କରୋନା ଆକ୍ରାନ୍ତ ହେଉଥିବା ରୋଗୀ କେଉଁ ସମୟରେ ମେଡିକାଲରେ ଭର୍ତ୍ତି ହେବାର ଆବଶ୍ୟକତା ରହିଛି? ଜାଣନ୍ତୁ କ’ଣ କହୁଛନ୍ତି ବରିଷ୍ଠ ଡାକ୍ତର ଜ୍ୟୋତି ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର : ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା।  ଦେଶ ତଥା ରାଜ୍ୟ ସବୁଠି ଏବେ କରୋନା କାୟା ମେଲାଇ ଚାଲିଛି। କରୋନାର ପ୍ରକୋପ ଦେଖି ଟିକାକରଣକୁ ପ୍ରାଧ୍ୟାନ୍ୟ ଦିଆଯାଉଛି  ହେଲେ ଏହାରି ମଧ୍ୟରେ କରୋନା ସଂକ୍ରମଣରେ କିନ୍ତୁ ରୋକ୍‌ ଲାଗୁନି। ଯଦିଓ ବର୍ତ୍ତମାନ ସଂକ୍ରମିତ ହେଉଥିବା ସଂକ୍ରମିତଙ୍କୁ ମେଡିକାଲରେ ଭର୍ତ୍ତି ହେବାର ଆବଶ୍ୟକ ପଡୁନି। କିନ୍ତୁ କେତେକାଶଂରେ ରୋଗୀ ଅଜଣାତରେ ଗୁରୁତର ହୋଇଯାଉଛନ୍ତି। ଏପରି ସ୍ଥିତିରେ ପୂର୍ବରୁ ଛାତି ରୋଗ କିମ୍ବା ଅନ୍ୟାନ୍ୟ ରୋଗ ଥିବା […]

ଭୁବନେଶ୍ବର : ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା।  ଦେଶ ତଥା ରାଜ୍ୟ ସବୁଠି ଏବେ କରୋନା କାୟା ମେଲାଇ ଚାଲିଛି। କରୋନାର ପ୍ରକୋପ ଦେଖି ଟିକାକରଣକୁ ପ୍ରାଧ୍ୟାନ୍ୟ ଦିଆଯାଉଛି  ହେଲେ ଏହାରି ମଧ୍ୟରେ କରୋନା ସଂକ୍ରମଣରେ କିନ୍ତୁ ରୋକ୍‌ ଲାଗୁନି। ଯଦିଓ ବର୍ତ୍ତମାନ ସଂକ୍ରମିତ ହେଉଥିବା ସଂକ୍ରମିତଙ୍କୁ ମେଡିକାଲରେ ଭର୍ତ୍ତି ହେବାର ଆବଶ୍ୟକ ପଡୁନି। କିନ୍ତୁ କେତେକାଶଂରେ ରୋଗୀ ଅଜଣାତରେ ଗୁରୁତର ହୋଇଯାଉଛନ୍ତି। ଏପରି ସ୍ଥିତିରେ ପୂର୍ବରୁ ଛାତି ରୋଗ କିମ୍ବା ଅନ୍ୟାନ୍ୟ ରୋଗ ଥିବା ଲୋକମାନେ କରୋନା ଆକ୍ରାନ୍ତ ହେଲେ ଭୟଭୀତ ହୋଇଯାଆନ୍ତି। ଏପରି ସ୍ଥିତିରେ କରୋନା ହେଲେ ରୋଗୀ କେଉଁ ସମୟରେ ମେଡିକାଲରେ ଭର୍ତ୍ତି ହେବାର ଆବଶ୍ୟକତା ରହିଛି ଏବଂ ପୂର୍ବରୁ ଏକାଧିକ ରୋଗରେ ପିଡିତ ଥିବା ରୋଗୀ କଣ କରିବେ ସେନେଇ ସୂଚନା ଦେଇଛନ୍ତି ବରିଷ୍ଠ ଡାକ୍ତର ଜ୍ୟୋତି ପଟ୍ଟନାୟକ। ଗୁରୁବାର ରାଜ୍ୟ ସରକାରଙ୍କ କୋଭିଡ୍ ସଚେତନତା ସମ୍ପର୍କୀତ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ଏସସିବି ମେଡିକାଲର ବରିଷ୍ଠ ଛାତିରୋଗ ବିଶେଷଜ୍ଞ ଡାକ୍ତର ଜ୍ୟୋତି ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

କରୋନା ନେଇ ଛାତିରୋଗ ବିଶେଷଜ୍ଞ ଡାକ୍ତର ଜ୍ୟୋତି ପଟ୍ଟନାୟକ ପରାମର୍ଶ ଦେଇ କହିଛନ୍ତି,ଏବେ ବି ରାଜ୍ୟରେ ଦ୍ବିତୀୟ ଲହରର ପ୍ରଭାବ ରହିଛି।ରାଜ୍ୟରେ ଏବେ ବି ଅନେକ ଲୋକ ଡେଲଟାରେ ଆକ୍ରାନ୍ତ ହେଉଛନ୍ତି ।ତୃତୀୟ ଲହରରେ ତଣ୍ଟି କାଟିବା ସହ ଛିଙ୍କ ହେଉଛି, ସାମାନ୍ୟ ଲକ୍ଷଣ ଥିଲେ ଘରେ ରହି ଚିକିତ୍ସିତ ହୁଅନ୍ତୁ । ଓମିକ୍ରନର ଲକ୍ଷଣରେ ମଧ୍ୟ ପରିବର୍ତ୍ତନ ଆସିପାରେ। କିନ୍ତୁ ବର୍ତ୍ତମାନ ଆସିନାହିଁ। ଭୟଭୀତ ହୁଅନ୍ତୁ ନାହିଁ। ଭୟକରି ତରବରିଆ ଭାବେ ମେଡିକାଲ ଆସିବା ଆବଶ୍ୟକ ନାହିଁ। ଅକ୍ସିଜେନ ସ୍ତର ୯୩ ପ୍ରତିଶତ ତଳକୁ ଖସିଲେ ଆମେ ହସ୍ପିଟାଲରେ ଆଡମିଶନ କରୁଛୁ । ଓମ୍ରିକନ ତଣ୍ଟିରେ ରହୁଛି, ଛାତିକୁ ଯାଉନି । ତେଣୁ ରୋଗୀ ଗୁରୁତର ହେଉନି । ଲକ୍ଷଣ ଥିଲେ ବି ଯଦି ଅକ୍ସିଜେନ ସ୍ତର ଠିକ ଅଛି, ଘରେ ରହି ଚିକିତ୍ସା ଚାଲିପାରିବ । କୌଣସି ଟିକା ଏମିତି ନାହିଁ, ଯାହା ଶତପ୍ରତିଶତ ସୁରକ୍ଷା ଦେବ । ଯାହାର ବହୁବିଧ ରୋଗ ଥିବ, ସେମାନଙ୍କ ଇମ୍ୟୁନିଟି ବହୁତ କମ ଥାଏ । ସେହି ଲୋକମାନଙ୍କ କ୍ଷେତ୍ରରେ ଟିକା ନେଲେ ବି ସଂକ୍ରମଣ ସମ୍ଭାବନା ବେଶି ରହିବ । ତେଣୁ ଟିକା ନେଲା ପରେ ବି ମାସ୍କ, ସାନିଟାଇଜେସନ ନିହାତି ମାନିବା ଉଚିତ ।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

20 Jan 2022 By The Sakala

କରୋନା ଆକ୍ରାନ୍ତ ହେଉଥିବା ରୋଗୀ କେଉଁ ସମୟରେ ମେଡିକାଲରେ ଭର୍ତ୍ତି ହେବାର ଆବଶ୍ୟକତା ରହିଛି? ଜାଣନ୍ତୁ କ’ଣ କହୁଛନ୍ତି ବରିଷ୍ଠ ଡାକ୍ତର ଜ୍ୟୋତି ପଟ୍ଟନାୟକ

ଭୁବନେଶ୍ବର : ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା।  ଦେଶ ତଥା ରାଜ୍ୟ ସବୁଠି ଏବେ କରୋନା କାୟା ମେଲାଇ ଚାଲିଛି। କରୋନାର ପ୍ରକୋପ ଦେଖି ଟିକାକରଣକୁ ପ୍ରାଧ୍ୟାନ୍ୟ ଦିଆଯାଉଛି  ହେଲେ ଏହାରି ମଧ୍ୟରେ କରୋନା ସଂକ୍ରମଣରେ କିନ୍ତୁ ରୋକ୍‌ ଲାଗୁନି। ଯଦିଓ ବର୍ତ୍ତମାନ ସଂକ୍ରମିତ ହେଉଥିବା ସଂକ୍ରମିତଙ୍କୁ ମେଡିକାଲରେ ଭର୍ତ୍ତି ହେବାର ଆବଶ୍ୟକ ପଡୁନି। କିନ୍ତୁ କେତେକାଶଂରେ ରୋଗୀ ଅଜଣାତରେ ଗୁରୁତର ହୋଇଯାଉଛନ୍ତି। ଏପରି ସ୍ଥିତିରେ ପୂର୍ବରୁ ଛାତି ରୋଗ କିମ୍ବା ଅନ୍ୟାନ୍ୟ ରୋଗ ଥିବା ଲୋକମାନେ କରୋନା ଆକ୍ରାନ୍ତ ହେଲେ ଭୟଭୀତ ହୋଇଯାଆନ୍ତି। ଏପରି ସ୍ଥିତିରେ କରୋନା ହେଲେ ରୋଗୀ କେଉଁ ସମୟରେ ମେଡିକାଲରେ ଭର୍ତ୍ତି ହେବାର ଆବଶ୍ୟକତା ରହିଛି ଏବଂ ପୂର୍ବରୁ ଏକାଧିକ ରୋଗରେ ପିଡିତ ଥିବା ରୋଗୀ କଣ କରିବେ ସେନେଇ ସୂଚନା ଦେଇଛନ୍ତି ବରିଷ୍ଠ ଡାକ୍ତର ଜ୍ୟୋତି ପଟ୍ଟନାୟକ। ଗୁରୁବାର ରାଜ୍ୟ ସରକାରଙ୍କ କୋଭିଡ୍ ସଚେତନତା ସମ୍ପର୍କୀତ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ଏସସିବି ମେଡିକାଲର ବରିଷ୍ଠ ଛାତିରୋଗ ବିଶେଷଜ୍ଞ ଡାକ୍ତର ଜ୍ୟୋତି ପଟ୍ଟନାୟକ।

କରୋନା ନେଇ ଛାତିରୋଗ ବିଶେଷଜ୍ଞ ଡାକ୍ତର ଜ୍ୟୋତି ପଟ୍ଟନାୟକ ପରାମର୍ଶ ଦେଇ କହିଛନ୍ତି,ଏବେ ବି ରାଜ୍ୟରେ ଦ୍ବିତୀୟ ଲହରର ପ୍ରଭାବ ରହିଛି।ରାଜ୍ୟରେ ଏବେ ବି ଅନେକ ଲୋକ ଡେଲଟାରେ ଆକ୍ରାନ୍ତ ହେଉଛନ୍ତି ।ତୃତୀୟ ଲହରରେ ତଣ୍ଟି କାଟିବା ସହ ଛିଙ୍କ ହେଉଛି, ସାମାନ୍ୟ ଲକ୍ଷଣ ଥିଲେ ଘରେ ରହି ଚିକିତ୍ସିତ ହୁଅନ୍ତୁ । ଓମିକ୍ରନର ଲକ୍ଷଣରେ ମଧ୍ୟ ପରିବର୍ତ୍ତନ ଆସିପାରେ। କିନ୍ତୁ ବର୍ତ୍ତମାନ ଆସିନାହିଁ। ଭୟଭୀତ ହୁଅନ୍ତୁ ନାହିଁ। ଭୟକରି ତରବରିଆ ଭାବେ ମେଡିକାଲ ଆସିବା ଆବଶ୍ୟକ ନାହିଁ। ଅକ୍ସିଜେନ ସ୍ତର ୯୩ ପ୍ରତିଶତ ତଳକୁ ଖସିଲେ ଆମେ ହସ୍ପିଟାଲରେ ଆଡମିଶନ କରୁଛୁ । ଓମ୍ରିକନ ତଣ୍ଟିରେ ରହୁଛି, ଛାତିକୁ ଯାଉନି । ତେଣୁ ରୋଗୀ ଗୁରୁତର ହେଉନି । ଲକ୍ଷଣ ଥିଲେ ବି ଯଦି ଅକ୍ସିଜେନ ସ୍ତର ଠିକ ଅଛି, ଘରେ ରହି ଚିକିତ୍ସା ଚାଲିପାରିବ । କୌଣସି ଟିକା ଏମିତି ନାହିଁ, ଯାହା ଶତପ୍ରତିଶତ ସୁରକ୍ଷା ଦେବ । ଯାହାର ବହୁବିଧ ରୋଗ ଥିବ, ସେମାନଙ୍କ ଇମ୍ୟୁନିଟି ବହୁତ କମ ଥାଏ । ସେହି ଲୋକମାନଙ୍କ କ୍ଷେତ୍ରରେ ଟିକା ନେଲେ ବି ସଂକ୍ରମଣ ସମ୍ଭାବନା ବେଶି ରହିବ । ତେଣୁ ଟିକା ନେଲା ପରେ ବି ମାସ୍କ, ସାନିଟାଇଜେସନ ନିହାତି ମାନିବା ଉଚିତ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର