ଜନବିରୋଧୀ ପ୍ରଦୀପ ପାଣିଗ୍ରାହୀଙ୍କୁ କୋଳେଇ ନିଜର ଅସଲ ଚେହେରା ଦେଖାଇଲା ବିଜେପି: ବିଜେଡି

The Sakala Picture
Published On

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ଏମିତି ଜଣେ ଜନବିରୋଧୀ ନେତା ଯିଏ ନିଜ ଜ୍ୱାଇଁ ଆକାଶ ପାଠକ ଏବଂ ସମୁଦି ତଥା ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ ପାଠକ ସହ ମିଶି ଷଡଯନ୍ତ୍ର କରି, ଚାକିରି ଦେବା ନାଁରେ ନିଜ ନିର୍ବାଚନମଣ୍ଡଳୀର ଗରିବ ସାଧାରଣ ଲୋକ ଓ ବେକାର ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ଠକେଇ କରିଥିଲେ। ଏଭଳି ଜଣେ ନେତାଙ୍କୁ ଆଜି ବିଜେପି କୋଳେଇ ନେଇ ତାହାର ଅସଲ ଚେହେରା ଦେଖାଇଛି ବୋଲି କହିଛନ୍ତି […]

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ଏମିତି ଜଣେ ଜନବିରୋଧୀ ନେତା ଯିଏ ନିଜ ଜ୍ୱାଇଁ ଆକାଶ ପାଠକ ଏବଂ ସମୁଦି ତଥା ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ ପାଠକ ସହ ମିଶି ଷଡଯନ୍ତ୍ର କରି, ଚାକିରି ଦେବା ନାଁରେ ନିଜ ନିର୍ବାଚନମଣ୍ଡଳୀର ଗରିବ ସାଧାରଣ ଲୋକ ଓ ବେକାର ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ଠକେଇ କରିଥିଲେ। ଏଭଳି ଜଣେ ନେତାଙ୍କୁ ଆଜି ବିଜେପି କୋଳେଇ ନେଇ ତାହାର ଅସଲ ଚେହେରା ଦେଖାଇଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ଆଜି ଏଠାରେ ସାମ୍ବାଦିକମାନଙ୍କୁ ବିଜେଡି ପ୍ରବକ୍ତା ଶ୍ରୀମତୀ ସାହୁ କହିଛନ୍ତି ଯେ, ଭାବୀ ଜ୍ୱାଇଁକୁ ଟାଟା ମୋଟର୍ସର ଏମଡି ଦର୍ଶାଇ ନିଜ ନିର୍ବାଚନ ମଣ୍ଡଳୀର ବେକାର ଗରିବ ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଠକିଥିଲେ। ଠକେଇ ମାମଲା ଧରା ପଡିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ପାଠକ ବାପା-ପୁଅ ଗିରଫ ହୋଇଥିଲେ ଏବଂ ମାସ ମାସ ଧରି ଜେଲରେ ଥିଲେ। ଲୋକଙ୍କ ଠାରୁ ଠକି ଯେଉଁ ବିପୁଳ ଟଙ୍କା ଠୁଳ କରିଥିଲେ, ସେଥିରେ ଚାଟାର୍ଡ ଫ୍ଲାଇଟ ବୁକିଂ କରି ଭାରତ ସାରା ବୁଲୁଥିଲେ ଏବଂ ବଡ ବଡ ହୋଟେଲରେ ରାତି କାଟୁଥିଲେ। ଏହା ସବୁ ଘଟୁଥିଲା କୋଭିଡ୍‌ ସମୟରେ, ଯେତେବେଳେ ମହାମାରୀ ଏକ ବଡ ବିପଦ ହୋଇ ସଭିଙ୍କ ସାମ୍ନାରେ ଠିଆ ହୋଇଥିଲା।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

କୋଭିଡ ସମୟରେ ଗଞ୍ଜାମକୁ ଫେରୁଥିବା ଲୋକଙ୍କୁ କିଭଳି ସୁରକ୍ଷିତ ରଖାଯିବ ଓ କିଭଳି ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ, ସେନେଇ ଜନ ପ୍ରତିନିଧି ଓ ପ୍ରଶାସନ ତତ୍ପରତା ଦେଖାଉଥିଲେ। ଆଉ ସେହି ସମୟରେ ଲୋକଙ୍କୁ ଠକି ସେଇ ଟଙ୍କାରେ ମଉଜ କରୁଥିଲେ ପ୍ରଦୀପ ପାଣିଗ୍ରାହୀ । ଠକେଇ ଏବଂ ଆୟ ବହିର୍ଭୁତ ସଂପତି ଠୁଳ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଏକାଧିକ ମାମଲା ରହିଛି। ଏପରିକି ଭୁବନେଶ୍ୱର ସ୍ପେଶାଲ ଭିଜିଲାନସ କୋର୍ଟ ତାଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ ମଧ୍ୟ କରିସାରିଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷିବ, ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି

ପ୍ରଦୀପ ପାଣିଗ୍ରାହୀଙ୍କ ଏଭଳି ଜନବିରୋଧୀ ନୀତି ପ୍ରତି କଠୋର ଏବଂ କଡା ଆଭିମୁଖ୍ୟ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳ ନୀତି ଆପଣାଇ ଏଭଳି ଜନବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ।

ପ୍ରଦୀପ ପାଣିଗ୍ରାହୀଙ୍କ ସମୁଦି ତଥା ଦୁର୍ନୀତିଗ୍ରସ୍ତ ଆଇଏଫଏସ ଅଧିକାରୀ ଅଭୟ ପାଠକଙ୍କ ପାଖରୁ ବିପୁଳ ସଂପତି ମିଳିବା ପରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ କେନ୍ଦ୍ରକୁ ସୁପାରିଶ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ। ଅଭୟ ପାଠକଙ୍କ ବିରୁଦ୍ଧରେ ସମସ୍ତ ପ୍ରମାଣ ଦେଖିବା ପରେ କେନ୍ଦ୍ର ସରକାର ଏନେଇ ସମ୍ମତି ପ୍ରଦାନ କରିଥିଲେ। ସର୍ବଭାରତୀୟ ସେବାର ଜଣେ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦେଇ ମୁଖ୍ୟମନ୍ତ୍ରୀ ଉଦାହରଣ ସୃଷ୍ଟି କରିଥିଲେ।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଦୀପ ପାଣିଗ୍ରାହୀଙ୍କୁ ଏହି ମାମଲାରେ ଠକ ଏବଂ ଲୋକଙ୍କ ପଇସା ଲୁଟିଥିବା ଜଣେ ଲମ୍ଫଟ ବୋଲି କହିଥିଲେ। ଯାହାକୁ ଗାଳି କରୁଥିଲେ, ଆଜି ତାକୁ କୋଳେଇ ନେଲେ। କେଉଁ ବାଧ୍ୟବାଧ୍ୟକତାରେ?

ଆଉ ଏକ କଥା ଆମେ ଶୁଣିବାକୁ ପାଉଛୁ। ମାନ୍ୟବର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ରାଜନାଥ ସିଂଙ୍କ ଉପସ୍ଥତିରେ କୁଆଡେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବାର ଥିଲା। ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ କଳା କାରନାମା ଜାଣିବା ପରେ ଶ୍ରୀଯୁକ୍ତ ସିଂହ କୁଆଡେ ସଫା ସଫା ମନା କରିଦେଲେ। ତେଣୁ ତରବରିଆ ଭାବେ ଏହି ମିଶ୍ରଣ ପର୍ବର ଆୟୋଜନ ଓଡିଶା ବିଜେପି କାର୍ଯ୍ୟାଳୟରେ କରାଗଲା। ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ଧର୍ମେନ୍ଦ୍ର ପ୍ରଧାନ, ପ୍ରଦୀପ ପାଣିଗ୍ରାହୀଙ୍କୁ କୋଳେଇ ନେବାକୁ ବ୍ୟଗ୍ର ଥିଲେ, ସେ ବି ଏହି ମିଶ୍ରଣ ପର୍ବ ଠାରୁ ଦୂରେଇ ରହିଲେ।

ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ପରେ, ଓଡିଶା ବିଜେପିର ସାଂଗଠନିକ କ୍ଷେତ୍ରରେ ଦୟନୀୟ ଚିତ୍ର ଧୀରେ ଧୀରେ ଜଣାପଡୁଛି। ଓଡିଶା ବିଜେପି ନୂଆ ନେତା ସୃଷ୍ଟି କରିବାରେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି। ତେଣୁ ପ୍ରଦୀପ ପାଣିଗ୍ରାହୀ ଭଳି ତଡାଖିଆ ଏବଂ ଜନବିରୋଧୀ ନେତା ହିଁ ସେମାନଙ୍କ ପାଇଁ ବନ୍ୟା ବେଳେ କୁଟା ଖିଅର ଭରସା ହୋଇଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଠକିଥିବା ଓ ଧୋକା ଦେଇଥିବା ନେତାଙ୍କୁ ଓଡିଶା ବିଜେପି ଆଜି କୋଳେଇ ନେଇଛି। ଏଭଳି ଅସାଧୁ ବୁଝାମଣାକୁ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଥିଲେ, ଏବଂ ଆଗକୁ ମଧ୍ୟ କରିବେ ବୋଲି ଶ୍ରୀମତୀ ସାହୁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର