ଗାଧୋଇବା ହେଲା କାଳ, ହୀରାକୁଦ ଡ୍ୟାମରେ ବୁଡ଼ି ଭିସୁଟ୍ ଛାତ୍ରୀ ମୃତ

The Sakala Picture
Published On

ସମ୍ବଲପୁର: ଗାଧୋଇବା ହେଲା କାଳ । ହୀରାକୁଦ ଡ୍ୟାମରେ ବୁଡ଼ି ଚାଲିଗଲା ଭିସୁଟ୍ ଛାତ୍ରୀଙ୍କ ଜୀବନ । ସାଙ୍ଗକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡ଼ିଗଲେ ଆଉ ଜଣେ ସାଙ୍ଗ । ବୁର୍ଲା ପଟେ ଥିବା ଫିସେରୀ ପଏଣ୍ଟରେ ବୁଡ଼ି ଭିସୁଟ୍ ଛାତ୍ରୀ ମୃତ । ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଅଘଟଣ । ମୃତ୍ୟୁବରଣ କରିଥିବା ଛାତ୍ରୀ ଶାଶ୍ବତି ଭୋଇ, ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂର ଶେଷ ବର୍ଷର ଛାତ୍ରୀ ଏବଂ ତାଙ୍କ ଘର ବରଗଡ଼ ଜିଲ୍ଲାରେ […]

ସମ୍ବଲପୁର: ଗାଧୋଇବା ହେଲା କାଳ । ହୀରାକୁଦ ଡ୍ୟାମରେ ବୁଡ଼ି ଚାଲିଗଲା ଭିସୁଟ୍ ଛାତ୍ରୀଙ୍କ ଜୀବନ । ସାଙ୍ଗକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡ଼ିଗଲେ ଆଉ ଜଣେ ସାଙ୍ଗ । ବୁର୍ଲା ପଟେ ଥିବା ଫିସେରୀ ପଏଣ୍ଟରେ ବୁଡ଼ି ଭିସୁଟ୍ ଛାତ୍ରୀ ମୃତ । ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଅଘଟଣ । ମୃତ୍ୟୁବରଣ କରିଥିବା ଛାତ୍ରୀ ଶାଶ୍ବତି ଭୋଇ, ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂର ଶେଷ ବର୍ଷର ଛାତ୍ରୀ ଏବଂ ତାଙ୍କ ଘର ବରଗଡ଼ ଜିଲ୍ଲାରେ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ସୂଚନା ଅନୁସାରେ, ଶାଶ୍ବତୀଙ୍କ ସହ ସାତ ଜଣ ବନ୍ଧୁ ମିଶି ହୀରାକୁଦ ଜଳଭଣ୍ଡାରର ଫିସରି ଅଞ୍ଚଳକୁ ଭୋଜି କରିବାକୁ ଯାଇଥିଲେ। ସେଠାରେ ଗୋଧୋଇବା ସମୟରେ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗରେ ଥିବା ବନ୍ଧୁମାନେ ତାଙ୍କୁ ଉଦ୍ଧାର କରି ଭିମସାର ବଡ଼ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର