ଆସନ୍ତା ସପ୍ତାହରୁ କମିବ ତାତି, ୨୯ରୁ ଅଧିକାଂଶ ଅଞ୍ଚଳରେ ବର୍ଷା ଆଶଙ୍କା

The Sakala Picture
Published On

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର କିଛି ଅଞ୍ଚଳରେ ଗରମ ଲାଗି ରହିଛି। ତେବେ ଆସନ୍ତା ସପ୍ତାହରୁ ସାରା ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ହ୍ରାସ ପାଇବାର ସମ୍ଭାବନା ରହିଛି। ଆକଳନ କରାଯାଉଛି ଯେ ଭୁବନେଶ୍ୱର ସମେତ ସମସ୍ତ ଉପକୂଳ ଜିଲ୍ଲାରେ ୨୫ ପରେ ଏବଂ ଉଭୟ ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣରେ ୨୮ ପରେ ତାପମାତ୍ରା ବିଶେଷ ଭାବେ ହ୍ରାସ ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ସମ୍ଭବତଃ ରାଜ୍ୟର […]

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର କିଛି ଅଞ୍ଚଳରେ ଗରମ ଲାଗି ରହିଛି। ତେବେ ଆସନ୍ତା ସପ୍ତାହରୁ ସାରା ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ହ୍ରାସ ପାଇବାର ସମ୍ଭାବନା ରହିଛି। ଆକଳନ କରାଯାଉଛି ଯେ ଭୁବନେଶ୍ୱର ସମେତ ସମସ୍ତ ଉପକୂଳ ଜିଲ୍ଲାରେ ୨୫ ପରେ ଏବଂ ଉଭୟ ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣରେ ୨୮ ପରେ ତାପମାତ୍ରା ବିଶେଷ ଭାବେ ହ୍ରାସ ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ସମ୍ଭବତଃ ରାଜ୍ୟର ସବୁ ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବ। ଉପକୂଳ ଜିଲ୍ଲାଗୁଡିକରେ ୩୫ରୁ ୩୭ ଡିଗ୍ରୀ ସେଲ୍‌ଫସିୟସ ରହିବା ବେଳେ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ଆଉ ୨ ଡିଗ୍ରୀ ସେଲ୍‌ଫସିୟସ ଅଧିକ ରହିପାରେ। ରାଜ୍ୟକୁ ୨୮ ପରେ ବଙ୍ଗୋପସାଗର ପବନ ବହିବ ଏବଂ ଏହା ଓଡ଼ିଶା ଦେଇ ସଂଲଗ୍ନ ରାଜ୍ୟମାନଙ୍କୁ ବହିବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ୨୯ ଓ ଆଭ୍ୟନ୍ତରୀଣ ଓଡ଼ିଶାରୁ ମେ ୧ରୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ସ୍ଥାନେ ସ୍ଥାନେ ଏହା ୩-୪ ଦିନ ଧରି ଲାଗିରହିପାରେ। ବର୍ଷାର ପରିମାଣ ଉପକୂଳ ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ହୋଇପାରେ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ବର୍ଷାର ଉପଯୋଗ ପାଇଁ ଖରାଟିଆ ଚାଷୀମାନଙ୍କୁ ଡାଳୁଅ ଧାନ, ଚିନା ବାଦାମ ଆଦି ପାଚିଯାଇଥିଲେ ଅମଳ କରିଦେବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଏହି ବର୍ଷା ଜନିତ ସ୍ଥିତି ପାଇଁ ଚଳିତ ବର୍ଷ ଠିକ୍‍ ସମୟରେ ମୌସୁମୀ କେରଳ ଛୁଇଁବାର ସୂଚନା ମିଳୁଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତିା

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ସେହିପରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟରେ ଆସନ୍ତା ଦୁଇ ଦିନ ମଧ୍ୟରେ ଅଳ୍ପ କିଛି ଅଞ୍ଚଳରେ ହାଲ୍‍କା ବର୍ଷା ହୋଇପାରୋ ମାତ୍ର ଏହା ପରେ ଅର୍ଥାତ ୨୫ ତାରିଖଠାରୁ ପୁଣି କାଳବୈଶାଖୀର ପ୍ରଭାବ ବଢ଼଼ିବ। ଏହାଦ୍ୱାରା ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ସେହିପରି ୩-୪ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ଥିବା ବେଳେ ୨୪ ଘଣ୍ଟାମଧ୍ୟରେ ଉପକୂଳ ଓଡ଼ିଶାରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ତାପମାତ୍ରା ହ୍ରାସ ପାଇଛି। ବୌଦ୍ଧ ଓ ସୁନ୍ଦରଗଡରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ଫସିୟସ ଛୁଇଁଥିବା ବେଳେ ବାକି ସମସ୍ତ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ତଳେ ରହିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର