କଟକଣାକୁ ବେଖାତିର, ପୁଣି ସିଲ୍ ହେଲା ବିଶାଲ ମଲ୍

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର ଖସିଥିବା ବେଳେ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ଯସରକାର । ବି’ ବର୍ଗ ଜିଲ୍ଲାରେ ଦିନ ୨ଟା ଯାଏ ଦୋକାନବଜାର ଖୋଲିବାକୁ ଅନୁମତି ମିଳିଛି । ସପିଂ ମଲ୍ ଖୋଲିବା ପାଇଁ ଅନୁମତି ଦିଆଯାଇ ନାହିଁ । କିନ୍ତୁ ସବୁ କଟକଣାକୁ ଫୁ’ କରି ନୂଆପଲ୍ଲୀ ଆଇଡି ମାର୍କେଟରେ ଥିବା ବିଶାଲ ମଲ୍ ଖୋଲିଥିଲା । ବିଶାଲ୍ ମଲକୁ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ସିଲ୍ କରିଛି । ପୂର୍ବରୁ ମଧ୍ୟ ବିଶାଲ୍ […]

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର ଖସିଥିବା ବେଳେ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ଯସରକାର । ବି’ ବର୍ଗ ଜିଲ୍ଲାରେ ଦିନ ୨ଟା ଯାଏ ଦୋକାନବଜାର ଖୋଲିବାକୁ ଅନୁମତି ମିଳିଛି । ସପିଂ ମଲ୍ ଖୋଲିବା ପାଇଁ ଅନୁମତି ଦିଆଯାଇ ନାହିଁ । କିନ୍ତୁ ସବୁ କଟକଣାକୁ ଫୁ’ କରି ନୂଆପଲ୍ଲୀ ଆଇଡି ମାର୍କେଟରେ ଥିବା ବିଶାଲ ମଲ୍ ଖୋଲିଥିଲା । ବିଶାଲ୍ ମଲକୁ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ସିଲ୍ କରିଛି । ପୂର୍ବରୁ ମଧ୍ୟ ବିଶାଲ୍ ମଲକୁ ସିଲ୍ କରିଥିଲା ବିଏମସି ।

ଆହୁରି ପଢ଼ନ୍ତୁ: କାନ୍ଥ ପଡ଼ି ଦୁଇ ବର୍ଷର ଶିଶୁପୁତ୍ର ମୃତ, ମା’ ଗୁରୁତର

ଅନ୍ୟପଟେ ଭୁବନେଶ୍ୱରରେ ଏନଫୋର୍ସମେଣ୍ଟକୁ ଅଧିକ କଡ଼ାକଡ଼ି କରିବ ବିଏମସି । ମାର୍କେଟ ବା ହାଟ ବଜାରକୁ ଯାନବାହନ ନେଇ ଯିବାକୁ ଅନୁମତି ଦିଆଯାଇନାହିଁ । ତଥାପି ଅଧିକାଂଶ ଲୋକ ଗାଡ଼ି ଧରି ମାର୍କେଟ୍ ଯାଉଛନ୍ତି । ଗାଇଡଲାଇନ୍ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ଯାନୁଷ୍ଠାନ ନିଆଯିବ । ଅଧିକ ଜରିମାନା ଆଦାୟ ସହ ଯାନବାହନକୁ ଜବତ କରାଯିବ ବୋଲି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଗର୍ଜିଲେ ନବୀନ ପଟ୍ଟନାୟକ; କହିଲେ 'ଡବଲ ଇଞ୍ଜିନ୍ ସରକାର ଓଡ଼ିଶାର ସୁନାମ ନଷ୍ଟ କରୁଛି'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର