ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସପ୍ତାହବ୍ୟାପୀ ରକ୍ତଦାନ ଶିବିର

The Sakala Picture
Published On

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରକ୍ତସଙ୍କଟ ଦୂର କରିବା ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସୋମବାରଠାରୁ ଭୁବନେଶ୍ୱରରେ ସପ୍ତାହବ୍ୟାପୀ ରକ୍ତଦାନ ଶିବିର ଆରମ୍ଭ ହୋଇଯାଇଛି। ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ମିିକୁ ପ୍ରଧାନଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ୨୨ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ […]

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରକ୍ତସଙ୍କଟ ଦୂର କରିବା ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସୋମବାରଠାରୁ ଭୁବନେଶ୍ୱରରେ ସପ୍ତାହବ୍ୟାପୀ ରକ୍ତଦାନ ଶିବିର ଆରମ୍ଭ ହୋଇଯାଇଛି। ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ମିିକୁ ପ୍ରଧାନଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ୨୨ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରିଥିଲେ। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କରୋନା ସମୟରେ ରକ୍ତଭାବ ଦୂର କରିବା ପାଇଁ ଜୀବନ ବିନ୍ଦୁ ଏବଂ ରକ୍ତଦାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଯେଉଁ ଆହ୍ୱାନ ଦିଆଯାଇଥିଲା ତାହାକୁ ସଫଳ କରିବାକୁ ଯାଇ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଦେବୀ ମିଶ୍ର , ଅତନୁ ସବ୍ୟସାଚୀ ନାୟକ, ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ଓଡ଼ିଶା ମୋ ପରିବାର ସଂଯୋଜକ ରୁଦ୍ର ସାମନ୍ତରାୟ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଗାମୀ ଦିନରେ ଏହି ରକ୍ତଦାନ ଶିବିରକୁ ଆହୁରି ବ୍ୟାପକ ଭାବେ ତ୍ୱରାନିତ କରାଯିବା ସହ କରୋନା ସମୟରେ ରକ୍ତ ଅଭାବ ନ ଦେଖା ଯିବା ପାଇଁ ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକ କର୍ମକର୍ତ୍ତା ଉତ୍ସାହିତ ଓ ପ୍ରତିଶ୍ରୁତିବଦ୍ଧ ବୋଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ଏହି ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱଦୀପ୍‍ ପ୍ରଧାନ, ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ବିଜୟ ବସନ୍ତିଆ , ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ୍‍ ପାଲଟା ସିଂ,ରାଜ୍ୟ ଯୁଗ୍ମ ସମ୍ପାଦକ ଦେବୀ ପ୍ରସାଦ ଲେଙ୍କା ସମେତ ଭୁବନେଶ୍ୱର ଜିଲ୍ଲା ଛାତ୍ର ଉପସଭାପତି ସିଦ୍ଧାର୍ଥ ସ୍ୱାଇଁ ଓ ବହୁ ଛାତ୍ରନେତା ମଧ୍ୟ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର