ସାରା ରାଜ୍ୟରେ ଶୀତ ଲହରୀ ଜାରି, ୧୫ ଡିଗ୍ରୀ ତଳେ ଅନେକ ସହର

The Sakala Picture
Published On

ଭୁବନେଶ୍ବର: ସାରା ରାଜ୍ୟରେ ଶୀତ ଲହରୀ ଜାରି । ଉପକୂଳରୁ ଉପାନ୍ତ ଯାଏଁ ସବୁଠି ପ୍ରବଳ ଜାଡ଼ । କିଛି ସ୍ଥାନରେ ୧୦ ତଳକୁ ଖସିଛି ତାପମାତ୍ରା । ୧୫ ଡିଗ୍ରୀ ତଳେ ରାଜ୍ୟର ଅନେକ ସହର । ରାଜ୍ୟରେ ଗତ ୨ ଦିନ ଧରି ଶୀତ ଅନୁଭୂତ ହେଉଛି ଏବଂ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ। ୧୬ ତାରିଖ ବେଳକୁ ରାଉରକେଲାରେ ତାପମାତ୍ରା ୭ ଡିଗ୍ରୀକୁ ଖସିଯିବ । ଅନେକ […]

ଭୁବନେଶ୍ବର: ସାରା ରାଜ୍ୟରେ ଶୀତ ଲହରୀ ଜାରି । ଉପକୂଳରୁ ଉପାନ୍ତ ଯାଏଁ ସବୁଠି ପ୍ରବଳ ଜାଡ଼ । କିଛି ସ୍ଥାନରେ ୧୦ ତଳକୁ ଖସିଛି ତାପମାତ୍ରା । ୧୫ ଡିଗ୍ରୀ ତଳେ ରାଜ୍ୟର ଅନେକ ସହର । ରାଜ୍ୟରେ ଗତ ୨ ଦିନ ଧରି ଶୀତ ଅନୁଭୂତ ହେଉଛି ଏବଂ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ। ୧୬ ତାରିଖ ବେଳକୁ ରାଉରକେଲାରେ ତାପମାତ୍ରା ୭ ଡିଗ୍ରୀକୁ ଖସିଯିବ । ଅନେକ ସ୍ଥାନରେ ପାରଦ୧୦ ଡିଗ୍ରୀ ତଳେ ଥିବ । ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଅପରପକ୍ଷେ, ଆସନ୍ତା ୩ ଦିନ ପରେ ରାଜ୍ୟବ୍ୟାପୀ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ। ଯାହାଫଳରେ ଶୀତ ଅପେକ୍ଷାକୃତ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପାଣିପାଗ କେନ୍ଦ୍ର ଅନୁଯାୟୀ ଶନିବାର ଝାରସୁଗୁଡ଼ା, ଗଞ୍ଜାମ, କଳାହାଣ୍ଡି ଜିଲ୍ଲାଗୁଡ଼ିକରେ ଗୋଟିଏରୁ ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି। ସେହିପରି ସୁନ୍ଦରଗଡ, କନ୍ଧମାଳ ଏବଂ କୋରାପୁଟରେ ଗୋଟିଏରୁ ୨ଟି ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ରହିଛି। ୧୫ ତାରିଖରେ ଝାରସୁଗୁଡ଼ା, ଗଞ୍ଜାମ, କଳାହାଣ୍ଡି ଜିଲ୍ଲାଗୁଡ଼ିକରେ ଗୋଟିଏରୁ ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ନେଇ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ପ୍ରବଳ ଥଣ୍ଡା କାରଣରୁ ସନ୍ଧ୍ୟା ହେଲେ ଗାଁରୁ ସହର ସବୁଠି ରାସ୍ତାଘାଟ ଶୂନଶାନ ହୋଇଯାଉଛି। ଶୀତରୁ ରକ୍ଷା ପାଇବା ଲାଗି ଲୋକେ ନିଆଁଜାଳି ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି। ସକାଳେ ଅନେକ ସମୟ ପର୍ଯ୍ୟନ୍ତ କୁହୁଡ଼ୁ ରହୁଛି। ପର୍ଯ୍ୟଟକଙ୍କୁ ଏହା ନୂଆ ଅନୁଭୂତି ଦେଉଛି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର