ମାର୍ଚ୍ଚ ସୁଦ୍ଧା ୪୦ ଛୁଇଁବ ପାରା

The Sakala Picture
Published On

ଭୁବନେଶ୍ୱର: ଗତ କିଛି ଦିନ ହେଲା ସାରା ରାଜ୍ୟରେ ତାପମାତ୍ରା ବଢ଼ୁ ଥିବା ବେଳେ ଆଉ ସପ୍ତାହେ ପର୍ଯ୍ୟନ୍ତ ଏହି ଧାରା ଅବ୍ୟାହତ ରହିବ ଏବଂ ମାର୍ଚ୍ଚ ୧ ତାରିଖ ସୁଦ୍ଧା ସର୍ବାଧିକ ତାପମାତ୍ରା ରେକର୍ଡ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ହସ୍ତଗତ ସୂଚନା ଅନୁସାରେ ଗତ ୨୧ ତାରିଖରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ଉପର ମୁହାଁ ହୋଇ ରହିଛି। ରାତି ଅପେକ୍ଷା ଦିନ ବେଳା ତାପମାତ୍ରା ଅଧିକ ରହୁଛି। ଆସନ୍ତା […]

ଭୁବନେଶ୍ୱର: ଗତ କିଛି ଦିନ ହେଲା ସାରା ରାଜ୍ୟରେ ତାପମାତ୍ରା ବଢ଼ୁ ଥିବା ବେଳେ ଆଉ ସପ୍ତାହେ ପର୍ଯ୍ୟନ୍ତ ଏହି ଧାରା ଅବ୍ୟାହତ ରହିବ ଏବଂ ମାର୍ଚ୍ଚ ୧ ତାରିଖ ସୁଦ୍ଧା ସର୍ବାଧିକ ତାପମାତ୍ରା ରେକର୍ଡ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ହସ୍ତଗତ ସୂଚନା ଅନୁସାରେ ଗତ ୨୧ ତାରିଖରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ଉପର ମୁହାଁ ହୋଇ ରହିଛି। ରାତି ଅପେକ୍ଷା ଦିନ ବେଳା ତାପମାତ୍ରା ଅଧିକ ରହୁଛି। ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ନାହିଁ। ମାର୍ଚ୍ଚ ପହିଲା ବେଳକୁ ପାରଦ ସର୍ବୋଚ୍ଚ ସ୍ଥାନରେ ପହଞ୍ଚିବା ସମ୍ଭାବନା ଅଛି। କିଛି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‍ରୁ ଅଧିକ ରହିପାରେ। ତେବେ ଉତ୍ତର ଓଡ଼ିଶାରେ ତାପମାତ୍ରା ଅପେକ୍ଷାକୃତ କମ୍‍ ରହିବ। ଚଳିତ ବର୍ଷ ଶୀଘ୍ର ତାତି ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

ପାଣିପାଗ ବିଶେଷଜ୍ଞ ଡଃ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ବର୍ତ୍ତମାନ ପାକିସ୍ତାନରୁ ଉତ୍ତର ପଶ୍ଚିମ ଭାରତ ଓ କେନ୍ଦ୍ରୀୟ ଭାରତ ଦେଇ ଓଡ଼ିଶାକୁ ପନବ ବହୁଛି। ପବନ ପ୍ରବାହିତ ହେବାର ଏହି ଦିଗ ଅପରିବର୍ତ୍ତିତ ରହିବ ବୋଲି ପାଣିପାଗ ମଡେଲରୁ ଜଣାପଡ଼ୁଛି। ଫଳରେ ମଧ୍ୟପ୍ରଦେଶ, ଛତିଶଗଡ଼, ବିଦର୍ଭ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ସମେତ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ଅଛି।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବା ସହ ଆକାଶ ମେଘମୁକ୍ତ ରହିବ। ଆସନ୍ତା ୨୬ ତାରିଖରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍‍ ଅତିକ୍ରମ କରି ମାର୍ଚ୍ଚ ୧ ବେଳକୁ ୪୦ ଡିଗ୍ରୀରେ ପହଞ୍ଚିପାରେ। ଅନୁଗୁଳ, ତାଳଚେର, ଟିଟିଲାଗଡ଼, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଭବାନୀପାଟଣା, ନୟାଗଡ଼ ଓ ମାଲକାନଗିରିରେ ମାର୍ଚ୍ଚ ୧ ବେଳକୁ ପାରଦ ୪୦ ଡିଗ୍ରୀରେ ପହଞ୍ଚିବ ଏବଂ ପରବର୍ତ୍ତି ତିନି ଦିନ ପର୍ଯ୍ୟନ୍ତ ସ୍ଥିତି ଅପରିବର୍ତ୍ତିତ ରହିବା ସମ୍ଭାବନା ଅଛି। ତେବେ ଫେବୃଆରୀ ଶେଷ ପର୍ଯ୍ୟନ୍ତ ରାତି ବେଳା ଥଣ୍ଡା ଅଧିକ ରହିବ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର