ଅବପାତର ରୂପ ନେଲା ‘ଦାନା’, ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

The Sakala Picture
Published On

ଭୁବନେଶ୍ବର: ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ ଅବପାତର ରୂପ ନେଇଛି ବାତ୍ୟା ଦାନା । ଆଗାମୀ କିଛି ଘଣ୍ଟାରେ ଏହା ଆହୁରି ଦୁର୍ବଳ ହେବ । ବାତ୍ୟାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଭଦ୍ରକରୁ ୫୦ କିଲୋମିଟର ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରୁଛି। ସେହିପରି କେନ୍ଦୁଝରରୁ ୭୦ କିଲୋମିଟର ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ଏହା ରହିଛି। କ୍ରମେ ପଶ୍ଚିମ ଦିଗକୁ ଗତି କରି ଓ୍ବେଲମାର୍କ ଲୋପ୍ରେସରରେ […]

ଭୁବନେଶ୍ବର: ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ ଅବପାତର ରୂପ ନେଇଛି ବାତ୍ୟା ଦାନା । ଆଗାମୀ କିଛି ଘଣ୍ଟାରେ ଏହା ଆହୁରି ଦୁର୍ବଳ ହେବ । ବାତ୍ୟାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଭଦ୍ରକରୁ ୫୦ କିଲୋମିଟର ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରୁଛି। ସେହିପରି କେନ୍ଦୁଝରରୁ ୭୦ କିଲୋମିଟର ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ଏହା ରହିଛି। କ୍ରମେ ପଶ୍ଚିମ ଦିଗକୁ ଗତି କରି ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେବ। ପ୍ରବଳ ବର୍ଷା ନେଇ ବାଲେଶ୍ବର, କେନ୍ଦୁଝର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟଧିକ ଅତି ପ୍ରବଳ ବର୍ଷା ଅର୍ଥାତ୍ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ସେହିପରି କେନ୍ଦ୍ରାପଡ଼ା, କଟକ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ୍ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ ଅନୁଗୁଳ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର