୨୯ରେ ଲଘୁଚାପ

The Sakala Picture
Published On

ଭୁବନେଶ୍ୱର: ଏପ୍ରିଲ୍‍ ୧ ତାରିଖରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ତାଙ୍କ ଆକଳନ ଅନୁଯାୟୀ ଲଘୁଚାପଟି ପ୍ରଥମେ ଉତ୍ତର ପଶ୍ଚିମ ଦିଗରେ ଆଣ୍ଡାମାନ ଆଡ଼କୁ ମୁହାଁଇ ପରେ ମିଆଁମାର୍‍ ଯାଇପାରେ। ଫଳରେ ୨୯ରୁ ୩୧ ତାରିଖ ମଧ୍ୟରେ ସମୁଦ୍ର କୁଳିଆ ଅଞ୍ଚଳରେ ବର୍ଷା ହେବ। ତେବେ ଭୁବନେଶ୍ୱରରେ ୨୯ ଓ ଏପ୍ରିଲ୍‍ ୨ରୁ୪ ଭିତରେ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ପାଣିପାଗ କେନ୍ଦ୍ରର […]

ଭୁବନେଶ୍ୱର: ଏପ୍ରିଲ୍‍ ୧ ତାରିଖରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ତାଙ୍କ ଆକଳନ ଅନୁଯାୟୀ ଲଘୁଚାପଟି ପ୍ରଥମେ ଉତ୍ତର ପଶ୍ଚିମ ଦିଗରେ ଆଣ୍ଡାମାନ ଆଡ଼କୁ ମୁହାଁଇ ପରେ ମିଆଁମାର୍‍ ଯାଇପାରେ। ଫଳରେ ୨୯ରୁ ୩୧ ତାରିଖ ମଧ୍ୟରେ ସମୁଦ୍ର କୁଳିଆ ଅଞ୍ଚଳରେ ବର୍ଷା ହେବ। ତେବେ ଭୁବନେଶ୍ୱରରେ ୨୯ ଓ ଏପ୍ରିଲ୍‍ ୨ରୁ୪ ଭିତରେ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ଆର ବିଶ୍ୱାସ କହିଛନ୍ତି ଯେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ଜାରିରହିବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ଅଧିକାଂଶ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଅଧିକ ରହିବାର ଆଶଙ୍କା ଥିବାରୁ ଗରମ ବୃଦ୍ଧି ପାଇବ। ଅନ୍ୟପଟେ ୨୯ ତାରିଖଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ୨୯ ଓ ୩୦ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଏହାର ପ୍ରଭାବ ଅଧିକ ରହିବ। ଘଡ଼ଘଡ଼ି ବର୍ଷା ସହିତ ପବନର ବେଗ ମଧ୍ୟ ବୃଦ୍ଧି ପାଇ ଘଣ୍ଟା ପ୍ରତି ୩୦-୪୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ଏହା ବ୍ୟତୀତ ସମୁଦ୍ର ମଧ୍ୟରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୪୦-୫୦ କିମି ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ଥିବାରୁ ୨୯ ଓ ୩୦ ତାରିଖରେ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର