ରାଜ୍ୟରେ ଗ୍ରୀଷ୍ମ ପ୍ରବାହରେ ଆଜିଠୁ ଲାଗିବ ବ୍ରେକ୍, ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ

The Sakala Picture
Published On

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରେ ଆଜିଠୁ ଲାଗିବ ବ୍ରେକ୍ । ଆଜିଠାରୁ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ । ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ଥଣ୍ଡା ବାୟୁ ପ୍ରବାହ ପାଇଁ ପାଗ ବଦଳିବା ସହ କିଛି ସ୍ଥାନରେ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ଅଧିକାଂଶ […]

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରେ ଆଜିଠୁ ଲାଗିବ ବ୍ରେକ୍ । ଆଜିଠାରୁ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ । ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ଥଣ୍ଡା ବାୟୁ ପ୍ରବାହ ପାଇଁ ପାଗ ବଦଳିବା ସହ କିଛି ସ୍ଥାନରେ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତାକାଲିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ନାହିଁ ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଓ୍ୱେଲମାର୍କ ଲୋ-ପ୍ରେସରରେ ପରିଣତ ହୋଇଛି । ଓ୍ୱେଲମାର୍କ ଲୋ-ପ୍ରେସର ପରିଣତ ହୋଇ ଏବେ ପୂର୍ବ-ଉତ୍ତର-ପୂର୍ବ ଦିଗରେ ଗତି କରୁଛି । ୨୪ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହୋଇ ଆସନ୍ତାକାଲି ବାତ୍ୟା ରୂପ ନେବ । ବାତ୍ୟା ରୂପ ନେବା ପରେ ୨୨ ତାରିଖରେ ସ୍ଥଳଭାଗ ଛୁଇଁବ ଘୂର୍ଣ୍ଣିଝଡ ’ଆସାନୀ’ । ତେବେ ବାତ୍ୟାର ପ୍ରଭାବ ଓଡିଶା ଉପରେ ରହିବ ନାହିଁ ବୋଲି ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

20 Mar 2022 By The Sakala

ରାଜ୍ୟରେ ଗ୍ରୀଷ୍ମ ପ୍ରବାହରେ ଆଜିଠୁ ଲାଗିବ ବ୍ରେକ୍, ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରେ ଆଜିଠୁ ଲାଗିବ ବ୍ରେକ୍ । ଆଜିଠାରୁ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ । ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ଥଣ୍ଡା ବାୟୁ ପ୍ରବାହ ପାଇଁ ପାଗ ବଦଳିବା ସହ କିଛି ସ୍ଥାନରେ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତାକାଲିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ନାହିଁ ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଓ୍ୱେଲମାର୍କ ଲୋ-ପ୍ରେସରରେ ପରିଣତ ହୋଇଛି । ଓ୍ୱେଲମାର୍କ ଲୋ-ପ୍ରେସର ପରିଣତ ହୋଇ ଏବେ ପୂର୍ବ-ଉତ୍ତର-ପୂର୍ବ ଦିଗରେ ଗତି କରୁଛି । ୨୪ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହୋଇ ଆସନ୍ତାକାଲି ବାତ୍ୟା ରୂପ ନେବ । ବାତ୍ୟା ରୂପ ନେବା ପରେ ୨୨ ତାରିଖରେ ସ୍ଥଳଭାଗ ଛୁଇଁବ ଘୂର୍ଣ୍ଣିଝଡ ’ଆସାନୀ’ । ତେବେ ବାତ୍ୟାର ପ୍ରଭାବ ଓଡିଶା ଉପରେ ରହିବ ନାହିଁ ବୋଲି ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର