ନୂଆଗଡ଼ ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଏକକାଳୀନ ୪ଟି ସ୍ଥାନରେ ରେଡ୍

The Sakala Picture
Published On

ଗଜପତି: ଭିଜିଲାନ୍ସ ଜାଲରେ ଗଜପତି ନୂଆଗଡ ଫରେଷ୍ଟର ଗଣେଶ ପ୍ରଧାନ । ଏକକାଳୀନ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ପାରଳାଖେମୁଣ୍ଡି ଗାନ୍ଧୀନଗର ସ୍ଥିତ ଘର , ହରିଶ୍ଚନ୍ଦ୍ରପୁରରେ ଥିବା ପୈତୃକ ବାସଭବନ, ପାତପାଟନା ସ୍ଥିତ ବାସଭବନ ସହ ନୂଆଗଡ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ସେପଟେ ସକାଳୁ ତଦନ୍ତ ଜାରି ରଖିଥିବା ଟିମ୍ ପ୍ରାଥମିକ ସ୍ତରରେ ପାରଳାଖେମୁଣ୍ଡି ଗାନ୍ଧୀ ନଗର ଭଡ଼ା ଘରୁ ତିନୋଟି ପ୍ଲଟର ନଥିପତ୍ର, ନଗଦ […]

ଗଜପତି: ଭିଜିଲାନ୍ସ ଜାଲରେ ଗଜପତି ନୂଆଗଡ ଫରେଷ୍ଟର ଗଣେଶ ପ୍ରଧାନ । ଏକକାଳୀନ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ପାରଳାଖେମୁଣ୍ଡି ଗାନ୍ଧୀନଗର ସ୍ଥିତ ଘର , ହରିଶ୍ଚନ୍ଦ୍ରପୁରରେ ଥିବା ପୈତୃକ ବାସଭବନ, ପାତପାଟନା ସ୍ଥିତ ବାସଭବନ ସହ ନୂଆଗଡ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

ସେପଟେ ସକାଳୁ ତଦନ୍ତ ଜାରି ରଖିଥିବା ଟିମ୍ ପ୍ରାଥମିକ ସ୍ତରରେ ପାରଳାଖେମୁଣ୍ଡି ଗାନ୍ଧୀ ନଗର ଭଡ଼ା ଘରୁ ତିନୋଟି ପ୍ଲଟର ନଥିପତ୍ର, ନଗଦ ୨୬ ହଜାର ଟଙ୍କା ସହ ୧୪୩ ଗ୍ରାମ ସୁନା ଜବତ ହୋଇଛି । କିଛି ବ୍ୟାଙ୍କ ଖାତା ସହ ଗୋଟିଏ ଚାରି ଚକିଆ ଗାଡ଼ି ମଧ୍ୟ ଜବତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଆଜି ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ରେଡ଼ କରିଥିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ବିଭାଗ ଏକକାଳୀନ ୪ଟି ସ୍ଥାନରେ ପହଁଚି ରେଡ୍ କରିଥିଲା । ବର୍ତ୍ତମାନ ମଧ୍ୟ ଭିଜିଲାନ୍ସ ଟିମ୍ ରେଡ୍ ଜାରି ରଖିଥିବାବେଳେ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ କରିବ ବିଭାଗ ।

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାର ଆନ୍ଧ୍ର ନିକଟରେ ଆତ୍ମସମର୍ପଣ କରିଛନ୍ତି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର