ସମସ୍ତ କଲେଜରେ ମିଳିବ ୱାଇଫାଇ ସୁବିଧା, ଯୋଡି ହେବ ରେଡ଼କ୍ରସ ଶାଖା: ଉଚ୍ଚଶିକ୍ଷା ମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ଆଜି ବିଭିନ୍ନ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷମାନଙ୍କ ଦିଗଦର୍ଶନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଉଚ୍ଚଶିକ୍ଷାକୁ ଉଚ୍ଚ ସୋପାନକୁ ନେବା ପାଇଁ ବହୁ ଯୋଜନା କରିଛନ୍ତି। ସେହି ଖସଡ଼ାକୁ କିଭଳି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି, ସେ ଦିଗରେ ଆଲୋଚନା ହୋଇଛି।  ଭିତ୍ତିଭୂମି ସଜାଡିବା ପାଇଁ ବିଗତ ଦିନରେ ଅର୍ଥ ଦିଆଯାଇଛି।  ତାହାର ଠିକ ବିନିଯୋଗ କିପରି ହେବ ସେ ନେଇ ଆଜି ଆଲୋଚନା ହୋଇଛି। ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ଯେଉଁ ଖସଡ଼ା ପ୍ରସ୍ତୁତ […]

ଭୁବନେଶ୍ବର: ଆଜି ବିଭିନ୍ନ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷମାନଙ୍କ ଦିଗଦର୍ଶନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଉଚ୍ଚଶିକ୍ଷାକୁ ଉଚ୍ଚ ସୋପାନକୁ ନେବା ପାଇଁ ବହୁ ଯୋଜନା କରିଛନ୍ତି। ସେହି ଖସଡ଼ାକୁ କିଭଳି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି, ସେ ଦିଗରେ ଆଲୋଚନା ହୋଇଛି।  ଭିତ୍ତିଭୂମି ସଜାଡିବା ପାଇଁ ବିଗତ ଦିନରେ ଅର୍ଥ ଦିଆଯାଇଛି।  ତାହାର ଠିକ ବିନିଯୋଗ କିପରି ହେବ ସେ ନେଇ ଆଜି ଆଲୋଚନା ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ଯେଉଁ ଖସଡ଼ା ପ୍ରସ୍ତୁତ ହୋଇଛି ତାହା କାର୍ଯ୍ୟକାରୀ ନେଇ ସମସ୍ୟା ଉପରେ ବି ଆଲୋଚନା ହୋଇଛି। ଯେପରି ଗୋଟେ ସମାନତା ରହିବ। ସବୁ ବିଶ୍ୱବିଦ୍ୟାଳୟରେ ଛାତ୍ରବୃତ୍ତି କିଭଳି ବିନା ସମସ୍ୟାରେ ଠିକ ସମୟରେ ପାଇ ପାରିବେ ସେ ଦାୟିତ୍ୱ ଅଧ୍ୟକ୍ଷ ମାନଙ୍କୁ ଦିଆଯାଇଛି। ସରକାର ମଧ୍ୟ ପ୍ରସ୍ତୁତ ଯେ ଟେକନୋଲୋଜି ମାଧ୍ୟମରେ ଶିକ୍ଷା ଆଗକୁ ଯିବ। ତେଣୁ ବିଶ୍ୱବିଦ୍ୟାଳୟରେ ୱାଇଫାଇ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ପର୍ଯ୍ୟାୟକ୍ରମେ ସରକାରୀ ଓ ବେସରକାରୀ କଲେଜ ଗୁଡ଼ିକୁ ୱାଇଫାଇ ଦିଆଯିବ। ଏଥି ସହ ସବୁ କଲେଜ ରେଡ଼କ୍ରସ ଶାଖା ରହିବ। ସେଥିରେ ଛାତ୍ରଛାତ୍ରୀ ସାମିଲ ହେବେ। ସେ ଦିଗରେ ମଧ୍ୟ ଆଲୋଚନା ହୋଇଛି। ଛାତ୍ରଛାତ୍ରୀଙ୍କ ଫିଡ଼ବ୍ୟାକ ବି ପାଇଥିଲୁ। ଶୃଙ୍ଖଳା ମୁଖ୍ୟ କଥା। ବିଶୃଙ୍ଖଳା ଯାହା ବିରୋଧରେ ପ୍ରମାଣିତ ହେବ କାର୍ଯ୍ୟାନୁଷ୍ଠାନ ହେବ। ଏକ ଶୈକ୍ଷିକ ବାତାବରଣ ପାଇଁ ଉଦ୍ୟମ ରହିଛି। ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସବୁ ଉଦ୍ୟମ କରୁଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର