କିଏ ହେବ ପିସିସି ସଭାପତି ? ଖୁବ୍‍ଶୀଘ୍ର ନିଷ୍ପତ୍ତି ନେବେ ରାହୁଲ ଗାନ୍ଧୀ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ କମିଟିର ପରବର୍ତ୍ତୀ ସଭାପତି କିଏ ହେବ, ସେ ନିଷ୍ପତ୍ତି ରାହୁଲ ଗାନ୍ଧୀ ହିଁ ନେବେ। ରାହୁଲ ଯାହା ନାଁରେ ସମ୍ମତି ଦେବେ; ସେହି ନାଁରେ ସୋନିଆ କେବଳ ମୋହର ମାରିବେ। ଆଗାମୀ ଦିନରେ ସୋନିଆ ଗାନ୍ଧୀ ପୁନର୍ବାର ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ସଭାପତି ପଦରେ ଅଭିଷିକ୍ତ କରିବାକୁ ଚାହୁଁଛନ୍ତି। ଏହି କ୍ରମରେ କୌଣସି ପରିସ୍ଥିତିରେ ରାହୁଲଙ୍କ ପ୍ରତି ଗଭୀର ଆନୁଗତ୍ୟ ରଖିଥିବା ବ୍ୟକ୍ତିଙ୍କୁ ପିସିସି ନେତୃତ୍ୱ ଦିଆଯିବା ଆପାତତଃ ଦଳୀୟସ୍ତରରେ ନିଷ୍ପତ୍ତି ହୋଇଛି। […]

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ କମିଟିର ପରବର୍ତ୍ତୀ ସଭାପତି କିଏ ହେବ, ସେ ନିଷ୍ପତ୍ତି ରାହୁଲ ଗାନ୍ଧୀ ହିଁ ନେବେ। ରାହୁଲ ଯାହା ନାଁରେ ସମ୍ମତି ଦେବେ; ସେହି ନାଁରେ ସୋନିଆ କେବଳ ମୋହର ମାରିବେ। ଆଗାମୀ ଦିନରେ ସୋନିଆ ଗାନ୍ଧୀ ପୁନର୍ବାର ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ସଭାପତି ପଦରେ ଅଭିଷିକ୍ତ କରିବାକୁ ଚାହୁଁଛନ୍ତି। ଏହି କ୍ରମରେ କୌଣସି ପରିସ୍ଥିତିରେ ରାହୁଲଙ୍କ ପ୍ରତି ଗଭୀର ଆନୁଗତ୍ୟ ରଖିଥିବା ବ୍ୟକ୍ତିଙ୍କୁ ପିସିସି ନେତୃତ୍ୱ ଦିଆଯିବା ଆପାତତଃ ଦଳୀୟସ୍ତରରେ ନିଷ୍ପତ୍ତି ହୋଇଛି। ଗତ କିଛି ମାସ ମଧ୍ୟରେ ବିଭିନ୍ନ ରାଜ୍ୟରେ ପିସିସି ସଭାପତି ମନୋନୟନ କ୍ଷେତ୍ରରେ ଏହା ପ୍ରତିଫଳିତ ହୋଇଛି ଓ ଓଡ଼ିଶାରେ ମଧ୍ୟ ଏହାର ପୁନରାବୃତ୍ତି ହୋଇପାରେ ବୋଲି କୁହାଯାଉଛି। ତେବେ ରାହୁଲ ଏବେ ବିଦେଶରେ ଥିବାରୁ ପିସିସି ସଭାପତି ମନୋନୟନ ବିଳମ୍ବିତ ହେଉଥିବା ମନେ କରାଯାଉଛି। ହାଇକମାଣ୍ଡ ଚାହିଁଲେ ଏ ସଂକ୍ରାନ୍ତରେ ତାଙ୍କ ମତାମତ ନେଇ ନୂଆ ସଭାପତିଙ୍କ ନାମ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ଓଡ଼ିଶା ପ୍ରସଙ୍ଗରେ ଗତ କିଛି ବର୍ଷ ହେଲା ଏଆଇସିସି ଆଗ୍ରହ ଦେଖାଉଥିବା ମନେ ହେଉନାହିଁ। ସୋନିଆ, ରାହୁଳଙ୍କ ଅପେକ୍ଷା ରାଜ୍ୟ ନେତୃତ୍ୱ ତାଙ୍କର ଘନିଷ୍ଠ କୁହାଯାଉଥିବା ନେତାଙ୍କ ସହ ଯୋଗସୂତ୍ରରେ ରହୁଛନ୍ତି। ରାଜ୍ୟରେ ସଙ୍ଗଠନ ସମସ୍ୟା ତିନିସ୍ତର ଅତିକ୍ରମ କରି ସୋନିଆ ଓ ରାହୁଳଙ୍କ ନିକଟରେ ପହଞ୍ଚୁଛି। ଯାହା ଫଳରେ ଏଥିରେ ବାସ୍ତବିକତା ଅପେକ୍ଷା ଅନ୍ୟ ପ୍ରସଙ୍ଗ ଅଧିକ ଗୁରୁତ୍ୱ ବହନ କରୁଛି। ରାଜ୍ୟର ନେତୃବୃନ୍ଦ ସୋନିଆ ଗାନ୍ଧୀଙ୍କୁ ସମସ୍ତ ବିଷୟ ଅବଗତ କରିବା ପରିବର୍ତ୍ତେ କେ.ସି ବେଣୁଗୋପାଳ, ଜନାର୍ଦ୍ଦନ ଦ୍ୱିବେଦୀଙ୍କ ସାନ୍ନିଧ୍ୟରେ ଉତ୍‍ଫୁଲିତ ହୋଇ ପଡ଼ିଛନ୍ତି। ଚିନ୍ତନ ଶିବିର ହାଲୁକା ସମୟ ଗୁଡ଼ିକରେ ପିସିସି ସଭାପତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଓ ଗାନ୍ଧୀ ପରିବାରର ନିକଟତମ ଶୀର୍ଷ କଂଗ୍ରେସ ନେତାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ତେବେି ଚିନ୍ତନ ଶିବିର ବା ଏହା ପରେ ରାହୁଲ ଓଡ଼ିଆ କଂଗ୍ରେସ ନେତାଙ୍କ ସହ ଏତେଟା ଆଲୋଚନା କରିନାହାନ୍ତି ବୋଲି ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ଜଣେ ପୂର୍ବତନ ବିଧାୟକଙ୍କ ସୂଚନା ଅନୁଯାୟୀ ଜଣେ ପୁରୁଖା ନେତାଙ୍କୁ ପିସିସି ସଭାପତି କରାଯିବା ଆପାତତଃ ଚୂଡ଼ାନ୍ତ ହୋଇଛି। ଖୁବ୍‍ ଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯାଇପାରେ। ତେବେ ଚିନ୍ତନ ଶିବିର ପରେ ସୁନୀଲ ଜାକର, ହାର୍ଦ୍ଦିକ ପଟେଲଙ୍କ ଭଳି ନେତା କଂଗ୍ରେସ ଛାଡିବା ଦଳକୁ ଚିନ୍ତିତ କରିଛି। ଓଡ଼ିଶାରେ ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା କେବଳ ବରିଷ୍ଠ ନେତାମାନଙ୍କୁ ନେଇ କରାଯାଉଛି। ଯୁବ ବର୍ଗଙ୍କୁ କେଉଁ ଦାୟିତ୍ୱ ମିଳିବ, ସେ କଥା ଆଲୋଚନା ହେଉନାହିଁ। ତେଣୁ ସଙ୍ଗଠନରେ ବ୍ୟକ୍ତିବିଶେଷଙ୍କ ପରିବର୍ତ୍ତନ କ’ଣ ଉତ୍ସାହ ଆଣିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର