ଆମେ ସମସ୍ତେ ମିଶି ଭଲ କାମ କରିବୁ, ସ୍ୱଚ୍ଛତାର ସହ କାମ କରିବୁ, ନବୀନ ଓଡିଶା ଗଢିବୁ: 5T ଓ ‘ନବୀନ ଓଡିଶା’ ଅଧ୍ୟକ୍ଷ ଭିକେ ପାଣ୍ଡିଆନ

The Sakala Picture
Published On

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ୧୧ତମ ଦିନରେ କନ୍ଧମାଳ, ଅନୁଗୋଳ ଓ ଗଜପତି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ […]

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ୧୧ତମ ଦିନରେ କନ୍ଧମାଳ, ଅନୁଗୋଳ ଓ ଗଜପତି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଆଜିର କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଜିଲ୍ଲାର ୩ଟି, ଅନୁଗୋଳ ଜିଲ୍ଲାର ୫ଟି ଓ ଗଜପତି ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ।  ସଂସ୍କୃତି ସହିତ ଆଧୁନିକତାର ସମନ୍ଵୟ ହିଁ ବିକାଶର ଆଦର୍ଶ ମାର୍ଗ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ସେ ପୁଣି କହିଲେ ଯେ  ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ  ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି  କରିଛି ବୋଲି କହିଥିଲେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଥିଲେ ଯେ ଏବେ ଓଡିଶାରେ ଗାଁ ଲୋକମାନେ ବିକାଶର ପ୍ରକୃତ ଭାଗିଦାର ହୋଇଛନ୍ତି। ସେମାନଙ୍କ ଦାବୀ, ସେମାନଙ୍କ ଅନୁରୋଧ ଅନୁଯାୟୀ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଅନୁମୋଦନ କରିଛନ୍ତି। ଆମେ ସମସ୍ତେ ମିଶି ଗାଁର ବିକାଶ କରିବୁ, ଭଲ କାମ କରିବୁ, ଶୀଘ୍ର କରିବୁ ଓ ସ୍ୱଚ୍ଛତାର ସହ କରିବୁ।

ସେ ପୁଣି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି। ଏଥିରେ ସେ ମା’ମାନଙ୍କ ପାଇଁ ୫ଟି ଉପହାର ଦେଇଛନ୍ତି। ୫ ଟଙ୍କାରେ ଆହାର, ୫ ଟଙ୍କାରେ ଲକ୍ଷ୍ମୀ ବସ, ମମତାରେ ୫ ହଜାର ଟଙ୍କା, ମିଶନ ଶକ୍ତିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ, ମା’ ମାନଙ୍କ ପାଇଁ ଆଉ ୫ ଲକ୍ଷ ଟଙ୍କା ଦିଆଯାଉଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ।

ଭିକେ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ବାଲିଗୁଡାରୁ ବୁଡ଼ାଗୁଡ଼ା ପର୍ଯ୍ୟନ୍ତ ରାସ୍ତା ପାଇଁ ୪୩.୮୭ କୋଟି, ୩ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ପାଇଁ ୩୭ କୋଟି, ଜଗନ୍ନାଥ ମନ୍ଦିର, ପାଟଖଣ୍ଡ ମନ୍ଦିର, କୋଟଗଡ ଆଦିବାସୀ ହଷ୍ଟେଲ, ଆଦିବାସୀ କଲେଜ, ଲୁଡୁ ଜଳପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ ଓ ଅନ୍ୟାନ୍ୟ ପ୍ରକଳ୍ପ। ଜି ଉଦୟଗିରି ନିର୍ବାଚନ ମଣ୍ଡଳୀରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬.୪୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ପ୍ରସିଦ୍ଧ ଦାରିଙ୍ଗିବାଡି ପର୍ଯ୍ୟଟନ କ୍ଷେତ୍ର ଭିତ୍ତିଭୂମୀ ପାଇଁ ୧୭.୧୧ କୋଟି, ରାଇଖୋଲ ପଞ୍ଚାୟତରେ ସେତୁ, ସାଲୁଙ୍କି ନଦୀ ଉପରେ ସେତୁ ପାଇଁ ୬ କୋଟି, ରତିଙ୍ଗିଆ ରେ ସେତୁ ପାଇଁ ୮.୮ କୋଟି, ଦୁଲିରି, ରିଶିମାଳ, କାଲିଗୁଡ଼ା ପର୍ଯ୍ୟଟନ କ୍ଷେତ୍ର ବିକାଶ, ୩ଟି ଚେକ୍ ଡ୍ୟାମ, ଓ ତିନିଟି କଲେଜ। ସେହିପରି ଫୁଲବାଣୀ ନିର୍ବାଚନ ମଣ୍ଡଳୀରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୫.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ତିନୋଟି ବୃହତ୍ ସେତୁ ପାଇଁ ୧୬.୩୦ କୋଟି, ବରାଳ ଦେବୀ ମନ୍ଦିର ପାଇଁ ୩ କୋଟି, ଜଗନ୍ନାଥ ମନ୍ଦିର ପାଇଁ ୨.୨୧ କୋଟି, କସମ୍ ଯୋଜନାରେ revolving fund ପାଇଁ ୨ କୋଟି, ତିନିଟି ଜଳପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ, ୭ ଟି check dam ପାଇଁ ୬.୫୭ କୋଟି ଓ ତିନିଟି କଲେଜ ପାଇଁ ୪ କୋଟି।

ଏହି ପରି କନ୍ଧମାଳ ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୪୮.୩୭ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଅନୁଗୋଳ ଜିଲ୍ଲାର ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୪୪.୮୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ କଣିହାଁ ଠାରେ ବ୍ରାହ୍ମଣୀ ନଦୀ ଉପରେ ଏକ ବୃହତ୍ ସେତୁ ପାଇଁ ୪୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଲୋକଙ୍କ ମନୋଭାବକୁ ସମ୍ମାନ ଜଣାଇ ଏହାକୁ ପ୍ରଜା ମଣ୍ଡଳ ନେତା ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରାଯାଇଛି। ଏହା ସହିତ ସିବିଦା ଠାରୁ ଖଡକ କୁମ୍ଭାର ମାଟି ପର୍ଯ୍ୟନ୍ତ ସଡ଼କ ପାଇଁ ୪୨ କୋଟି, ପାଲଲହଡ଼ା ଫାର୍ମ ଠାରୁ ନାଇକାନିପଳି ପର୍ଯ୍ୟନ୍ତ ସଡ଼କ ପାଇଁ ୨୦.୬୦ କୋଟି, ଧଲଗଡିଆ ସିଆରିଆ ସଡ଼କ ପାଇଁ ୧୫ କୋଟି ମଞ୍ଜୁର କରାଯାଇଛି। ପବିତ୍ର ନଗର ଠାରେ ପବିତ୍ର ମୋହନ ସ୍ମୃତି ପୀଠ ପାଇଁ ୩ କୋଟି ଓ ଆଉ କେତେକ ପ୍ରକଳ୍ପ ସାମିଲ। ତାଳଚେର ନିର୍ବାଚନ ମଣ୍ଡଳୀରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭.୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଗୋପାଳ ପ୍ରସାଦ ଠାରେ ମା’ ହିଙ୍ଗୁଳା ମନ୍ଦିର ପାଇଁ ୧୫.୮୦ କୋଟି, ବଡ଼ ଗୁଣ୍ଡିରି ଗାଁରେ ଜଗନ୍ନାଥ ମନ୍ଦିର, ଗୋପାଳ ପ୍ରସାଦ ଜଗନ୍ନାଥ ମନ୍ଦିର, ଓ କେତେକ କଲେଜ। ଲୋକମତକୁ ସମ୍ମାନ ଜଣାଇ ତାଳଚେର ମେଡିକାଲ କଲେଜ କୁ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରାଯାଇଛି। ସେହିପରି ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୩୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପୌରାଞ୍ଚଳରେ ଜଗନ୍ନାଥ ମନ୍ଦିର, ମା’ ବୁଢୀ ଠାକୁରାଣୀ, ଓ ଯାତ୍ରୀ ନିବାସ, ମନ୍ଦର ଗିରି ପର୍ଯ୍ୟଟନ ପ୍ରକଳ୍ପ, ଅଙ୍ଗରା ବନ୍ଧ ଅଲେଖ ମହିମା ଧାମ, ପଞ୍ଚ ଶ୍ରୀ କ୍ଷେତ୍ର, ଓ ତିନିଟି କଲେଜ ରହିଛି । ଏହା ସହିତ ବନ୍ତଲାରେ ହାତୀ ମଣିଷ ଲଢେଇ ରୋକିବା ପାଇଁ ୪.୬୪ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ସାମିଲ। ସେହିପରି ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୯୩ କୋଟି ମଞ୍ଜୁର ହୋଇ ପାରିବ। ଏଥିରେ ଛେଣ୍ଡିପଦା ହସପିଟାଲକୁ ଆମ ହସ୍ପିଟାଲ ରେ ପରିଣତ କରିବା ପାଇଁ ୩.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମା’ ରାମଚଣ୍ଡୀ ପୀଠ, ଖମ୍ବେଶ୍ୱରୀ ପୀଠ, ହନୁମାନ ବାଟିକା ଓ ଦୁଇଟି କଲେଜ ର ଉନ୍ନତି କରଣ ରହିଛି। ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ୧୦ ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୪.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଦେଉଳ ଝରି ବାବା ସିଦ୍ଧେଶ୍ୱର ମହାଦେବ ମନ୍ଦିର ପାଇଁ ୪.୨୦ କୋଟି, ବିନିକେୟୀ ମନ୍ଦିର ପାଇଁ ୨.୬୩ କୋଟି, କିଶୋର ନଗର ସନ୍ଥ କବି ଭୀମ ଭୋଇ ପୀଠ, ମା’ ମାହେଶ୍ୱରୀ ପୀଠ, ଜଗନ୍ନାଥ ଓ ମଦନ ମୋହନ ମନ୍ଦିର, କୁଡ଼ାଗାଁ ବହୁମୁଖି ବନ୍ୟା ଆଶ୍ରୟ ସ୍ଥଳ ଓ ଟିକରପଡ଼ା ବନ୍ୟା ଆଶ୍ରୟ ସ୍ଥଳ ପାଇଁ ୫.୪୬ କୋଟି, ଏବଂ ତିନିଟି ଡ଼ିଗ୍ରୀ କଲେଜ ରହିଛି। ଏହି ପରି ଅନୁଗୋଳ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୪୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯୨.୦୬ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀରେ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୫.୨୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଛେଳିଗଡ ଜଳସେଚନ ପ୍ରକଳ୍ପର ପାରିପାର୍ଶ୍ୱିକ ଉନ୍ନତିକରଣ। ଏଥିପାଇଁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରେ ଫଳ ଓ ପନିପରିବା ପ୍ରକ୍ରିୟାକରଣ ୟୁନିଟ, Tribal Park, ଗ୍ରାମାଞ୍ଚଳ ବଜାର କେନ୍ଦ୍ର, ପର୍ଯ୍ୟଟନ ପ୍ରକଳ୍ପ, ଲିଙ୍ଗୋଦରା ଶିବ ମନ୍ଦିର ଉନ୍ନତିକରଣ, ୫ଟି ଲାଇବ୍ରେରୀ, କପିଳେଶ୍ୱର ଶିବ ମନ୍ଦିର ଓ ଛେଳିଗଡ ଶିବ ମନ୍ଦିର ପରିସର ଉନ୍ନତିକରଣ ଇତ୍ୟାଦି। ଜିରାଙ୍ଗ ବୌଦ୍ଧ ପୀଠ ପାଇଁ ୨.୬୮ କୋଟି ଟଙ୍କା, ମାଙ୍କଡଡିଆଁ ଜଳପ୍ରପାତ ପର୍ଯ୍ୟଟନ କ୍ଷେତ୍ର ସମେତ ୭ଟି ଜଳପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ ସାମିଲ ହୋଇଛି। ଏହ ଦ୍ୱାରା ପର୍ଯ୍ୟଟନ ଶିଳ୍ପର ବ୍ୟାପକ ପ୍ରସାର ହେବ। ନୂଆଗଡରେ ୩ଟି ST Hostel ଓ ୨ଟି ST Girls Hostel ପାଇଁ ୧୮ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ପ୍ରକଳ୍ପ ସାମିଲ ହୋଇଛି। ସେହିପରି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭୮.୮୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଗୁମାଠାରେ ଏକ ନୂଆ ସରକାରୀ ଡିଗ୍ରୀ କଲେଜ ଓ ଗୁମା ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ଉନ୍ନିତ କରିବା ପାଇଁ ଅନୁମୋଦନ କରାଯାଇଛି। ପାରଳାଖେମୁଣ୍ଡି ବାଇପାସ୍ ରୋଡ ପାଇଁ ୫୪ କୋଟି ଟଙ୍କା ମଞ୍ଜୁର ହୋଇଛି। ୩ଟି ପୁଷ୍କରିଣୀର ଉନ୍ନତିକରଣ, ଜିଲ୍ଲା ସଂସ୍କୃତି ଭବନର ଉନ୍ନତିକରଣ, ଟାଉନ୍ ହଲ୍ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ ଓ ସ୍କଲ କଲେଜର ଉନ୍ନତିକରଣ ରହିଛି।

ଏହିପରି ଗଜପତି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୪.୦୬ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

୩ଟି ଜିଲ୍ଲାରେ ସମୁଦାୟ ୧୧୮ ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୬୪.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଉପ ବାଚସ୍ପତି ଶ୍ରୀ ରଜନୀ କାନ୍ତ ସିଂହ, ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ସାଂସଦ ଶ୍ରୀ ମହେଶ ସାହୁ, ସାଂସଦ ଡଃ ଅଚ୍ୟୁତାନନ୍ଦ ସାମନ୍ତ, ବିଧାୟକ ଶ୍ରୀ ଚକ୍ରମଣି କହଁର, ବିଧାୟକ ଶ୍ରୀ ସାଲୁଗା ପ୍ରଧାନ, ବିଧାୟକ ଶ୍ରୀ ଅଙ୍ଗଦ କହଁର, ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ବିଧାୟକ ଶ୍ରୀ ମୁକେଶ ପାଲ୍, ବିଧାୟକ ଶ୍ରୀ ସୁଶାନ୍ତ ବେହେରା, ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଇ, ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ।

ଅନୁଗୋଳରେ ଉପସ୍ଥିତ ଉପବାଚସ୍ପତି ଶ୍ରୀ ରଜନୀ କାନ୍ତ ସିଂହ କହିଲେ ଯେ ୭ ଦିନରେ ପ୍ରକଳ୍ପ ମଞ୍ଜୁରି ଆମ ସମସ୍ତଙ୍କୁ ସ୍ୱପ୍ନ ଭଳି ଲାଗୁଛି । ଫୁଲବାଣୀରେ ଉପସ୍ଥିତ ସାଂସଦ ଡଃ ଅଚ୍ୟୁତାନନ୍ଦ ସାମନ୍ତ କହିଲେ ଯେ ଏହି ଅଭିନବ ପ୍ରୟାସ ବିକାଶ ପ୍ରକ୍ରିୟାରେ ଗାଁର ଗୁରୁତ୍ୱ ବଢାଇଛି। ଏଭଳି ବିକାଶ କାର୍ଯ୍ୟକ୍ରମ ଇତିହାସ ପୃଷ୍ଠାରେ ସ୍ଥାନ ପାଇବ। ମୋହନାରେ ଉପସ୍ଥିତ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଯେ ଆଗରୁ କେବେ ଏତେ ପ୍ରକଳ୍ପ, ଏତେ ଶୀଘ୍ର ଆସି ନଥିଲା । କଣିହାରେ ଉପସ୍ଥିତ ସାଂସଦ ଶ୍ରୀ ମହେଶ ସାହୁ କହିଲେ ଯେ ଅପହଞ୍ଚ ଇଲାକାରେ ଆଜି ବିକାଶ ପହଞ୍ଚି ପାରିଛି। ଉପସ୍ଥିତ ବିଧାୟକ ଓ ସ୍ଥାନୀୟ ନେତୃବୃନ୍ଦ କହିଲେ ଯେ ୭ ଦିନରେ ସମସ୍ୟା ସମାଧାନ ବାସ୍ତବରେ ଅଭୂତପୂର୍ବ। ଏହା ଆମ ସମସ୍ତଙ୍କ ପାଇଁ ଖୁସି ଆଣିଛି। କାର୍ଯ୍ୟକ୍ରମରେ ୩ଟି ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

06 Nov 2023 By The Sakala

https://www.thesakala.in/latest-odisha-news/we-will-all-work-together-work-with-transparency-build-naveen-odisha-5t-and-nabin-odisha-chairman-vk-pandian-said/article-27062
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର