଇଁ ଉଭୟ ଓ କେନ୍ଦ୍ର ସରକାରଙ୍କ ଏନଫୋର୍ସମେଣ୍ଟ ଟିମ ଯାଞ୍ଚ କରୁଛନ୍ତି । ଜାନୁଆରୀ ଶେଷ ସୁଦ୍ଧା ୪୪ ମିଲ ଉପରେ ଯାଞ୍ଚ କରାଯାଇଛି ବୋଲି ଗୃହକୁ ଅବଗତ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଲା ମୃତ୍ୟୁର ଅସଲ କାରଣ...

02 Apr 2025 By The Sakala

କେବେ ସୁଦ୍ଧା ହିତାଧିକାରୀଙ୍କୁ ଚାଉଳ ସହ ଦିଆଯିବ ଗହମ, ଗୃହରେ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ…

ଭୁବନେଶ୍ବର: କେବେ ସୁଦ୍ଧା ଚାଉଳ ସହ ଗହମ ଦିଆଯିବ । ଏଯାଏଁ ହିତାଧିକାରୀଙ୍କୁ ମିଳି ନ ଥିବାରୁ ଗୃହରେ ଆପତ୍ତି ଉଠାଇଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ । ଏହାର ଉତ୍ତରରେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ଯେ, ସରକାର ଗହମ ଦେବାକୁ କେନ୍ଦ୍ରକୁ ଯେଉଁ ଚିଠି ଲେଖିଥିଲେ, ତାକୁ ମଞ୍ଜୁରୀ ମିଳିଛି । ହେଲେ ପରିବହନ ସୁବିଧା ନ ଥିବାରୁ ତାହା ଏଯାଏଁ ରାଜ୍ୟକୁ ଆସିପାରିନି। ଅନ୍ୟ ପକ୍ଷରେ ଚାଳିତ ବର୍ଷ ଅଧିକ ଧାନ ଉତ୍ପାଦନ ହୋଇଛି। ଏଫସିଆଇକୁ ସରକାରଙ୍କ ଅନୁରୋଧ ପରେ ଅଧିକ ୨୦ ଲକ୍ଷ ମେଟ୍ରିକ ଟନ ନେବାକୁ ଏଫସିଆଇ ରାଜି ହୋଇଛି । କେନ୍ଦ୍ର ସମୁଦାୟ ୪୬ ଲକ୍ଷ ମେଟ୍ରିକ ଟନ ଚାଉଳ କିଣିବ। ହେଲେ ସେଥିରେ ବି ୧୫ ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟ ପାଖରେ ବଳକା ରହିବ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି ଯେ, ୧୦ ଲକ୍ଷ ମେଟ୍ରିକ ଟନ ବିଶିଷ୍ଟ ଗୋଦାମ ଘର ତିଆରି ହେବ । ଯାହା ଦ୍ୱାରା ଚାଉଳ ସଂରକ୍ଷଣ ହୋଇ ପାରିବ । ରାଜ୍ୟରେ ଗହମ ଓ ଗହମ ଜାତୀୟ ଦ୍ରବ୍ୟର ବାର୍ଷିକ ଆବଶ୍ୟକତା ୮ ଲକ୍ଷ ୮୬ ହଜାର ମେଟ୍ରିକ ଟନ ରହିଛି। ଓଡ଼ିଆ ବ୍ୟବସାୟୀମାନେ ଗହମ ଓ ଗହମ ଜାତୀୟ ଦ୍ରବ୍ୟ ବିକ୍ରି କରୁଛନ୍ତି । ଏଥିସହ ପଞ୍ଜାବ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ବିହାର ଓ ଝାଡ଼ଖଣ୍ଡରୁ ଗହମ ଓ ଗହମ ଜାତୀୟ ଦ୍ରବ୍ୟ ଆମଦାନୀ କରି ଆବଶ୍ୟକତା ପୂରଣ କରାଯାଉଛି । କେନ୍ଦ୍ର ସରକାର ଗହମର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୧୫୦ ଟଙ୍କା କରିଛନ୍ତି । ଯେଉଁଥିପାଇଁ ଖୋଲା ବଜାରରେ ଦର ସାମାନ୍ୟ ବୃଦ୍ଧି ପାଇଛି। କଳାବଜାରୀ ରୋକିବା ପାଇଁ ଉଭୟ ଓ କେନ୍ଦ୍ର ସରକାରଙ୍କ ଏନଫୋର୍ସମେଣ୍ଟ ଟିମ ଯାଞ୍ଚ କରୁଛନ୍ତି । ଜାନୁଆରୀ ଶେଷ ସୁଦ୍ଧା ୪୪ ମିଲ ଉପରେ ଯାଞ୍ଚ କରାଯାଇଛି ବୋଲି ଗୃହକୁ ଅବଗତ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର