ଆସନ୍ତୁ ଜାଣିବା ଓଡ଼ିଶାର ଏପରି ଏକ ଗାଁ ବିଷୟରେ ଯେଉଁଠିକି ଏପର୍ଯ୍ୟନ୍ତ ପହଂଚି ପାରିନି ମହାମାରୀ କରୋନା

The Sakala Picture
Published On

ଓଡିଶାର ଅନେକ ଅଦିବାସୀ ବହୁଳ ଗ୍ରାମରେ ଲୋକେ କରୋନା ଟିକା ନେବାକୁ ଅମଙ୍ଗ ହେଉଥିବା ଖବର ଏବେ ଚର୍ଚ୍ଚାରେ ରହିଥିବାବେଳେ କିନ୍ତୁ ଏଭଳି ଏକ ଅଖ୍ୟାତ ପଲ୍ଲୀରୁ କରୋନା ସଚେତନତା ନେଇ ଏକ ସୁନ୍ଦର ଖବର ମିଳିଛି । କେନ୍ଦୁଝର ଜିଲ୍ଲାର ପଛୁଆ ଅଞ୍ଚଳ ଭାବେ ପରିଗଣିତ ବାଂଶପାଳ ବ୍ଲକର ଗୋନାସିକା ପଂଚାୟତ । ସେଠାରେ ରହିଛି ଉପର ବୈତରଣୀ ନାମକ ଏକ ଗାଁ । ଏହି ଗାଁକୁ ଏଯାବତ୍ କରୋନା ଛୁଇଁପାରିନି। ସ୍ଥାନୀୟ ଲୋକଙ୍କର ସଚେତନତା […]

ଓଡିଶାର ଅନେକ ଅଦିବାସୀ ବହୁଳ ଗ୍ରାମରେ ଲୋକେ କରୋନା ଟିକା ନେବାକୁ ଅମଙ୍ଗ ହେଉଥିବା ଖବର ଏବେ ଚର୍ଚ୍ଚାରେ ରହିଥିବାବେଳେ କିନ୍ତୁ ଏଭଳି ଏକ ଅଖ୍ୟାତ ପଲ୍ଲୀରୁ କରୋନା ସଚେତନତା ନେଇ ଏକ ସୁନ୍ଦର ଖବର ମିଳିଛି । କେନ୍ଦୁଝର ଜିଲ୍ଲାର ପଛୁଆ ଅଞ୍ଚଳ ଭାବେ ପରିଗଣିତ ବାଂଶପାଳ ବ୍ଲକର ଗୋନାସିକା ପଂଚାୟତ ।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ପୋଖରୀ ପୁନରୁଦ୍ଧାର କାମକୁ ନେଇ ବିଜେଡି-କଂଗ୍ରେସ ମୁହାମୁହିଁ

ସେଠାରେ ରହିଛି ଉପର ବୈତରଣୀ ନାମକ ଏକ ଗାଁ । ଏହି ଗାଁକୁ ଏଯାବତ୍ କରୋନା ଛୁଇଁପାରିନି। ସ୍ଥାନୀୟ ଲୋକଙ୍କର ସଚେତନତା ଯୋଗୁଁ ଏହା ସମଗ୍ର ହୋଇପାରିଛି । ଏହି ଗାଁର ଜନସ ଖ୍ୟା ପାଖାପାଖୁ ତିନିଶହ ଅଟେ | ଗାଁର ସମସ୍ତ ଅଧିବାସୀ ପ୍ରାୟତା ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର | ବର୍ତମାନ କରୋନାର ସମୟ। ଜିଲ୍ଲାର ଅନେକ ଗାଁକୁ କରୋନା ଛୁଇଁ ସାରିଛି ।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

କିନ୍ତୁ ଉପର ବୈତରଣୀ ଗାଁକୁ କରୋନା ପଶିପାରିନଥିବା ସ୍ଥାନୀୟ ଲୋକେ କୁହନ୍ତି । ଏହାପଛରେ କୌଣସି ବୈଜ୍ଞାନିକ ତନ୍ତ୍ର ନାହିଁ । କିନ୍ତୁ ସେମାନେ ଯାହା କରିଦେଖାଇଛନ୍ତି ତାହା ଅଜବ ଲାଗୁଥିଲେ ମଧ୍ୟ ସତ୍ୟରେ ପରିଣତ ହୋଇଛି । ଗାଁର ଲୋକେ କାମଧନ୍ଦା କରି ଓ କେହିକେହି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନର୍ବାହ କରନ୍ତି ।କିନ୍ତୁ କରୋନା ସମୟରେ ଗ୍ରାମବାସୀମାନେ ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରୁନାହାନ୍ତି । ଏପରିକି ଗାଁକୁ କେହି ବାହାର ଲୋକ ଆସୁଥିଲେ ପ୍ରଥମେ କଞ୍ଚା ହଳଦୀ ପାଣିରେ ସେମାନଙ୍କର ଗୋଡହାତ ଧୋଇବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନଚେତ ଗାଁ ପ୍ରଦେଶ ମନା । ଏଥିପାଇଁ ଗାଁର ମହିଳାମାନେ ଗାଁ ମୁଣ୍ଡରେ ସବୁସମୟରେ ହଳଦୀପାଣି ପ୍ରସ୍ତୁତ କରି ରଖିଥାନ୍ତି । ପ୍ରଶାସନ ପକ୍ଷରୁ ବୁଝାସୁଝା କରାଯିବା ପରେ ଗାଁର କିଛିଲୋକ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି । କିନ୍ତୁ ଅନ୍ୟମାନେ ଟିକାନେବାକୁ ଅମଙ୍ଗ ହେଉଛନ୍ତି । ଗ୍ରାମବାସୀଙ୍କର ଯୁକ୍ତି ହେଲା ସେମାନଙ୍କୁ କରୋନା ଛୁଇଁବ ନାହିଁ । ଯୁକ୍ତି ଅଜବ ହେଲେ ମଧ୍ୟ ଉପର ବୈତରଣୀ ଗାଁକୁ ବର୍ତମାନ ପର୍ଯ୍ୟନ୍ତ କରୋନା ଛୁଇଁନାହିଁ । ଏହାର ମୁଖ୍ୟ କାରଣ ନିୟମର କଡ଼ାକଡ଼ି ପାଳନ ସହିତ ବାହର ଲୋକଙ୍କୁ ଗାଁରେ ପ୍ରବେଶ ଚଟକଣା ମାସ ପରିଧାନ ଏବଂ କଞ୍ଚା ହଳଦି ପାଣିରେ ହାତରେଳ ଧେଇବା ବୋଲି ଗ୍ରାମବାସୀମାନେ ମତ ଦିଅନ୍ତି ।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

18 Jun 2021 By The Sakala

ଆସନ୍ତୁ ଜାଣିବା ଓଡ଼ିଶାର ଏପରି ଏକ ଗାଁ ବିଷୟରେ ଯେଉଁଠିକି ଏପର୍ଯ୍ୟନ୍ତ ପହଂଚି ପାରିନି ମହାମାରୀ କରୋନା

ଓଡିଶାର ଅନେକ ଅଦିବାସୀ ବହୁଳ ଗ୍ରାମରେ ଲୋକେ କରୋନା ଟିକା ନେବାକୁ ଅମଙ୍ଗ ହେଉଥିବା ଖବର ଏବେ ଚର୍ଚ୍ଚାରେ ରହିଥିବାବେଳେ କିନ୍ତୁ ଏଭଳି ଏକ ଅଖ୍ୟାତ ପଲ୍ଲୀରୁ କରୋନା ସଚେତନତା ନେଇ ଏକ ସୁନ୍ଦର ଖବର ମିଳିଛି । କେନ୍ଦୁଝର ଜିଲ୍ଲାର ପଛୁଆ ଅଞ୍ଚଳ ଭାବେ ପରିଗଣିତ ବାଂଶପାଳ ବ୍ଲକର ଗୋନାସିକା ପଂଚାୟତ ।

ସେଠାରେ ରହିଛି ଉପର ବୈତରଣୀ ନାମକ ଏକ ଗାଁ । ଏହି ଗାଁକୁ ଏଯାବତ୍ କରୋନା ଛୁଇଁପାରିନି। ସ୍ଥାନୀୟ ଲୋକଙ୍କର ସଚେତନତା ଯୋଗୁଁ ଏହା ସମଗ୍ର ହୋଇପାରିଛି । ଏହି ଗାଁର ଜନସ ଖ୍ୟା ପାଖାପାଖୁ ତିନିଶହ ଅଟେ | ଗାଁର ସମସ୍ତ ଅଧିବାସୀ ପ୍ରାୟତା ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର | ବର୍ତମାନ କରୋନାର ସମୟ। ଜିଲ୍ଲାର ଅନେକ ଗାଁକୁ କରୋନା ଛୁଇଁ ସାରିଛି ।

କିନ୍ତୁ ଉପର ବୈତରଣୀ ଗାଁକୁ କରୋନା ପଶିପାରିନଥିବା ସ୍ଥାନୀୟ ଲୋକେ କୁହନ୍ତି । ଏହାପଛରେ କୌଣସି ବୈଜ୍ଞାନିକ ତନ୍ତ୍ର ନାହିଁ । କିନ୍ତୁ ସେମାନେ ଯାହା କରିଦେଖାଇଛନ୍ତି ତାହା ଅଜବ ଲାଗୁଥିଲେ ମଧ୍ୟ ସତ୍ୟରେ ପରିଣତ ହୋଇଛି । ଗାଁର ଲୋକେ କାମଧନ୍ଦା କରି ଓ କେହିକେହି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନର୍ବାହ କରନ୍ତି ।କିନ୍ତୁ କରୋନା ସମୟରେ ଗ୍ରାମବାସୀମାନେ ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରୁନାହାନ୍ତି । ଏପରିକି ଗାଁକୁ କେହି ବାହାର ଲୋକ ଆସୁଥିଲେ ପ୍ରଥମେ କଞ୍ଚା ହଳଦୀ ପାଣିରେ ସେମାନଙ୍କର ଗୋଡହାତ ଧୋଇବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନଚେତ ଗାଁ ପ୍ରଦେଶ ମନା । ଏଥିପାଇଁ ଗାଁର ମହିଳାମାନେ ଗାଁ ମୁଣ୍ଡରେ ସବୁସମୟରେ ହଳଦୀପାଣି ପ୍ରସ୍ତୁତ କରି ରଖିଥାନ୍ତି । ପ୍ରଶାସନ ପକ୍ଷରୁ ବୁଝାସୁଝା କରାଯିବା ପରେ ଗାଁର କିଛିଲୋକ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି । କିନ୍ତୁ ଅନ୍ୟମାନେ ଟିକାନେବାକୁ ଅମଙ୍ଗ ହେଉଛନ୍ତି । ଗ୍ରାମବାସୀଙ୍କର ଯୁକ୍ତି ହେଲା ସେମାନଙ୍କୁ କରୋନା ଛୁଇଁବ ନାହିଁ । ଯୁକ୍ତି ଅଜବ ହେଲେ ମଧ୍ୟ ଉପର ବୈତରଣୀ ଗାଁକୁ ବର୍ତମାନ ପର୍ଯ୍ୟନ୍ତ କରୋନା ଛୁଇଁନାହିଁ । ଏହାର ମୁଖ୍ୟ କାରଣ ନିୟମର କଡ଼ାକଡ଼ି ପାଳନ ସହିତ ବାହର ଲୋକଙ୍କୁ ଗାଁରେ ପ୍ରବେଶ ଚଟକଣା ମାସ ପରିଧାନ ଏବଂ କଞ୍ଚା ହଳଦି ପାଣିରେ ହାତରେଳ ଧେଇବା ବୋଲି ଗ୍ରାମବାସୀମାନେ ମତ ଦିଅନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର