ଆଣ୍ଟିଜେନ କିଟ୍ ଖରାପ ଥିବାରୁ ଭିସୁଟ୍‌ ଛାତ୍ରଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା

The Sakala Picture
Published On

ଭୁବନେଶ୍ବର : ବୁର୍ଲା ଭିସୁଟର କୌଣସି ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇନଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। କିଟ୍ ଖରାପ ଯୋଗୁଁ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ପ୍ରଥମେ ଭିସୁଟରେ କିଛି ଛାତ୍ରଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ସେଥିରେ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା। କିନ୍ତୁ ପରେ ଆରଟିପିସିଆର୍ ଟେଷ୍ଟରେ ସମ୍ପୃକ୍ତ ଛାତ୍ରଙ୍କ ରିପୋର୍ଟ ପଜିଟିଭ […]

ଭୁବନେଶ୍ବର : ବୁର୍ଲା ଭିସୁଟର କୌଣସି ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇନଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। କିଟ୍ ଖରାପ ଯୋଗୁଁ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ପ୍ରଥମେ ଭିସୁଟରେ କିଛି ଛାତ୍ରଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ସେଥିରେ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା। କିନ୍ତୁ ପରେ ଆରଟିପିସିଆର୍ ଟେଷ୍ଟରେ ସମ୍ପୃକ୍ତ ଛାତ୍ରଙ୍କ ରିପୋର୍ଟ ପଜିଟିଭ ଆସିନାହିଁ। ପୂର୍ବରୁ ଟେଷ୍ଟ କରାଯାଇଥିବା କିଟ୍ ଖରାପ ଯୋଗୁଁ ରିପୋର୍ଟ ପଜିଟିଭ ଆସିଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଜୟ ନାରାୟଣ ପଙ୍କଜ

ସୂଚନାଯୋଗ୍ୟ କଲେଜ୍ ଖୋଲିବା ପରେ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ପିଲାଙ୍କ ପରୀକ୍ଷା କରାଯାଇଥିଲା । ଏଥିରେ ପ୍ରଥମେ ଦୁଇଜଣ ଛାତ୍ର ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲେ । ପରେ ଅନ୍ୟମାନଙ୍କର ମଧ୍ୟ ପରୀକ୍ଷା କରାଯାଇଥିଲା । ଏଥିରେ ଦେଖାଗଲା ୨୫ଜଣ ଛାତ୍ର ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଏଣୁ ହଷ୍ଟେଲ ଗୁଡ଼ିକୁ କଣ୍ଟେମେଣ୍ଟ ଜୋନ୍ ଘୋଷଣା କରାଯିବା ସହ ସପୃକ୍ତ ଅଞ୍ଚରେ ଦୋକାନ ବଜାର ବନ୍ଦ କରାଯାଇଥିଲା। ବୁର୍ଲା ଅଞ୍ଚରେ ଏହାକୁ ଆତଙ୍କ ଖେଳିଯାଇ ଥିଲା । ହଠାତ୍ ଏତେ ସଂଖ୍ୟକ ଛାତ୍ର ଆକ୍ରାନ୍ତ ହେବା ଖବର ପ୍ରଶାସନକୁ ମଧ୍ୟ ଚିନ୍ତାରେ ପକାଇଥିଲା ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ଏଥିନେଇ ସତର୍କତରାମୂଳକ ପଦକ୍ଷେପ ନିଆଯାଇ ପରୀକ୍ଷା ବାତିଲ୍ କରାଯାଇଥିଲା । ପାଠ ପଢ଼ା ବି ବ୍ୟାହତ୍ ହୋଇଥିଲା। ଅଭିଭାବକମାନେ ଚିନ୍ତାରେ ପଡ଼ିଥିଲେ । ଅନ୍‌ଲାଇନ୍ ପାଠପଢ଼ା ପାଇଁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ଏତେଜଣ ଛାତ୍ର ଆକ୍ରାନ୍ତ ହୋଇଥିଲେ ବି ସେମାନଙ୍କ ଶରୀରରେ ସେଭଳି କିଛି ଲକ୍ଷଣ ପ୍ରତିଫଳିତ ହୋଇ ନଥିଲା । ସପୃକ୍ତ ଛାତ୍ରମାନଙ୍କର ଏବେ ଆର୍ଟିଫିସିଆଲ୍ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାରୁ ଜଣାପଡ଼ିଲା କେହି ଜଣେ ହେଲେ ଛାତ୍ର କରୋନା ଆକ୍ରାନ୍ତ ହୋଇ ନାହାଁନ୍ତି । ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଅନୁସନ୍ଧାନରୁ ଜଣାପଡ଼ିଲା ପରୀକ୍ଷା ହୋଇଥିବା କିଛି କିଟ୍ ଖରାପ ଥିବା ଯୋଗୁ ରିପୋର୍ଟ ପଜେଟିଭ୍ ଆସିଥିଲା ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର