ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଆହୁରି ତତାଇବ ଗ୍ରୀଷ୍ମ ପ୍ରବାହ, କାଳବୈଶାଖୀ ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

The Sakala Picture
Published On

ଭୁବନେଶ୍ୱର, ୨୭ା୩ (ସମିସ): ରାଜ୍ୟରେ ପାରଦ ଉପରମୁହାଁ ହୋଇରହିଛି। ଆଜି ଭୁବନେଶ୍ୱର ସମେତ ଚାରିଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ନିକଟରେ ରହିଥିଲା। ଆସନ୍ତା ୫ ଦିନ ମଧ୍ୟରେ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବ। କିନ୍ତୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ ଘଡ଼ି ସହ ଝଡ଼ ବର୍ଷାର ସମ୍ଭାବନା ରହିଛି। ଆଜି ସଂଧ୍ୟା ସମୟରେ ଅଧିକାଂଶ ଜିଲ୍ଲାରେ ପାଗ ବଦଳିଛି। କଟକ ଓ ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ହୋଇଛି। ଆଗକୁ ମଧ୍ୟ ଏପରିସ୍ଥିତି ଲାଗି ରହିବ। […]

ଭୁବନେଶ୍ୱର, ୨୭ା୩ (ସମିସ): ରାଜ୍ୟରେ ପାରଦ ଉପରମୁହାଁ ହୋଇରହିଛି। ଆଜି ଭୁବନେଶ୍ୱର ସମେତ ଚାରିଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ନିକଟରେ ରହିଥିଲା। ଆସନ୍ତା ୫ ଦିନ ମଧ୍ୟରେ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବ। କିନ୍ତୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ ଘଡ଼ି ସହ ଝଡ଼ ବର୍ଷାର ସମ୍ଭାବନା ରହିଛି। ଆଜି ସଂଧ୍ୟା ସମୟରେ ଅଧିକାଂଶ ଜିଲ୍ଲାରେ ପାଗ ବଦଳିଛି। କଟକ ଓ ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ହୋଇଛି। ଆଗକୁ ମଧ୍ୟ ଏପରିସ୍ଥିତି ଲାଗି ରହିବ। ଏବେ ରାଜ୍ୟରେ ପ୍ରାକ୍‍ ମୌସୁମି ଘଡ଼ଘଡ଼ି ବର୍ଷା ପରିସ୍ଥିତି ସୃଷ୍ଟି ହେଉଛି। ଏହାର ପ୍ରଭାବରେ କିଛି ଜିଲ୍ଲାରେ ଆକାଶ ମେଘୁଆ ରହିବା ସହ କାଳବୈଶାଖୀ ହେବାର ସମ୍ଭାବନା ଅଛି। ଆସନ୍ତା କିଛି ଦିନ ପାଇଁ ୧୦ରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା: ଭୁବନେଶ୍ୱର ଷ୍ଟେସନ ନିକଟରେ ଗୋଟିଏ ଟ୍ରାକ୍‌ରେ ମୁହାଁମୁହିଁ ହେଲା ଦୁଇଟି ଟ୍ରେନ୍‌

ସେହିପରି ବଲାଙ୍ଗିର ଓ ବୌଦ୍ଧରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଥିଲା।  ଭୁବନେଶ୍ୱର, ସମ୍ବଲପୁର, ତାଳଚେର, ଟିଟିଲାଗଡ଼, ମାଲକାନଗିରି ଓ ନୟାଗଡ଼ରେ ତାପମାତ୍ରା ୪୦ ଡିଗ୍ରୀରୁ ସାମାନ୍ୟ କମ୍‍ ରହିଥିଲା। ଦିନ ତମାମ୍‍ ଅସହ୍ୟ ଗୁଳୁଗୁଳିରେ ସାଧାରଣ ଜୀବନ ଯାତ୍ରା ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଖୋଲା ଆକାଶ ତଳେ କିଛି ସମୟ ଛିଡ଼ା ହେବା କାଠିକର ପାଠ। ତେବେ ସଂଧ୍ୟା ସମୟରେ କଟକ ଓ ଭୁବନେଶ୍ୱରରେ ଦେଖା ଦେଇଥିଲା କାଳ ବୈଶାଖୀ। ପ୍ରାୟ ୧୫ ମିନିଟ୍‍ ଧରି ଚାଲିଥିଲା କାଳବୈଶାଖୀର ତାଣ୍ଡବ। ଏଥିରେ ଦୈତନଗରୀରେ ଗଛ ଭାଙ୍ଗିବା ସହ ହୋର୍ଡିଂ ପଡ଼ିଥିବା ସୂଚନା ମିଳିଛି। ଏଥିରେ କିଛି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଥିଲା। ପବନ ପରେ ବେଶ୍‍ କିଛି ସମୟ ଧରି ବର୍ଷା ହେବାରୁ ଅସହ୍ୟ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି। ସେହିପରି ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଆକାଶ ମେଘାଛନ୍ନ ରହିଥିଲା। କିନ୍ତୁ ବର୍ଷାର ଦେଖା ଦର୍ଶନ ମିଳିନଥିଲା।

ଆହୁରି ପଢ଼ନ୍ତୁ: ଦ୍ରୁତଗତିରେ ଆସି ହାଇୱାକୁ ପଛପଟୁ ଜୋରଦାର ଧକ୍କା ଦେଲା BMW କାର୍, ଦୁଇ ମୃତ

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‍ଆର ବିଶ୍ୱାସ କହିଛନ୍ତି, କାଳବୈଶାଖୀ ବର୍ଷା ସତ୍ତ୍ବେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତିନି ଦିନ ପରେ ଦିନ ବେଳା ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହା ପରେ ପୁନର୍ବାର କିଛି ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ଅଛି। ଆସନ୍ତା କାଲି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକରେ କାଳବୈଶାଖୀ ହୋଇପାରେ। ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ଏବଂ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସେହିପରି କୋରାପୁଟ, ଗଜପତି, କନ୍ଧମାଳ, ଖୋର୍ଦ୍ଧା, ବୌଦ୍ଧ ଆଦି ଜିଲ୍ଲାରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇପାରେ। ସମ୍ବଲପୁର, ଅନୁଗୁଳ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଡ଼ ବିଶ୍ୱାସ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବାରିପଦା-ରାଇରଙ୍ଗପୁରରେ ବ୍ୟାପକ ସୁରକ୍ଷା ପ୍ରସ୍ତୁତି, ମୁତୟନ ହେବେ ୧୫୦ ପ୍ଲାଟୁନରୁ ଅଧିକ ଫୋର୍ସ

28 Mar 2021 By The Sakala

ଆହୁରି ତତାଇବ ଗ୍ରୀଷ୍ମ ପ୍ରବାହ, କାଳବୈଶାଖୀ ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୨୭ା୩ (ସମିସ): ରାଜ୍ୟରେ ପାରଦ ଉପରମୁହାଁ ହୋଇରହିଛି। ଆଜି ଭୁବନେଶ୍ୱର ସମେତ ଚାରିଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ନିକଟରେ ରହିଥିଲା। ଆସନ୍ତା ୫ ଦିନ ମଧ୍ୟରେ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବ। କିନ୍ତୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ ଘଡ଼ି ସହ ଝଡ଼ ବର୍ଷାର ସମ୍ଭାବନା ରହିଛି। ଆଜି ସଂଧ୍ୟା ସମୟରେ ଅଧିକାଂଶ ଜିଲ୍ଲାରେ ପାଗ ବଦଳିଛି। କଟକ ଓ ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ହୋଇଛି। ଆଗକୁ ମଧ୍ୟ ଏପରିସ୍ଥିତି ଲାଗି ରହିବ। ଏବେ ରାଜ୍ୟରେ ପ୍ରାକ୍‍ ମୌସୁମି ଘଡ଼ଘଡ଼ି ବର୍ଷା ପରିସ୍ଥିତି ସୃଷ୍ଟି ହେଉଛି। ଏହାର ପ୍ରଭାବରେ କିଛି ଜିଲ୍ଲାରେ ଆକାଶ ମେଘୁଆ ରହିବା ସହ କାଳବୈଶାଖୀ ହେବାର ସମ୍ଭାବନା ଅଛି। ଆସନ୍ତା କିଛି ଦିନ ପାଇଁ ୧୦ରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ବଲାଙ୍ଗିର ଓ ବୌଦ୍ଧରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଥିଲା।  ଭୁବନେଶ୍ୱର, ସମ୍ବଲପୁର, ତାଳଚେର, ଟିଟିଲାଗଡ଼, ମାଲକାନଗିରି ଓ ନୟାଗଡ଼ରେ ତାପମାତ୍ରା ୪୦ ଡିଗ୍ରୀରୁ ସାମାନ୍ୟ କମ୍‍ ରହିଥିଲା। ଦିନ ତମାମ୍‍ ଅସହ୍ୟ ଗୁଳୁଗୁଳିରେ ସାଧାରଣ ଜୀବନ ଯାତ୍ରା ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଖୋଲା ଆକାଶ ତଳେ କିଛି ସମୟ ଛିଡ଼ା ହେବା କାଠିକର ପାଠ। ତେବେ ସଂଧ୍ୟା ସମୟରେ କଟକ ଓ ଭୁବନେଶ୍ୱରରେ ଦେଖା ଦେଇଥିଲା କାଳ ବୈଶାଖୀ। ପ୍ରାୟ ୧୫ ମିନିଟ୍‍ ଧରି ଚାଲିଥିଲା କାଳବୈଶାଖୀର ତାଣ୍ଡବ। ଏଥିରେ ଦୈତନଗରୀରେ ଗଛ ଭାଙ୍ଗିବା ସହ ହୋର୍ଡିଂ ପଡ଼ିଥିବା ସୂଚନା ମିଳିଛି। ଏଥିରେ କିଛି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଥିଲା। ପବନ ପରେ ବେଶ୍‍ କିଛି ସମୟ ଧରି ବର୍ଷା ହେବାରୁ ଅସହ୍ୟ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି। ସେହିପରି ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଆକାଶ ମେଘାଛନ୍ନ ରହିଥିଲା। କିନ୍ତୁ ବର୍ଷାର ଦେଖା ଦର୍ଶନ ମିଳିନଥିଲା।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‍ଆର ବିଶ୍ୱାସ କହିଛନ୍ତି, କାଳବୈଶାଖୀ ବର୍ଷା ସତ୍ତ୍ବେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତିନି ଦିନ ପରେ ଦିନ ବେଳା ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହା ପରେ ପୁନର୍ବାର କିଛି ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ଅଛି। ଆସନ୍ତା କାଲି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକରେ କାଳବୈଶାଖୀ ହୋଇପାରେ। ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ଏବଂ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସେହିପରି କୋରାପୁଟ, ଗଜପତି, କନ୍ଧମାଳ, ଖୋର୍ଦ୍ଧା, ବୌଦ୍ଧ ଆଦି ଜିଲ୍ଲାରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇପାରେ। ସମ୍ବଲପୁର, ଅନୁଗୁଳ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଡ଼ ବିଶ୍ୱାସ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର