ମହିଳା କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ

The Sakala Picture
Published On

କଟକ : ଜଣେ ପୂର୍ବତନ ଅଧ୍ୟାପକ ତଥା ରିଡରଙ୍କ ବକେୟା ଏରିୟର ପାଇଁ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ଧରାପଡ଼ିଛନ୍ତି ଏକ କଲେଜର ଜଣେ ମହିଳା କିରାଣି। କଟକ କଲ୍ୟାଣୀନଗରସ୍ଥିତ କୁସୁମଦେବୀ ସତସଙ୍ଗ ମହିଳା କଲେଜରେ କାର୍ଯ୍ୟରତ ଥିବା ଜ୍ୟୋସ୍ନା ପରିଡ଼ା ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି କଟକ ଭିଜିଲାନ୍ସ ଡିଭିଜନର ଏକ ଟିମ। ଅଭିଯୋଗ ଅନୁସାରେ ଏହି କଲେଜର ଜଣେ ପୂର୍ବତନ ରିଡରଙ୍କ ଏରିୟର ଟଙ୍କା ଆସିପାରୁ ନଥିଲା। […]

କଟକ : ଜଣେ ପୂର୍ବତନ ଅଧ୍ୟାପକ ତଥା ରିଡରଙ୍କ ବକେୟା ଏରିୟର ପାଇଁ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ଧରାପଡ଼ିଛନ୍ତି ଏକ କଲେଜର ଜଣେ ମହିଳା କିରାଣି। କଟକ କଲ୍ୟାଣୀନଗରସ୍ଥିତ କୁସୁମଦେବୀ ସତସଙ୍ଗ ମହିଳା କଲେଜରେ କାର୍ଯ୍ୟରତ ଥିବା ଜ୍ୟୋସ୍ନା ପରିଡ଼ା ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି କଟକ ଭିଜିଲାନ୍ସ ଡିଭିଜନର ଏକ ଟିମ। ଅଭିଯୋଗ ଅନୁସାରେ ଏହି କଲେଜର ଜଣେ ପୂର୍ବତନ ରିଡରଙ୍କ ଏରିୟର ଟଙ୍କା ଆସିପାରୁ ନଥିଲା। ସମ୍ପୃକ୍ତ ରିଡରଙ୍କ ଠାରୁ ଏହି ବାବଦରେ ସମ୍ପୃକ୍ତ କନିଷ୍ଠ କରାଣି ୯ ହଜାର ଟଙ୍କା ଦାବି କରିଥିଲେ। ଦାବି ମୁତାବକ ପୂର୍ବତନ ରିଡରଙ୍କ ପତ୍ନୀ ଠାରୁ ଏହି ଲାଞ୍ଚ ଟଙ୍କା ସମ୍ପୃକ୍ତ କିରାଣି ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ରହିଥିବା ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ଟିମ ଏହି ଲାଞ୍ଚ ଟଙ୍କା ଜବତ କରିବା ସହ ଅଭିଯୁକ୍ତ କନିଷ୍ଠ କିରାଣି ଶ୍ରୀମତୀ ପରିଡ଼ାଙ୍କ କଲ୍ୟାଣୀନଗରସ୍ଥିତ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ଆଦିରେ ଚଢଉ କରିଛି। କଟକ ଭିଜିଲାନ୍ସରେ ଏକ ମାମଲା ରୁଜୁ ହେବା ସହ ସମ୍ପୃକ୍ତ କିରାଣିଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

19 Aug 2021 By The Sakala

ମହିଳା କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ

କଟକ : ଜଣେ ପୂର୍ବତନ ଅଧ୍ୟାପକ ତଥା ରିଡରଙ୍କ ବକେୟା ଏରିୟର ପାଇଁ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ଧରାପଡ଼ିଛନ୍ତି ଏକ କଲେଜର ଜଣେ ମହିଳା କିରାଣି। କଟକ କଲ୍ୟାଣୀନଗରସ୍ଥିତ କୁସୁମଦେବୀ ସତସଙ୍ଗ ମହିଳା କଲେଜରେ କାର୍ଯ୍ୟରତ ଥିବା ଜ୍ୟୋସ୍ନା ପରିଡ଼ା ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି କଟକ ଭିଜିଲାନ୍ସ ଡିଭିଜନର ଏକ ଟିମ। ଅଭିଯୋଗ ଅନୁସାରେ ଏହି କଲେଜର ଜଣେ ପୂର୍ବତନ ରିଡରଙ୍କ ଏରିୟର ଟଙ୍କା ଆସିପାରୁ ନଥିଲା। ସମ୍ପୃକ୍ତ ରିଡରଙ୍କ ଠାରୁ ଏହି ବାବଦରେ ସମ୍ପୃକ୍ତ କନିଷ୍ଠ କରାଣି ୯ ହଜାର ଟଙ୍କା ଦାବି କରିଥିଲେ। ଦାବି ମୁତାବକ ପୂର୍ବତନ ରିଡରଙ୍କ ପତ୍ନୀ ଠାରୁ ଏହି ଲାଞ୍ଚ ଟଙ୍କା ସମ୍ପୃକ୍ତ କିରାଣି ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ରହିଥିବା ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ଟିମ ଏହି ଲାଞ୍ଚ ଟଙ୍କା ଜବତ କରିବା ସହ ଅଭିଯୁକ୍ତ କନିଷ୍ଠ କିରାଣି ଶ୍ରୀମତୀ ପରିଡ଼ାଙ୍କ କଲ୍ୟାଣୀନଗରସ୍ଥିତ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ଆଦିରେ ଚଢଉ କରିଛି। କଟକ ଭିଜିଲାନ୍ସରେ ଏକ ମାମଲା ରୁଜୁ ହେବା ସହ ସମ୍ପୃକ୍ତ କିରାଣିଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର