କୃଷକମାନଙ୍କ ତଥ୍ୟକୁ ଡିଜିଟାଲାଇଜ କରିବା ପାଇଁ ତତ୍ପର ଜଳସମ୍ପଦ ବିଭାଗ, ଚାଷୀମାନଙ୍କୁ ସେବା ଯୋଗାଇ ଦେବା ହେବ ସହଜ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ କୃଷକମାନଙ୍କର ସର୍ବାଙ୍ଗୀଣ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ବିଶେଷକରି ଟେକ୍ନୋଲୋଜିର ବ୍ୟବହାର କରି କୃଷକଙ୍କୁ ସହାୟତା ପ୍ରଦାନ କରାଯାଉଛି । ଏହିକ୍ରମରେ ଫାର୍ମର୍ସ ଡାଟାବେସ ମ୍ୟାନେଜମେଣ୍ଟ ସିଷ୍ଟମ(ଏଫଡିଏମଏସ) ମାଧ୍ୟମରେ ଆସନ୍ତା ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ପ୍ରାୟ ୨୫ ଲକ୍ଷ କୃଷକଙ୍କ ସମସ୍ତ ତଥ୍ୟକୁ ଡିଜିଟାଲାଇଜ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ(ପ୍ଲାନିଂ ଏବଂ ଡିଜାଇନିଂ)ଙ୍କ ପକ୍ଷରୁ ବିଭାଗୀୟ ସମସ୍ତ […]

ଭୁବନେଶ୍ୱର: ରାଜ୍ୟରେ କୃଷକମାନଙ୍କର ସର୍ବାଙ୍ଗୀଣ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ବିଶେଷକରି ଟେକ୍ନୋଲୋଜିର ବ୍ୟବହାର କରି କୃଷକଙ୍କୁ ସହାୟତା ପ୍ରଦାନ କରାଯାଉଛି । ଏହିକ୍ରମରେ ଫାର୍ମର୍ସ ଡାଟାବେସ ମ୍ୟାନେଜମେଣ୍ଟ ସିଷ୍ଟମ(ଏଫଡିଏମଏସ) ମାଧ୍ୟମରେ ଆସନ୍ତା ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ପ୍ରାୟ ୨୫ ଲକ୍ଷ କୃଷକଙ୍କ ସମସ୍ତ ତଥ୍ୟକୁ ଡିଜିଟାଲାଇଜ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ(ପ୍ଲାନିଂ ଏବଂ ଡିଜାଇନିଂ)ଙ୍କ ପକ୍ଷରୁ ବିଭାଗୀୟ ସମସ୍ତ ଅଧସ୍ଥନ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଛି । ଜଳେସେଚନ ସୁବିଧା ଥିବା ଅଞ୍ଚଳରେ କୃଷକଙ୍କ ସମସ୍ତ ତଥ୍ୟ ହାସଲ କରି ଏହାକୁ ଡିଜିଟାଲାଇଜ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଚିଠିରେ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ସୂଚନାଯୋଗ୍ୟ ଯେ, ରାଜ୍ୟବ୍ୟାପୀ ବିଭିନ୍ନ ଜଳସେଚନ ପ୍ରକଳ୍ପ ଅଧିନସ୍ଥ କମାଣ୍ଡ ଏରିଆ ଅଞ୍ଚଳରେ ଥିବା କୃଷକମାନଙ୍କର ସମସ୍ତ ତଥ୍ୟ ସଂଗ୍ରହ ପାଇଁ ଏହି ଫାର୍ମର୍ସ ଡାଟାବେସ ମ୍ୟାନେଜମେଣ୍ଟ ସିଷ୍ଟମ(ଏଫଡିଏମଏସ)କୁ ବିକଶିତ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସିଷ୍ଟମ ଅଧିନରେ ରାଜ୍ୟବ୍ୟାପୀ ପ୍ରାୟ ୫୧ ଲକ୍ଷ ଚାଷୀଙ୍କ ସମସ୍ତ ତଥ୍ୟ ସଂଗ୍ରହ କରି ଏହାକୁ ଡିଜିଟାଲାଇଜ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ସୂଚନା ଅନୁଯାୟୀ, ଏଯାବତ୍‌ ରାଜ୍ୟବ୍ୟାପୀ ବିଭିନ୍ନ ଇରିଗେସନ କମାଣ୍ଡ ଅଞ୍ଚଳର ପ୍ରାୟ ୧୭ ଲକ୍ଷ କୃଷକଙ୍କ ତଥ୍ୟ ସଂଗ୍ରହ କରାଯାଇ ସାରିଛି । ତନ୍ମଧ୍ୟରୁ ଗତ ୨୦୨୦ ମସିହା ମାର୍ଚ୍ଚ ମାସ ସୁଦ୍ଧା ପ୍ରାୟ ୧୩ ଲକ୍ଷ ଚାଷୀଙ୍କର ସମସ୍ତ ତଥ୍ୟକୁ ଡିଜିଟାଲାଇଜ କରାଯାଇଥିଲା । ଏହାପରେ ଜଳସମ୍ପଦ ବିଭାଗ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ପ୍ରାୟ ୨୫ ଲକ୍ଷ କୃଷକଙ୍କର ସମସ୍ତ ତଥ୍ୟକୁ ଡିଜିଟାଲାଇଜ କରିବାକୁ ଲକ୍ଷ୍ୟ ରଖିଛି । ଏହାଦ୍ୱାରା ଆବଶ୍ୟକତା ଅନୁଯାୟୀ ଚାଷୀମାନଙ୍କ ଉନ୍ନତି ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇପାରିବ ବୋଲି ଆଶା କରାଯାଉଛି । ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଏକ ଗୁଗଲ୍‌ ସିଟ୍‌ ପ୍ରସ୍ତୁତ କରାଯାଇଛି । ଜିଲ୍ଲାସ୍ତରରୁ ବିଭାଗୀୟ ଅଧିକାରୀମାନେ କୃଷକମାନଙ୍କର ସମସ୍ତ ତଥ୍ୟ ହାସଲ କରିବା ସହ ଏହାକୁ ଏହି ଗୁଗଲ ସିଟ୍‌ ଯୋଗେଁ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯ। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକ ଓଡ଼ିଶା ପୋର୍ଟାଲର ଶୁଭାରମ୍ଭ କରିଥିବା ବେଳେ ଏହାଦ୍ୱାରା ଚାଷୀମାନେ ସେମାନଙ୍କର ସମସ୍ତ ତଥ୍ୟ ପ୍ରଦାନ କରି ଆବଶ୍ୟକୀୟ ସେବା ଓ ପରାମର୍ଶ ପାଇପାରୁଛନ୍ତି। ସେହିପରି କୃଷକ ଓ କୃଷି ଉଦ୍ୟୋଗୀଙ୍କ ପାଇଁ ଗୋ ସୁଗମ ପୋର୍ଟାଲର ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ଏହା କୃଷକମାନଙ୍କ ପାଇଁ ଦେଶର ପ୍ରଥମ ସିଙ୍ଗଲ ୱିଣ୍ଡୋ ପ୍ଲାଟଫର୍ମ ହୋଇଥିବା ବେଳେଲ ଏହାଦ୍ୱାରା ରାଜ୍ୟବ୍ୟାପୀ ଚାଷୀ ବିଶେଷ ଭାବେ ଉପକୃତ ହୋଇପାରୁଛନ୍ତି।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର