ପୁଅର ମୃତ୍ୟୁ ପରେ ଶାଶୁକୁ ନିର୍ଯାତନା ଦେଉଛି ବୋହୂ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ

The Sakala Picture
Published On

ବଲାଙ୍ଗୀର: ବରପାଲିପଡ଼ାରେ ଅଭାବନୀୟ ଘଟଣା ସାମ୍ନାକି ଆସିଛି। ପୁଅର ମୃତ୍ୟୁ ପରେ ବୋହୂ ବାରମ୍ବାର ନିର୍ଯାତନା ଦେଉଥିବା ଶାଶୁ ଅଭିଯୋଗ କରିଛନ୍ତି । ଘରବାଡ଼ି ଘଟଣାକୁ କେନ୍ଦ୍ରକରି ଶାଶୁକୁ ମାଡ଼ ମାରୁଛି ବୋହୁ। ଦାଣ୍ଡରେ ବୃଦ୍ଧା ଶାଶୁକୁ ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛି ବୋହୁ । ପାଖରେ ଅନ୍ୟ ଦୁଇ ଜଣ ମହିଳା ମଧ୍ୟ ଅଛନ୍ତି। ଏବେ ଏହି ଭିଡ଼ିଓ ଭାଇରଲ ହୋଇଛି। ଶାଶୁକୁ ବୋହୂ ନିର୍ଦ୍ଧୁମ ମାଡ଼ ମାରୁଥିବା ନେଇ ସୋସିଆଲ ମିଡିଆରେ […]

ବଲାଙ୍ଗୀର: ବରପାଲିପଡ଼ାରେ ଅଭାବନୀୟ ଘଟଣା ସାମ୍ନାକି ଆସିଛି। ପୁଅର ମୃତ୍ୟୁ ପରେ ବୋହୂ ବାରମ୍ବାର ନିର୍ଯାତନା ଦେଉଥିବା ଶାଶୁ ଅଭିଯୋଗ କରିଛନ୍ତି । ଘରବାଡ଼ି ଘଟଣାକୁ କେନ୍ଦ୍ରକରି ଶାଶୁକୁ ମାଡ଼ ମାରୁଛି ବୋହୁ। ଦାଣ୍ଡରେ ବୃଦ୍ଧା ଶାଶୁକୁ ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛି ବୋହୁ । ପାଖରେ ଅନ୍ୟ ଦୁଇ ଜଣ ମହିଳା ମଧ୍ୟ ଅଛନ୍ତି। ଏବେ ଏହି ଭିଡ଼ିଓ ଭାଇରଲ ହୋଇଛି। ଶାଶୁକୁ ବୋହୂ ନିର୍ଦ୍ଧୁମ ମାଡ଼ ମାରୁଥିବା ନେଇ ସୋସିଆଲ ମିଡିଆରେ ଭାିରାଲ ହେବାରେ ଲାଗିଛି ଏହି ଭିଡ଼ିଓ ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ସୂଚନା ମୁତାବକ,  କିଛି ଦିନ ତଳେ ପୁଅର ମୃତ୍ୟୁ ଘଟିଥିଲା । ପୁଅର ମୃତ୍ୟୁ ପରେ ବୋହୁ ବାରମ୍ବାର ନିର୍ଯାତନା ଦେଉଥିବା ଶାଶୁ ଅଭିଯୋଗ କରିଛନ୍ତି । ପୁର୍ବରୁ ଏହି ବିବାଦ ବଲାଙ୍ଗୀର ଟାଉନ ଥାନାରେ ଥିଲେ ବି ପୁଲିସ କିଛି କାର୍ଯ୍ଯାନୁଷ୍ଠାନ ନେଇ ନଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ପୂର୍ବରୁ ଅନେକ ଥର ବୋହୂ ଜଣଙ୍କ ଶାଶୁଙ୍କୁ ମାଡ଼ ମାରିଥିବା କହିଛନ୍ତି ଅଭିଯୋଗକାରୀ । ଆଜି ପୁନର୍ବାର ସଂପୃକ୍ତ ମହିଳାଙ୍କୁ ତାଙ୍କ ବୋହୂ ମାଡ଼ ମାରିଥିବା ଜଣା ପଡିଛି । ଭିଡ଼ିଓରେ ସ୍ପଷ୍ଟ ଦୃଶ୍ୟମାନ ପାଖରେ ଅନ୍ୟ ଦୁଇ ଜଣ ମହିଳା ମଧ୍ୟ ଉପସ୍ଥିତ ରହିଛନ୍ତି । ଆଜି ଭିଡିଓଟି ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏନେଇ ପିଡୀତା ବୃଦ୍ଧା ଜଣକ ନିଜ ସାନ ପୁଅ ସହ ନ୍ୟାୟ ଦାବିରେ ବଲାଙ୍ଗୀର ଏସପିଙ୍କ କାର୍ୟ୍ୟାଳୟରେ ପହଞ୍ଚିଛନ୍ତି ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର