କଟକଣାକୁ ବେଖାତିର, ପୁଣି ସିଲ୍ ହେଲା ବିଶାଲ ମଲ୍

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର ଖସିଥିବା ବେଳେ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ଯସରକାର । ବି’ ବର୍ଗ ଜିଲ୍ଲାରେ ଦିନ ୨ଟା ଯାଏ ଦୋକାନବଜାର ଖୋଲିବାକୁ ଅନୁମତି ମିଳିଛି । ସପିଂ ମଲ୍ ଖୋଲିବା ପାଇଁ ଅନୁମତି ଦିଆଯାଇ ନାହିଁ । କିନ୍ତୁ ସବୁ କଟକଣାକୁ ଫୁ’ କରି ନୂଆପଲ୍ଲୀ ଆଇଡି ମାର୍କେଟରେ ଥିବା ବିଶାଲ ମଲ୍ ଖୋଲିଥିଲା । ବିଶାଲ୍ ମଲକୁ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ସିଲ୍ କରିଛି । ପୂର୍ବରୁ ମଧ୍ୟ ବିଶାଲ୍ […]

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର ଖସିଥିବା ବେଳେ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ଯସରକାର । ବି’ ବର୍ଗ ଜିଲ୍ଲାରେ ଦିନ ୨ଟା ଯାଏ ଦୋକାନବଜାର ଖୋଲିବାକୁ ଅନୁମତି ମିଳିଛି । ସପିଂ ମଲ୍ ଖୋଲିବା ପାଇଁ ଅନୁମତି ଦିଆଯାଇ ନାହିଁ । କିନ୍ତୁ ସବୁ କଟକଣାକୁ ଫୁ’ କରି ନୂଆପଲ୍ଲୀ ଆଇଡି ମାର୍କେଟରେ ଥିବା ବିଶାଲ ମଲ୍ ଖୋଲିଥିଲା । ବିଶାଲ୍ ମଲକୁ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ସିଲ୍ କରିଛି । ପୂର୍ବରୁ ମଧ୍ୟ ବିଶାଲ୍ ମଲକୁ ସିଲ୍ କରିଥିଲା ବିଏମସି ।

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

ଅନ୍ୟପଟେ ଭୁବନେଶ୍ୱରରେ ଏନଫୋର୍ସମେଣ୍ଟକୁ ଅଧିକ କଡ଼ାକଡ଼ି କରିବ ବିଏମସି । ମାର୍କେଟ ବା ହାଟ ବଜାରକୁ ଯାନବାହନ ନେଇ ଯିବାକୁ ଅନୁମତି ଦିଆଯାଇନାହିଁ । ତଥାପି ଅଧିକାଂଶ ଲୋକ ଗାଡ଼ି ଧରି ମାର୍କେଟ୍ ଯାଉଛନ୍ତି । ଗାଇଡଲାଇନ୍ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ଯାନୁଷ୍ଠାନ ନିଆଯିବ । ଅଧିକ ଜରିମାନା ଆଦାୟ ସହ ଯାନବାହନକୁ ଜବତ କରାଯିବ ବୋଲି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରସଙ୍ଗରେ ନବୀନଙ୍କ କଡ଼ା ସମାଲୋଚନା: ଓଡ଼ିଶାର ନ୍ୟାଯ୍ୟ ଅଧିକାର ସହ ସାଲିସ୍‌ କରିଛି ରାଜ୍ୟ ବିଜେପି

01 Jul 2021 By The Sakala

କଟକଣାକୁ ବେଖାତିର, ପୁଣି ସିଲ୍ ହେଲା ବିଶାଲ ମଲ୍

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର ଖସିଥିବା ବେଳେ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ଯସରକାର । ବି’ ବର୍ଗ ଜିଲ୍ଲାରେ ଦିନ ୨ଟା ଯାଏ ଦୋକାନବଜାର ଖୋଲିବାକୁ ଅନୁମତି ମିଳିଛି । ସପିଂ ମଲ୍ ଖୋଲିବା ପାଇଁ ଅନୁମତି ଦିଆଯାଇ ନାହିଁ । କିନ୍ତୁ ସବୁ କଟକଣାକୁ ଫୁ’ କରି ନୂଆପଲ୍ଲୀ ଆଇଡି ମାର୍କେଟରେ ଥିବା ବିଶାଲ ମଲ୍ ଖୋଲିଥିଲା । ବିଶାଲ୍ ମଲକୁ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ସିଲ୍ କରିଛି । ପୂର୍ବରୁ ମଧ୍ୟ ବିଶାଲ୍ ମଲକୁ ସିଲ୍ କରିଥିଲା ବିଏମସି ।

ଅନ୍ୟପଟେ ଭୁବନେଶ୍ୱରରେ ଏନଫୋର୍ସମେଣ୍ଟକୁ ଅଧିକ କଡ଼ାକଡ଼ି କରିବ ବିଏମସି । ମାର୍କେଟ ବା ହାଟ ବଜାରକୁ ଯାନବାହନ ନେଇ ଯିବାକୁ ଅନୁମତି ଦିଆଯାଇନାହିଁ । ତଥାପି ଅଧିକାଂଶ ଲୋକ ଗାଡ଼ି ଧରି ମାର୍କେଟ୍ ଯାଉଛନ୍ତି । ଗାଇଡଲାଇନ୍ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ଯାନୁଷ୍ଠାନ ନିଆଯିବ । ଅଧିକ ଜରିମାନା ଆଦାୟ ସହ ଯାନବାହନକୁ ଜବତ କରାଯିବ ବୋଲି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର