ଆଜି ନବୀନ ପଟ୍ଟନାୟକଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

The Sakala Picture
Published On

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାକୁ ଏକ ସୌଜନ୍ୟମୁଳକ ସାକ୍ଷାତ ବୋଲି ମମତା କହିଛନ୍ତି । ହକି ବିଶ୍ବକପ୍ ସମୟରେ ନବୀନ ନିମନ୍ତ୍ରଣ କରିଥିଲେ । କିନ୍ତୁ ସମୟ ଅଭାବରୁ ସେ ଆସିପାରିନଥିଲେ । ତେଣୁ ଏବେ ପୁରୀ ଆସିଥିବା ବେଳେ ନବୀନଙ୍କୁ ଦେଖାକରିବେ । ଏହି ସମୟରେ ପୁରୀରେ ପଶ୍ଚିମବଙ୍ଗ ଭବନ ପାଇଁ ପ୍ରସ୍ତାବିତ ଜାଗା ସମ୍ପର୍କରେ ମଧ୍ୟ ଆଲୋଚନା କରିବେ । ଏଥିସହ ସହ […]

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାକୁ ଏକ ସୌଜନ୍ୟମୁଳକ ସାକ୍ଷାତ ବୋଲି ମମତା କହିଛନ୍ତି । ହକି ବିଶ୍ବକପ୍ ସମୟରେ ନବୀନ ନିମନ୍ତ୍ରଣ କରିଥିଲେ । କିନ୍ତୁ ସମୟ ଅଭାବରୁ ସେ ଆସିପାରିନଥିଲେ । ତେଣୁ ଏବେ ପୁରୀ ଆସିଥିବା ବେଳେ ନବୀନଙ୍କୁ ଦେଖାକରିବେ । ଏହି ସମୟରେ ପୁରୀରେ ପଶ୍ଚିମବଙ୍ଗ ଭବନ ପାଇଁ ପ୍ରସ୍ତାବିତ ଜାଗା ସମ୍ପର୍କରେ ମଧ୍ୟ ଆଲୋଚନା କରିବେ । ଏଥିସହ ସହ ଆଉ କିଛି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ପୁରୀରେ ହେବ ପଶ୍ଚିମବଙ୍ଗ ଭବନ । ଗତକାଲି ଜାଗା ଦେଖି ଫାଇନାଲ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଜାଗା ଦିଦିଙ୍କୁ ପସନ୍ଦ ଆସିଛି । ପୁରୀ ଆସିଲେ ଆଉ ବେଙ୍ଗଲ ପର୍ଯ୍ୟଟକଙ୍କୁ ରହିବାକୁ ଅଡୁଆ ହେବନି । ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ପଶ୍ଚିମବଙ୍ଗରୁ ପର୍ଯ୍ୟଟକ ପୁରୀ ଆସୁଥିବା ବେଳେ ରହିବା ପାଇଁ ସମସ୍ୟା ଭୋଗୁଥିଲେ । ଏବେ ଆଉ ଅଡୁଆ ହେବନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଏପଟେ ପୁରୀରେ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ହେବାକୁ ଯାଉଛି । ଯଉଁଥି ପାଇଁ ପୁରୀରେ ପଶ୍ଚିମବଙ୍ଗ ଭବନ ଏକ ଲାଭଦାୟକ ପ୍ରୋଜେକ୍ଟ ବୋଲି ଦିଦି କହିଛନ୍ତି । ପୁରୀରେ ଗିରଳ ପାଖ ସିପସରୁବାଲି ମଉଜା ଅଞ୍ଚଳରେ ଦିଆଯିବ ଜାଗା । ଗତକାଲି ଅପରାହ୍ନରେ ଶ୍ରୀମନ୍ଦିର ଯାଇ କାଳିଆ ଦର୍ଶନ କରିଛନ୍ତି ମମତା । ସ୍ବତନ୍ତ୍ର ଭାବେ ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଜନକଲ୍ୟାଣ ପାଇଁ ତିନି ଠାକୁରଙ୍କ ପାଖରେ ଗୁହାରୀ କରିଛନ୍ତି ଦିଦି । ଶ୍ରୀମନ୍ଦିରରେ ମମତାଙ୍କ ନାଁରେ ଧ୍ବଜା ଲାଗିବା ପରେ ବେଶ ଖୁସିବ୍ୟକ୍ତ କରିଥିଲେ ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

23 Mar 2023 By The Sakala

ଆଜି ନବୀନ ପଟ୍ଟନାୟକଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାକୁ ଏକ ସୌଜନ୍ୟମୁଳକ ସାକ୍ଷାତ ବୋଲି ମମତା କହିଛନ୍ତି । ହକି ବିଶ୍ବକପ୍ ସମୟରେ ନବୀନ ନିମନ୍ତ୍ରଣ କରିଥିଲେ । କିନ୍ତୁ ସମୟ ଅଭାବରୁ ସେ ଆସିପାରିନଥିଲେ । ତେଣୁ ଏବେ ପୁରୀ ଆସିଥିବା ବେଳେ ନବୀନଙ୍କୁ ଦେଖାକରିବେ । ଏହି ସମୟରେ ପୁରୀରେ ପଶ୍ଚିମବଙ୍ଗ ଭବନ ପାଇଁ ପ୍ରସ୍ତାବିତ ଜାଗା ସମ୍ପର୍କରେ ମଧ୍ୟ ଆଲୋଚନା କରିବେ । ଏଥିସହ ସହ ଆଉ କିଛି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ ।

ପୁରୀରେ ହେବ ପଶ୍ଚିମବଙ୍ଗ ଭବନ । ଗତକାଲି ଜାଗା ଦେଖି ଫାଇନାଲ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଜାଗା ଦିଦିଙ୍କୁ ପସନ୍ଦ ଆସିଛି । ପୁରୀ ଆସିଲେ ଆଉ ବେଙ୍ଗଲ ପର୍ଯ୍ୟଟକଙ୍କୁ ରହିବାକୁ ଅଡୁଆ ହେବନି । ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ପଶ୍ଚିମବଙ୍ଗରୁ ପର୍ଯ୍ୟଟକ ପୁରୀ ଆସୁଥିବା ବେଳେ ରହିବା ପାଇଁ ସମସ୍ୟା ଭୋଗୁଥିଲେ । ଏବେ ଆଉ ଅଡୁଆ ହେବନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଏପଟେ ପୁରୀରେ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ହେବାକୁ ଯାଉଛି । ଯଉଁଥି ପାଇଁ ପୁରୀରେ ପଶ୍ଚିମବଙ୍ଗ ଭବନ ଏକ ଲାଭଦାୟକ ପ୍ରୋଜେକ୍ଟ ବୋଲି ଦିଦି କହିଛନ୍ତି । ପୁରୀରେ ଗିରଳ ପାଖ ସିପସରୁବାଲି ମଉଜା ଅଞ୍ଚଳରେ ଦିଆଯିବ ଜାଗା । ଗତକାଲି ଅପରାହ୍ନରେ ଶ୍ରୀମନ୍ଦିର ଯାଇ କାଳିଆ ଦର୍ଶନ କରିଛନ୍ତି ମମତା । ସ୍ବତନ୍ତ୍ର ଭାବେ ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଜନକଲ୍ୟାଣ ପାଇଁ ତିନି ଠାକୁରଙ୍କ ପାଖରେ ଗୁହାରୀ କରିଛନ୍ତି ଦିଦି । ଶ୍ରୀମନ୍ଦିରରେ ମମତାଙ୍କ ନାଁରେ ଧ୍ବଜା ଲାଗିବା ପରେ ବେଶ ଖୁସିବ୍ୟକ୍ତ କରିଥିଲେ ।

https://www.thesakala.in/latest-odisha-news/west-bengal-chief-minister-mamata-banerjee-will-meet-naveen-patnaik-today/article-20056
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର