ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷା ବଳୟରେ ଭୁବନେଶ୍ୱର, ୧୧୩୨ ବୁଥରେ ହେବ ଭୋଟିଂ

The Sakala Picture
Published On

ଭୁବନେଶ୍ବର: ନିର୍ବାଚନ ପାଇଁ ସୁରକ୍ଷା ବଳୟରେ ଛାଉଣୀ ହୋଇଛି ଭୁବନେଶ୍ୱର। ମୋଟ ୧୧୩୨ ବୁଥରେ ପୁଲିସ ଛାଉଣୀ ଭିତରେ ଭୋଟ ଗ୍ରହଣ ହେବ। ଏହା ଭିତରୁ ୪୨୧ଟି ସଖି ବୁଥ କରାଯାଇଛି। ଯେଉଁଥିରେ କେବଳ ମହିଳାଙ୍କୁ ଦେଖିବାକୁ ମିଳିବ। ପ୍ରିଜାଇଡିଂ ଅଫିସର, ପୋଲିଙ୍ଗ ଅଫିସର ଏବଂ ସଶସ୍ତ୍ର ମହିଳା ପୋଲିସ ଡ୍ୟୁଟିରେ ରହିବେ। ୧୪୫ଟି କ୍ରିଟିକାଲ ବା ସମ୍ବେଦନଶୀଳ ବୁଥକୁ ଚିହ୍ନଟ କରାଯାଇଥିବା ବେଳେ ୫୨୫ ବୁଥର ୱେବ କାଷ୍ଟିଙ୍ଗ କରାଯିବ ଅର୍ଥାତ ଏହାର ସିଧା ସଳଖ […]

ଭୁବନେଶ୍ବର: ନିର୍ବାଚନ ପାଇଁ ସୁରକ୍ଷା ବଳୟରେ ଛାଉଣୀ ହୋଇଛି ଭୁବନେଶ୍ୱର। ମୋଟ ୧୧୩୨ ବୁଥରେ ପୁଲିସ ଛାଉଣୀ ଭିତରେ ଭୋଟ ଗ୍ରହଣ ହେବ। ଏହା ଭିତରୁ ୪୨୧ଟି ସଖି ବୁଥ କରାଯାଇଛି। ଯେଉଁଥିରେ କେବଳ ମହିଳାଙ୍କୁ ଦେଖିବାକୁ ମିଳିବ। ପ୍ରିଜାଇଡିଂ ଅଫିସର, ପୋଲିଙ୍ଗ ଅଫିସର ଏବଂ ସଶସ୍ତ୍ର ମହିଳା ପୋଲିସ ଡ୍ୟୁଟିରେ ରହିବେ। ୧୪୫ଟି କ୍ରିଟିକାଲ ବା ସମ୍ବେଦନଶୀଳ ବୁଥକୁ ଚିହ୍ନଟ କରାଯାଇଥିବା ବେଳେ ୫୨୫ ବୁଥର ୱେବ କାଷ୍ଟିଙ୍ଗ କରାଯିବ ଅର୍ଥାତ ଏହାର ସିଧା ସଳଖ ଚିତ୍ର ଜିଲ୍ଲାପାଳଙ୍କ ଅଫିସରେ ଦୃଶ୍ୟମାନ ହେବ। ଏହାସହିତ ୧୫ ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ, ଗୋଟିଏ ଷ୍ଟାର୍ଟସ୍ଟିକ ସର୍ଭେଲାନ୍ସ ଟିମ ୨୪ ଘଣ୍ଟିଆ ପାଇଁତରା ମାରୁଛନ୍ତି। ମଧ୍ୟ ନିର୍ବାଚନମଣ୍ଡଳୀ ସମ୍ପୂର୍ଣ ଭାବରେ ସଖି ବୁଥ ହୋଇଥିବାରୁ କମିଶନରେଟ ପୁଲିସ, ଜିଲ୍ଲା ପୁଲିସ ସମେତ ୧୨ କମ୍ପାନୀ CAPF ମୁତୟନ କରାଯିବ। ୨୩ ତାରିଖ ସନ୍ଧ୍ୟା ୫ ଟା ବେଳେ ପ୍ରଚାର ଶେଷ ହେବା ପରେ, ଚେକିଂକୁ ଆହୁରି ବଢ଼ାଇ ଦିଆଯିବ । ନାଇଟ ପେଟ୍ରୋଲିଂ ଏବଂ ନାକା ସହର ସାରା ଲାଗିଥିବା ବେଳେ, ଭୁବନେଶ୍ୱର ସହରକୁ ଚାରିପଟୁ ପ୍ରବେଶପଥକୁ ସଶସ୍ତ୍ର ପୁଲିସ ବାହିନୀ ଜଗି ରହିଛନ୍ତି। ଭୁବନେଶ୍ୱରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ କମିଶନରେଟ ପୁଲିସ ପ୍ରସ୍ତୁତ ଥିବା ପୁଲିସ କମିଶନର ସଂଜୀବ ପଣ୍ଡା କହିଛନ୍ତି।

ଆହୁରି ପଢ଼ନ୍ତୁ: ଚିଠା ଭୋଟର ତାଲିକାକୁ ନେଇ ବିଜେଡିର ସାଂଘାତିକ ଅଭିଯୋଗ: ୨୦ ଲକ୍ଷ ନୁହେଁ; ବାଦ୍‌ ପଡ଼ିଛନ୍ତି ୨୭ ଲକ୍ଷ ଭୋଟର

21 May 2024 By The Sakala

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷା ବଳୟରେ ଭୁବନେଶ୍ୱର, ୧୧୩୨ ବୁଥରେ ହେବ ଭୋଟିଂ

ଭୁବନେଶ୍ବର: ନିର୍ବାଚନ ପାଇଁ ସୁରକ୍ଷା ବଳୟରେ ଛାଉଣୀ ହୋଇଛି ଭୁବନେଶ୍ୱର। ମୋଟ ୧୧୩୨ ବୁଥରେ ପୁଲିସ ଛାଉଣୀ ଭିତରେ ଭୋଟ ଗ୍ରହଣ ହେବ। ଏହା ଭିତରୁ ୪୨୧ଟି ସଖି ବୁଥ କରାଯାଇଛି। ଯେଉଁଥିରେ କେବଳ ମହିଳାଙ୍କୁ ଦେଖିବାକୁ ମିଳିବ। ପ୍ରିଜାଇଡିଂ ଅଫିସର, ପୋଲିଙ୍ଗ ଅଫିସର ଏବଂ ସଶସ୍ତ୍ର ମହିଳା ପୋଲିସ ଡ୍ୟୁଟିରେ ରହିବେ। ୧୪୫ଟି କ୍ରିଟିକାଲ ବା ସମ୍ବେଦନଶୀଳ ବୁଥକୁ ଚିହ୍ନଟ କରାଯାଇଥିବା ବେଳେ ୫୨୫ ବୁଥର ୱେବ କାଷ୍ଟିଙ୍ଗ କରାଯିବ ଅର୍ଥାତ ଏହାର ସିଧା ସଳଖ ଚିତ୍ର ଜିଲ୍ଲାପାଳଙ୍କ ଅଫିସରେ ଦୃଶ୍ୟମାନ ହେବ। ଏହାସହିତ ୧୫ ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ, ଗୋଟିଏ ଷ୍ଟାର୍ଟସ୍ଟିକ ସର୍ଭେଲାନ୍ସ ଟିମ ୨୪ ଘଣ୍ଟିଆ ପାଇଁତରା ମାରୁଛନ୍ତି। ମଧ୍ୟ ନିର୍ବାଚନମଣ୍ଡଳୀ ସମ୍ପୂର୍ଣ ଭାବରେ ସଖି ବୁଥ ହୋଇଥିବାରୁ କମିଶନରେଟ ପୁଲିସ, ଜିଲ୍ଲା ପୁଲିସ ସମେତ ୧୨ କମ୍ପାନୀ CAPF ମୁତୟନ କରାଯିବ। ୨୩ ତାରିଖ ସନ୍ଧ୍ୟା ୫ ଟା ବେଳେ ପ୍ରଚାର ଶେଷ ହେବା ପରେ, ଚେକିଂକୁ ଆହୁରି ବଢ଼ାଇ ଦିଆଯିବ । ନାଇଟ ପେଟ୍ରୋଲିଂ ଏବଂ ନାକା ସହର ସାରା ଲାଗିଥିବା ବେଳେ, ଭୁବନେଶ୍ୱର ସହରକୁ ଚାରିପଟୁ ପ୍ରବେଶପଥକୁ ସଶସ୍ତ୍ର ପୁଲିସ ବାହିନୀ ଜଗି ରହିଛନ୍ତି। ଭୁବନେଶ୍ୱରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ କମିଶନରେଟ ପୁଲିସ ପ୍ରସ୍ତୁତ ଥିବା ପୁଲିସ କମିଶନର ସଂଜୀବ ପଣ୍ଡା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର