କାହିଁକି ଓ କେମିତି ମମିତାଙ୍କୁ ହତ୍ୟା କଲା ଗୋବିନ୍ଦ, ଅଭିଯୁକ୍ତକୁ କେମିତି ଧରିଲା ପୁଲିସ

The Sakala Picture
Published On

ବଲାଙ୍ଗିର : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମର୍ଡର ମିଷ୍ଟ୍ରିର ଖୁଲାସା କରିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର । ଗୋବିନ୍ଦ ସାହୁ ହିଁ ହତ୍ୟାକାରୀ । ଯୋଜନାବଦ୍ଧ ଭାବେ ଗୋବିନ୍ଦ ମମିତାଙ୍କୁ ହତ୍ୟା କରିଛି । ଏନେଇ ବଲାଙ୍ଗୀର ପ୍ରେସମିଟ୍ ଜରିଆରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର। ଏନେଇ ଡିଆଜି କହିଛନ୍ତି ଯେ ଗୋବିନ୍ଦର ପରକୀୟା ସଂପର୍କ ନେଇ ମମିତା ଜାଣିଥିଲେ। ଏହାକୁ […]

ବଲାଙ୍ଗିର : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମର୍ଡର ମିଷ୍ଟ୍ରିର ଖୁଲାସା କରିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର । ଗୋବିନ୍ଦ ସାହୁ ହିଁ ହତ୍ୟାକାରୀ । ଯୋଜନାବଦ୍ଧ ଭାବେ ଗୋବିନ୍ଦ ମମିତାଙ୍କୁ ହତ୍ୟା କରିଛି । ଏନେଇ ବଲାଙ୍ଗୀର ପ୍ରେସମିଟ୍ ଜରିଆରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଏନେଇ ଡିଆଜି କହିଛନ୍ତି ଯେ ଗୋବିନ୍ଦର ପରକୀୟା ସଂପର୍କ ନେଇ ମମିତା ଜାଣିଥିଲେ। ଏହାକୁ ପ୍ରଘଟ କରିବା ନେଇ ମମିତା ତାଙ୍କୁ ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ମମିତାଙ୍କୁ ହତ୍ୟା କରିବ ବେଲି ଗୋବିନ୍ଦ ଯୋଜନା କରିଥିଲା।ମମିତାଙ୍କୁ ପୂର୍ବ ଯୋଜନା ମୁତାବକ ଭବାନୀପାଟଣା ଡାକିଥିଲେ ଗୋବିନ୍ଦ । ଆଉ ୮ ତାରିଖ ଦିନ ଭବାନୀପାଟଣାରୁ କେ ଗାଁକୁ ଫେରୁଥିବା ରାସ୍ତାରେ ମମିତାଙ୍କୁ ହତ୍ୟା କରାଯାଇଥିଲା । ତେବେ ତଣ୍ଟି ଚିପି ହତ୍ୟା କରାଯାଇଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଗୋବିନ୍ଦଙ୍କ କାରରେ କଟା ଦାଗ ଥିବାରୁ ମମିତାଙ୍କୁ ମାରିବା ପାଇଁ ଛୁରୀ ବ୍ୟବହାର ହୋଇଥିବା ପୁଲିସ ସନ୍ଦେହ କରୁଛି । ହତ୍ୟା କରିବା ପରେ ମମିତାଙ୍କ ମୃତଦେହକୁ କାର୍‌ରେ ସାଥୀରେ ନେଇଯାଇଥିଲା ଗୋବିନ୍ଦ । ହତ୍ୟା ପରେ ଅନ୍ଧାର ହେଲା ପରେ ମୃତଦେହକୁ ମହାଲିଙ୍ଗ ଷ୍ଟାଡିୟମକୁ ନେଇ କାର୍ଡ ବୋର୍ଡ ଓ ଟାୟାର ଜାଳି ପୋଡିଥିଲେ ଗୋବିନ୍ଦ । ପରଦିନ ସକାଳେ ଜେସିବି ମେସିନରେ ଉକ୍ତ ପୋଡା ମୃତଦେହକୁ ପୋତାଯାଇଥିଲା ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ମମିତା ନିଖୋଜ ନେଇ ଅଭିଯୋଗ ମିଳିବା ପରେ ତଦନ୍ତ କରିଥିଲା ପୁଲିସ୍ । ମମିତା ନିଖୋଜ ମାମଲାର ଖୋଳତାଡ କରୁଥିଲା ପୋଲିସ୍ ଆଉ ଗୋବିନ୍ଦ ସାହୁଙ୍କୁ ହେପାଜତକୁ ନେଇଥିଲା ସେତେବେଳେ କୌଶଳ କରି ପୁଲିସ ହେପାଜତରୁ ଚମ୍ପଟ ମାରିଥିଲା । ପରେ ପୁଲିସ ଗୋବିନ୍ଦକୁ ଖୋଜିବା ପାଇଁ ଲାଗିପଡିଥିଲା । ଗୋବିନ୍ଦକୁ ଧରାଇ ଦେଲେ ୨୦ହଜାର ଟଙ୍କାର ପୁରସ୍କାର ରାଶୀ ପ୍ରଥମେ ଘୋଷଣା କରିଥିଲା ପୁଲିସ । ପରେ ଏହି ପୁରସ୍କାର ରାଶୀକୁ ବଢାଇ ୧ଲକ୍ଷ ଟଙ୍କା କରିଥିଲା ପୁଲିସ । ତଦନ୍ତ ବେଳେ ପାଖାପାଖି ୧୭ ଘଣ୍ଟାର ସିସିଟିଭି ଫୁଟେଜ ପୁଲିସ ସଂଗ୍ରହ କରିଥିଲା । ପୁଲିସ ପକ୍ଷରୁ ୯ଟି ଟିମ ଗଠନ କରାଯାଇ ବିଭିନ୍ନ ସାକ୍ଷୀମାନଙ୍କୁ ପଚରାଉଚୁରା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଭବାନୀପାଟଣା ସ୍ଥାନୀୟ ଅଞ୍ଚଳରେ ୪୫ରୁ ୬୦ କିମି ଯାଏ ସିସିଟିଭି ଯାଞ୍ଚ କରିଥଲା ପୁଲିସ । ସିସିଟିଭି ଫୁଟେଜ ଜରିଆରେ ଅନେକ ତଥ୍ୟ ହାସଲ ହୋଇଛି । ପୁଲିସ ହେପାଜତରୁ ଚମ୍ପଟ ମାରିବା ପରେ ଗୋବିନ୍ଦକୁ ଧରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଡାଉ କରାଯିବା ସହ ତାର ସମ୍ପର୍କୀୟଙ୍କ ଉପରେ ମଧ୍ୟ ନଜର ରଖାଯାଇଥିଲା। ଗୋବିନ୍ଦର ସାନ ଭଉଣୀ ଘର ଉପରେ ନଜର ରଖିଥିଲା ପୁଲିସ । ଗୋବିନ୍ଦ ସାନ ଭଉଣୀ ଘରକୁ ଲୁଚିବା ପାଇଁ ଯାଇଥିଲା ସେଠାରେ ସାନ ଭଉଣୀର ସାଶୁଘର ଲୋକେ ଗୋବିନ୍ଦକୁ ଘରେ ଆଶ୍ରୟ ଦେଇନଥିଲେ । ଘର ବାରି ପଛପଟେ ଥିବା ଏକ ଆଖୁ କିଆରିରେ ଲୁଚିବାକୁ କହିଥିଲେ । ଆଉ ଗୋବିନ୍ଦ ଆଖୁ କିଆରି ଭିତରେ ଲୁଚିଥିଲା । ସେଠାରେ ତା’ ପାଖରେ ଖାଇବା ପିଇବା ପହଞ୍ଚାଯାଉଥିଲା । ଯାହା ଉପରେ କିଛି ସ୍ଥାନୀୟ ଲୋକଙ୍କ ନଜର ରହିଥିଲା । ଆଉ ସ୍ଥାନୀୟ ଲୋକଙ୍କ ସହାୟତାରେ ହିଁ ଗୋବିନ୍ଦକୁ ଧରିବାରେ ସଫଳ ହୋଇଥିଲା ପୁଲିସ।

ଅନ୍ୟପଟେ ଗୋବିନ୍ଦଙ୍କ ସହ ସିନ୍ଧେକେଲା ଥାନାରେ ଅଟକ ଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ, କଲେଜର ରାତ୍ରି ଜଗୁଆଳି ଗୁପ୍ତେ ତାଣ୍ଡି ଓ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କୁ ମୁହାଁମୁହିଁ ଜେରା କରିଛି ବଲାଙ୍ଗୀର ପୁଲିସ । ଅନ୍ୟପଟେ ଘଟଣା ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ମହାଲିଙ୍ଗ କଲେଜର କିଛି ଛାତ୍ରଛାତ୍ରୀ । କଲେଜରେ ଅସାମାଜିକ କାର୍ଯ୍ୟ ଚାଲିଥିଲା ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । କଲେଜରେ ବେଆଇନ କାର୍ଯ୍ୟ ଚାଲୁଥିବା ବେଳେ, ହଷ୍ଟେଲରେ ଛାତ୍ରମାନଙ୍କୁ ନିସ୍ତୁକ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି । ତେଣୁ ମହାଲିଙ୍ଗ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

20 Oct 2021 By The Sakala

କାହିଁକି ଓ କେମିତି ମମିତାଙ୍କୁ ହତ୍ୟା କଲା ଗୋବିନ୍ଦ, ଅଭିଯୁକ୍ତକୁ କେମିତି ଧରିଲା ପୁଲିସ

ବଲାଙ୍ଗିର : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମର୍ଡର ମିଷ୍ଟ୍ରିର ଖୁଲାସା କରିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର । ଗୋବିନ୍ଦ ସାହୁ ହିଁ ହତ୍ୟାକାରୀ । ଯୋଜନାବଦ୍ଧ ଭାବେ ଗୋବିନ୍ଦ ମମିତାଙ୍କୁ ହତ୍ୟା କରିଛି । ଏନେଇ ବଲାଙ୍ଗୀର ପ୍ରେସମିଟ୍ ଜରିଆରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର।

ଏନେଇ ଡିଆଜି କହିଛନ୍ତି ଯେ ଗୋବିନ୍ଦର ପରକୀୟା ସଂପର୍କ ନେଇ ମମିତା ଜାଣିଥିଲେ। ଏହାକୁ ପ୍ରଘଟ କରିବା ନେଇ ମମିତା ତାଙ୍କୁ ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ମମିତାଙ୍କୁ ହତ୍ୟା କରିବ ବେଲି ଗୋବିନ୍ଦ ଯୋଜନା କରିଥିଲା।ମମିତାଙ୍କୁ ପୂର୍ବ ଯୋଜନା ମୁତାବକ ଭବାନୀପାଟଣା ଡାକିଥିଲେ ଗୋବିନ୍ଦ । ଆଉ ୮ ତାରିଖ ଦିନ ଭବାନୀପାଟଣାରୁ କେ ଗାଁକୁ ଫେରୁଥିବା ରାସ୍ତାରେ ମମିତାଙ୍କୁ ହତ୍ୟା କରାଯାଇଥିଲା । ତେବେ ତଣ୍ଟି ଚିପି ହତ୍ୟା କରାଯାଇଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଗୋବିନ୍ଦଙ୍କ କାରରେ କଟା ଦାଗ ଥିବାରୁ ମମିତାଙ୍କୁ ମାରିବା ପାଇଁ ଛୁରୀ ବ୍ୟବହାର ହୋଇଥିବା ପୁଲିସ ସନ୍ଦେହ କରୁଛି । ହତ୍ୟା କରିବା ପରେ ମମିତାଙ୍କ ମୃତଦେହକୁ କାର୍‌ରେ ସାଥୀରେ ନେଇଯାଇଥିଲା ଗୋବିନ୍ଦ । ହତ୍ୟା ପରେ ଅନ୍ଧାର ହେଲା ପରେ ମୃତଦେହକୁ ମହାଲିଙ୍ଗ ଷ୍ଟାଡିୟମକୁ ନେଇ କାର୍ଡ ବୋର୍ଡ ଓ ଟାୟାର ଜାଳି ପୋଡିଥିଲେ ଗୋବିନ୍ଦ । ପରଦିନ ସକାଳେ ଜେସିବି ମେସିନରେ ଉକ୍ତ ପୋଡା ମୃତଦେହକୁ ପୋତାଯାଇଥିଲା ।

ମମିତା ନିଖୋଜ ନେଇ ଅଭିଯୋଗ ମିଳିବା ପରେ ତଦନ୍ତ କରିଥିଲା ପୁଲିସ୍ । ମମିତା ନିଖୋଜ ମାମଲାର ଖୋଳତାଡ କରୁଥିଲା ପୋଲିସ୍ ଆଉ ଗୋବିନ୍ଦ ସାହୁଙ୍କୁ ହେପାଜତକୁ ନେଇଥିଲା ସେତେବେଳେ କୌଶଳ କରି ପୁଲିସ ହେପାଜତରୁ ଚମ୍ପଟ ମାରିଥିଲା । ପରେ ପୁଲିସ ଗୋବିନ୍ଦକୁ ଖୋଜିବା ପାଇଁ ଲାଗିପଡିଥିଲା । ଗୋବିନ୍ଦକୁ ଧରାଇ ଦେଲେ ୨୦ହଜାର ଟଙ୍କାର ପୁରସ୍କାର ରାଶୀ ପ୍ରଥମେ ଘୋଷଣା କରିଥିଲା ପୁଲିସ । ପରେ ଏହି ପୁରସ୍କାର ରାଶୀକୁ ବଢାଇ ୧ଲକ୍ଷ ଟଙ୍କା କରିଥିଲା ପୁଲିସ । ତଦନ୍ତ ବେଳେ ପାଖାପାଖି ୧୭ ଘଣ୍ଟାର ସିସିଟିଭି ଫୁଟେଜ ପୁଲିସ ସଂଗ୍ରହ କରିଥିଲା । ପୁଲିସ ପକ୍ଷରୁ ୯ଟି ଟିମ ଗଠନ କରାଯାଇ ବିଭିନ୍ନ ସାକ୍ଷୀମାନଙ୍କୁ ପଚରାଉଚୁରା କରାଯାଇଥିଲା।

ଭବାନୀପାଟଣା ସ୍ଥାନୀୟ ଅଞ୍ଚଳରେ ୪୫ରୁ ୬୦ କିମି ଯାଏ ସିସିଟିଭି ଯାଞ୍ଚ କରିଥଲା ପୁଲିସ । ସିସିଟିଭି ଫୁଟେଜ ଜରିଆରେ ଅନେକ ତଥ୍ୟ ହାସଲ ହୋଇଛି । ପୁଲିସ ହେପାଜତରୁ ଚମ୍ପଟ ମାରିବା ପରେ ଗୋବିନ୍ଦକୁ ଧରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଡାଉ କରାଯିବା ସହ ତାର ସମ୍ପର୍କୀୟଙ୍କ ଉପରେ ମଧ୍ୟ ନଜର ରଖାଯାଇଥିଲା। ଗୋବିନ୍ଦର ସାନ ଭଉଣୀ ଘର ଉପରେ ନଜର ରଖିଥିଲା ପୁଲିସ । ଗୋବିନ୍ଦ ସାନ ଭଉଣୀ ଘରକୁ ଲୁଚିବା ପାଇଁ ଯାଇଥିଲା ସେଠାରେ ସାନ ଭଉଣୀର ସାଶୁଘର ଲୋକେ ଗୋବିନ୍ଦକୁ ଘରେ ଆଶ୍ରୟ ଦେଇନଥିଲେ । ଘର ବାରି ପଛପଟେ ଥିବା ଏକ ଆଖୁ କିଆରିରେ ଲୁଚିବାକୁ କହିଥିଲେ । ଆଉ ଗୋବିନ୍ଦ ଆଖୁ କିଆରି ଭିତରେ ଲୁଚିଥିଲା । ସେଠାରେ ତା’ ପାଖରେ ଖାଇବା ପିଇବା ପହଞ୍ଚାଯାଉଥିଲା । ଯାହା ଉପରେ କିଛି ସ୍ଥାନୀୟ ଲୋକଙ୍କ ନଜର ରହିଥିଲା । ଆଉ ସ୍ଥାନୀୟ ଲୋକଙ୍କ ସହାୟତାରେ ହିଁ ଗୋବିନ୍ଦକୁ ଧରିବାରେ ସଫଳ ହୋଇଥିଲା ପୁଲିସ।

ଅନ୍ୟପଟେ ଗୋବିନ୍ଦଙ୍କ ସହ ସିନ୍ଧେକେଲା ଥାନାରେ ଅଟକ ଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ, କଲେଜର ରାତ୍ରି ଜଗୁଆଳି ଗୁପ୍ତେ ତାଣ୍ଡି ଓ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କୁ ମୁହାଁମୁହିଁ ଜେରା କରିଛି ବଲାଙ୍ଗୀର ପୁଲିସ । ଅନ୍ୟପଟେ ଘଟଣା ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ମହାଲିଙ୍ଗ କଲେଜର କିଛି ଛାତ୍ରଛାତ୍ରୀ । କଲେଜରେ ଅସାମାଜିକ କାର୍ଯ୍ୟ ଚାଲିଥିଲା ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । କଲେଜରେ ବେଆଇନ କାର୍ଯ୍ୟ ଚାଲୁଥିବା ବେଳେ, ହଷ୍ଟେଲରେ ଛାତ୍ରମାନଙ୍କୁ ନିସ୍ତୁକ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି । ତେଣୁ ମହାଲିଙ୍ଗ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର