ଏଚ୍‌ଏମ୍‌ପିଭି ଭୂତାଣୁ କ’ଣ, କେନ୍ଦ୍ର ଜାରି କଲା ମାର୍ଗଦର୍ଶିକା…

The Sakala Picture
Published On

ନୂଆଦିଲ୍ଲୀ: କରୋନା ମହାମାରୀର ୫ ବର୍ଷ ପରେ ଚୀନ୍‌ରେ ଶ୍ବାସକ୍ରିୟା ଜନିତ ଆଉ ଏକ ରୋଗ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାର ନାମ ଏଚ୍‌ଏମ୍‌ପିଭି ରହିଛି। ଏହା ଏତେ ସଂକ୍ରାମକ ଯେ ହସ୍ପିଟାଲରେ ରୋଗୀଙ୍କ ପାଇଁ ବେଡ୍‌ ଅଭାବ ଦେଖା ଦେଇଛି। ଏହାର ମୁକାବିଲା ଲାଗି ଚୀନ୍‌ ଜରୁରୀ ସ୍ଥିତି ଘୋଷଣା କରିଛି। ନୂଆ ପ୍ରୋଟୋକଲ ଜାରି କରାଯାଇଛି। ଏହି ଖବର ସାରା ବିଶ୍ବରେ ଭୟ ସୃଷ୍ଟି କରିଛି। କାରଣ କୋରନା ବି ଚୀନ୍‌ରୁ ଆରମ୍ଭ ହୋଇ […]

ନୂଆଦିଲ୍ଲୀ: କରୋନା ମହାମାରୀର ୫ ବର୍ଷ ପରେ ଚୀନ୍‌ରେ ଶ୍ବାସକ୍ରିୟା ଜନିତ ଆଉ ଏକ ରୋଗ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାର ନାମ ଏଚ୍‌ଏମ୍‌ପିଭି ରହିଛି। ଏହା ଏତେ ସଂକ୍ରାମକ ଯେ ହସ୍ପିଟାଲରେ ରୋଗୀଙ୍କ ପାଇଁ ବେଡ୍‌ ଅଭାବ ଦେଖା ଦେଇଛି। ଏହାର ମୁକାବିଲା ଲାଗି ଚୀନ୍‌ ଜରୁରୀ ସ୍ଥିତି ଘୋଷଣା କରିଛି। ନୂଆ ପ୍ରୋଟୋକଲ ଜାରି କରାଯାଇଛି। ଏହି ଖବର ସାରା ବିଶ୍ବରେ ଭୟ ସୃଷ୍ଟି କରିଛି। କାରଣ କୋରନା ବି ଚୀନ୍‌ରୁ ଆରମ୍ଭ ହୋଇ ଧିରେ ଧିରେ ସମଗ୍ର ବିଶ୍ବରେ ଲକ୍ଷ ଲକ୍ଷ ଜୀବନ ନେଇଥିଲା। ଭାରତରୁ ଏଚ୍‌ଏମ୍‌ପିଭିର ତିନି ରୋଗୀ ଚିହ୍ନଟ ହେବା ପରେ ସମସ୍ତେ ଆଶଙ୍କିତ ଅଛନ୍ତି। ସୋସିଆଲ ମିଡିଆରେ ଚର୍ଚ୍ଚାର ଆରମ୍ଭ ହୋଇଯାଇଛି। ପୁଣିଥରେ ଦେଶରେ ଲକ୍‌ଡାଉନ ଲାଗିପାରେ ବୋଲି ଲୋକେ ଆଶଙ୍କା କରୁଛନ୍ତି। କିନ୍ତୁ କେନ୍ଦ୍ର ସରକାର ସବୁ ଆଶଙ୍କାକୁ ଖାରଜ କରିଦେଇଛନ୍ତି। ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି। କାରଣ ଏହା ନୂଆ ଭୂତାଣୁ ନୁହେଁ। ୨୦୦୧ରେ ନେଦରଲାଣ୍ଡରେ ଏହାକୁ ପ୍ରଥମ ଥର ପାଇଁ ଚିହ୍ନଟ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ରିପୋର୍ଟ ଅନୁଯାୟୀ ଏଚ୍‌ଏମ୍‌ପିଭି ଏକ ଆରଏନଏ ଭୂତାଣୁ। ଏଥିରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଠାରେ ଥଣ୍ଡାକାଶ ଭଳି ଲକ୍ଷଣ ଦେଖା ଦେଇଥାଏ। ନାକରୁ ପାଣି ବାହାରିପାରେ। ଗଳା ଖରାପ ହୋଇପାରେ। ଶୀତ ଦିନେ ଏହାର ପ୍ରଭାବ ଅଧିକ ରହିଥାଏ। ତେବେ ଏହା ସେତେ ପ୍ରଭାବ ପକାଇ ନ ଥାଏ। କିନ୍ତୁ କମ୍‌ ବୟସର ଶିଶୁ, ବୟସ୍କ ଏବଂ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ବ୍ୟକ୍ତିଙ୍କ ଉପରେ ଏହା ଅଧିକ ପ୍ରଭାବ ପକାଇ ଥାଏ। ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ, ହାତ ମିଶାଇଲେ, ସଂକ୍ରମିତ ଛୁଇଁଥିବା ବସ୍ତୁକୁ ଛୁଇଁଲେ, କାଶଛିଙ୍କ ଦ୍ବାରା ଏହା ବ୍ୟାପିଥାଏ। ସଂକ୍ରମିତ ହେବାରୁ ୩ରୁ ୫ ଦିନ ମଧ୍ୟରେ ଏହାର ଲକ୍ଷଣ ଦେଖା ଦେଇଥାଏ। ଥଣ୍ଡା ଏବଂ କାଶର ଏହାର ପ୍ରାରମ୍ଭିକ ଲକ୍ଷଣ। ମାତ୍ର ଭୂତାଣରୁ ପ୍ରଭାବ ଅଧିକ ରହିଲେ ନିମୋନିଆ ଏବଂ ବ୍ରାଙ୍କାଇଟିସ ହେବାର ବିପଦ ରହିଥାଏ। କରୋନା ଏବଂ ଏଚଏମ୍‌ପିଭି ଅଲଗା ଅଲଗା ଭୂତାଣୁ। ତେବେ ଉଭୟଙ୍କ ମଧ୍ୟରେ ଅନେକ ସମାନ ବିଶେଷତ୍ବ ରହିଛି। ଉଭୟ ଭୂତାଣୁ ଶ୍ବାସକ୍ରିୟାକୁ ପ୍ରଭାବିତ କରିଥାନ୍ତି। ନିଃଶ୍ବାସପ୍ରଶ୍ବାସ ଏବଂ ଦୁଷିତ ବାୟୁର ସଂସ୍ପର୍ଶରେ ଆସିଲେ ଏହା ବ୍ୟାପିଥାଏ। ଏଥିରୁ ବର୍ତ୍ତିବା ଲାଗି ହାତ ସଫା ରଖିବା, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ବ ଅବଲମ୍ବନ କରିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଏଚ୍‌ଏମପିଭି କୌଣସି ନୂଆ ଭୂତାଣୁ ନୁହେଁ। ଗତ ବର୍ଷ ବି ଏହା ଚୀନ୍‌ରେ ବ୍ୟାପିଥିଲା। ୨୦୨୩ରେ ନେଦରଲାଣ୍ଡ, ବ୍ରିଟେନ, ଫିନଲାଣ୍ଡ, ଅଷ୍ଟ୍ରେଲିଆ, କାନାଡ଼ା ଏବଂ ଆମେରିକା ଭଳି ଦେଶରେ ଏହି ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ନ୍ୟାସନାଲ ଲାଇବ୍ରେରୀ ଅଫ୍‌ ମେଡିସନର ସୂଚନା ଅନୁଯାୟୀ ସର୍ବପ୍ରଥମେ ୨୦୦୧ରେ ନେଦରଲାଣ୍ଡରେ ଏହି ଭୂତାଣୁକୁ ଚିହ୍ନଟ କରାଯାଇଥିଲା। ତେବେ ଏହା ୫୦ ବର୍ଷ ତଳର ଭୂତାଣୁ ବୋଲି କୁହାଯାଉଛି। ଏହି ଭୂତାଣୁରେ ଏଭଳି କୌଣସି ପ୍ରଜାତି ଆସିନାହିଁ, ଯାହା କରୋନା ଭଳି ଦ୍ରୁତଗତିରେ ବ୍ୟାପିଥାଏ।ଏହି ଭୂତାଣୁ ସାରା ବିଶ୍ବରେ ବ୍ୟାପିଛି ତେଣୁ ଚିନ୍ତା ନ କରିବାକୁ ଆଇସିଏମଆର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ସଦ୍ୟ ତଥ୍ୟ ଅନୁଯାୟୀ ଏହା ସେଭଳି ବେଗରେ ବ୍ୟାପୁନାହିଁ। ଏଥିରେ କୌଣସି ରୋଗୀ ଗୁରୁତର ଭାବେ ଆକ୍ରାନ୍ତ ମଧ୍ୟ ହୋଇନାହାନ୍ତି। ସେହିପରି ଦିଲ୍ଲୀ ଏମ୍ସର କମ୍ୟୁନିଟି ମେଡିସିନ ବିଭାଗର ଅତିରିକ୍ତ ପ୍ରଫେସର ଡ. ହର୍ଷଲ ଆର ସାଲଭେ କହିଛନ୍ତି ଯେ ଦୀର୍ଘ ବର୍ଷ ହେଲା ଏହି ଭୂତାଣୁ ଭାରତରେ ଅଛି। ଭାରତୀୟଙ୍କଠାରେ ଏହାର ପ୍ରତିରୋଧୀ କ୍ଷମତା ବିକଶିତ ହୋଇସାରିଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଏଚଏମପିଭିକୁ ନେଇ ମାର୍ଗଦର୍ଶିକା ଜାରି କରିଛନ୍ତି। ଏଥିରେ କ’ଣ କରିବେ ଆଉ କ’ଣ ନ କରିବେ କୁହାଯାଇଛି। ଖାସିବା ସମୟରେ ମୁହଁ ଓ ନାକରେ ଟିସୁ କିମ୍ବା ରୁମାଲରେ ଢାଙ୍କିବାକୁ, ହାତ ସାବୁନ କିମ୍ବା ସାନିଟାଇଜରରେ ଧୋଇବାକୁ, ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ନ ଯିବାକୁ, ଥଣ୍ଡାକାଶ ଥିଲେ ସାର୍ବଜନୀନ ସ୍ଥାନରୁ ଦୂରେଇ ରହିବାକୁ, ସଂକ୍ରମଣ ଏଡେଇବା ପାଇଁ ରୁମ୍‌ରେ ବାୟୁ ଚଳାଚଳ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଟିସୁ ପେପର କିମ୍ବା ରୁମାଲ ଦ୍ବିତୀୟ ଥର ବ୍ୟବହାର ନ କରିବାକୁ, ରୋଗୀଙ୍କ ସଂସ୍ପର୍ଶରେ ଆସିଲେ ହାତ ପୋଛିବାକୁ, ବାରମ୍ବାର ଆଖି,କାନ ଏବଂ ନାକ ନ ଛୁଇଁବାକୁ, ସାର୍ବଜନୀନ ସ୍ଥାନରେ ଛେପ ନ ପକାଇବାକୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର