ବର୍ଷା ଓ ବଜ୍ରପାତ ନେଇ ୭ ଜିଲ୍ଲାକୁ ସତର୍କ ସୂଚନା

The Sakala Picture
Published On

ଭୁବନେଶ୍ୱର: ରାଜ୍ଯରୋ ଆଗାମୀ ୩ ଘଣ୍ଟା ମଧ୍ୟରେ ୭ଟି ଜିଲାରେ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ୭ଜିଲା ଗୁଡିକ ହେଲେ କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, କୋରାପୁଟ, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା। ଏହି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଲୋକମାନେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି […]

ଭୁବନେଶ୍ୱର: ରାଜ୍ଯରୋ ଆଗାମୀ ୩ ଘଣ୍ଟା ମଧ୍ୟରେ ୭ଟି ଜିଲାରେ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ୭ଜିଲା ଗୁଡିକ ହେଲେ କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, କୋରାପୁଟ, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା। ଏହି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଲୋକମାନେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ସେହିଭଳି ଆଜି ମଧ୍ୟ ଶିମିଳିପାଳ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେଉଥିବା ଉଭୟ ରାଡ଼ାର ଏବଂ ସାଟେଲାଇଟ ଦ୍ୱାରା ଉତ୍ତୋଳନ ହୋଇଥିବା ଚିତ୍ରରୁ ସ୍ପଷ୍ଟ ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଆଗାମୀ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ ତାରିଖ ଯାଏ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ବଜ୍ରପାତ ସମ୍ଭାବନା ରହିଛି ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର