ଭୁଶୁଡିଲା ଓଦା କାନ୍ଥ, ନାବାଳିକାର ମୃତ୍ୟୁ

The Sakala Picture
Published On

ବାରିପଦା: ରବିବାର ପୁଣି କାନ୍ଥ ପଡି ଜଣେ ନାବାଳିକାର ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲେ ବାରିପଦା ପୌରପରିଷଦର ୨୨ ନମ୍ବର ୱାର୍ଡ ରଘୁନାଥପୁରର ସଞ୍ଜୟ ବେହେରାଙ୍କ ଝିଅ ମୁନି ବେହେରା (୧୦)। ଅବପାତ ଜନିତ ଲଗାଣ ବର୍ଷା ଯୋଗୁଁ ମାଟିଘର କାନ୍ଥ ମୂଳଦୁଆ ଓଦା ହୋଇ ରହିଥିଲା। ବାରଣ୍ଡାରେ ଖେଳୁଥିବା ବେଳେ ଅପରାହ୍ନ ପ୍ରାୟ ସାଢେ ୩ ଟା ସମୟରେ କାନ୍ଥ ପଡ଼ିଯିବାରୁ ଗୁରୁତର ଆହାତ ହୋଇପଡିଥିଲା। ସଙ୍ଗେସଙ୍ଗେ ପିରବାରଲୋକେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ […]

ବାରିପଦା: ରବିବାର ପୁଣି କାନ୍ଥ ପଡି ଜଣେ ନାବାଳିକାର ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲେ ବାରିପଦା ପୌରପରିଷଦର ୨୨ ନମ୍ବର ୱାର୍ଡ ରଘୁନାଥପୁରର ସଞ୍ଜୟ ବେହେରାଙ୍କ ଝିଅ ମୁନି ବେହେରା (୧୦)। ଅବପାତ ଜନିତ ଲଗାଣ ବର୍ଷା ଯୋଗୁଁ ମାଟିଘର କାନ୍ଥ ମୂଳଦୁଆ ଓଦା ହୋଇ ରହିଥିଲା। ବାରଣ୍ଡାରେ ଖେଳୁଥିବା ବେଳେ ଅପରାହ୍ନ ପ୍ରାୟ ସାଢେ ୩ ଟା ସମୟରେ କାନ୍ଥ ପଡ଼ିଯିବାରୁ ଗୁରୁତର ଆହାତ ହୋଇପଡିଥିଲା। ସଙ୍ଗେସଙ୍ଗେ ପିରବାରଲୋକେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଆଣିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଦୁଃଖଦ ଖବର ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ବାପା ଦିନ ମଜୁରୀଆ ହୋଇଥିବାରୁ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଘଟଣାରେ ଶୋକବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଛନ୍ତି । ନାବାଳିକାର ଶବବ୍ୟବଛେଦକୁ ସେ ଉପସ୍ଥିତ ରହି ତ୍ବରାନ୍ବିତ କରିଥିବା ବେଳେ ୨୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ସୋମବାର ରେଡକ୍ରସ ପକ୍ଷରୁ ସହାୟତା ସହିତ ଅନ୍ୟାନ୍ୟ ସରକାରୀ ସହାୟତା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡ଼ିଲା ମଦ୍ୟପାନ; ସ୍କୁଲ୍ ପରିସରରେ ମଦ ପିଇ ପ୍ରଧାନ ଶିକ୍ଷକ ନିଲମ୍ବିତ

ସୂଚନା ଥାଉ କି, ଶୁକ୍ରବାର ରାତିରେ ବିଶୋଇ ବ୍ଲକରେ କାନ୍ଥ ପଡି ୨ଜଣ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଥିଲା ।

ଆହୁରି ପଢ଼ନ୍ତୁ: ଗୁଳି ଫୁଟାଇ କମନ ସର୍ଭିସ ସେଣ୍ଟରରୁ ୨ ଲକ୍ଷ ଟଙ୍କା ଲୁଟିନେଇ ଦୁର୍ବୃତ୍ତ ଫେରାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର