ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ନୂତନ ସାଟେଲାଇଟ୍ ହସ୍ପିଟାଲକୁ ସମର୍ଥନ କରିବା ସହିତ ସାମ୍ପ୍ରଦାଇକ ସ୍ୱାସ୍ଥ୍ୟସେବାକୁ ମଧ୍ୟ ବୃଦ୍ଧି କରିଛି

The Sakala Picture
Published On

ଝାରସୁଗୁଡା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଝାରସୁଗୁଡାର ପୁରୁଣା ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ (ଡିଏଚଏଚ)ର ବ୍ୟାପକ ନବୀକରଣକୁ ସମର୍ଥନ କରିଛି, ଯାହାକୁ ଚଳିତ ସପ୍ତାହରେ ଅନେକ ଜନପ୍ରତିନିଧି ଏବଂ ସମ୍ପ୍ରଦାୟ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ନୂତନ ସାଟେଲାଇଟ୍ ହସ୍ପିଟାଲ ଭାବରେ ପୁନଃ ଖୋଲାଯାଇଥିଲା। ଏହି ଅବସରରେ, ବେଦାନ୍ତ ରୋଗୀ ସେବା କ୍ଷମତା ବୃଦ୍ଧି କରିବାରେ ଏବଂ ସରକାରୀ ହସ୍ପିଟାଲକୁ ପ୍ରଭାବଶାଳୀ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ସମର୍ଥନ କରିବା ପାଇଁ ୨୫ଟି ହସ୍ପିଟାଲ ଶଯ୍ୟା ମଧ୍ୟ […]

ଝାରସୁଗୁଡା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଝାରସୁଗୁଡାର ପୁରୁଣା ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ (ଡିଏଚଏଚ)ର ବ୍ୟାପକ ନବୀକରଣକୁ ସମର୍ଥନ କରିଛି, ଯାହାକୁ ଚଳିତ ସପ୍ତାହରେ ଅନେକ ଜନପ୍ରତିନିଧି ଏବଂ ସମ୍ପ୍ରଦାୟ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ନୂତନ ସାଟେଲାଇଟ୍ ହସ୍ପିଟାଲ ଭାବରେ ପୁନଃ ଖୋଲାଯାଇଥିଲା। ଏହି ଅବସରରେ, ବେଦାନ୍ତ ରୋଗୀ ସେବା କ୍ଷମତା ବୃଦ୍ଧି କରିବାରେ ଏବଂ ସରକାରୀ ହସ୍ପିଟାଲକୁ ପ୍ରଭାବଶାଳୀ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ସମର୍ଥନ କରିବା ପାଇଁ ୨୫ଟି ହସ୍ପିଟାଲ ଶଯ୍ୟା ମଧ୍ୟ ଦାନ କରିଥିଲା।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଝିଆରୀ ସମେତ ୮ ଗିରଫ

ଝାରସୁଗୁଡାର ମଙ୍ଗଳ ବଜାରରେ ଅବସ୍ଥିତ ସାଟେଲାଇଟ୍ ହସ୍ପିଟାଲର ଉଦଘାଟନ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସୁଲଭ ଏବଂ ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟସେବା ବିସ୍ତାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବେଦାନ୍ତ ହସ୍ପିଟାଲର ନିରନ୍ତର ଅଭିବୃଦ୍ଧି ଏବଂ କାର୍ଯ୍ୟକ୍ଷମ ପ୍ରଭାବକୁ ସୁନିଶ୍ଚିତ କରିବା ପାଇଁ ଏହାର ଦୀର୍ଘକାଳୀନ ସମର୍ଥନ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହା ଗ୍ରାମୀଣ ସ୍ୱାସ୍ଥ୍ୟ ଭିତିଭୂମି ଏବଂ ଚିକିତ୍ସା ସେବାକୁ ସୁଦୃଢ଼ କରିବା ପାଇଁ କମ୍ପାନୀର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିବଦ୍ଧତା ଭାବରେ ଆସିଛି, ଏବଂ ଏହି ଅଂଚଳରେ ସ୍ଥିର, ଉଚ୍ଚ-ଗୁଣବତା ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ। ବେଦାନ୍ତ ଆଲୁମିନିୟମର ନିରନ୍ତର ସମର୍ଥନ ଭିତିଭୂମି ଆବଶ୍ୟକତା ପୂରଣ କରିବାଠାରୁ ଅଧିକ – ଏହା ଅନୁନ୍ନତ ଅଂଚଳରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସମର୍ଥନ କରିବା ପାଇଁ ଏକ ରଣନୈତିକ ଏବଂ ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରେ।

ଆହୁରି ପଢ଼ନ୍ତୁ: ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !

ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତା ତାଙ୍କ ମତାମତ ଦେଇ କହିଛନ୍ତି, “ବେଦାନ୍ତରେ, ଆମେ ବିଶ୍ୱାସ କରୁ ଯେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧତା ସାମୁଦାୟିକ ବିକାଶର ଏକ ମୂଳଦୁଆ। ଝାରସୁଗୁଡାର ସାଟେଲାଇଟ୍ ହସ୍ପିଟାଲ୍ ପ୍ରତି ଆମର ଦୀର୍ଘକାଳୀନ ପ୍ରତିବଦ୍ଧତା ହେଉଛି ଅଂଚଳର ସ୍ୱାସ୍ଥ୍ୟସେବା ଭିତିଭୂମିକୁ ସୁଦୃଢ଼ କରିବା ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଅତ୍ୟାବଶ୍ୟକ ଚିକିତ୍ସା ସେବା ଉପଲବ୍ଧ ହେବା ନିଶ୍ଚିତ କରିବା ପାଇଁ ଆମର ବୃହତ ପ୍ରୟାସର ଏକ ଅଂଶ ଅଟେ। ଝାରସୁଗୁଡା ଜିଲ୍ଲା ପ୍ରଶାସନ ସହିତ ଏପରି ସହଯୋଗ ପ୍ରୟାସ ମାଧ୍ୟମରେ, ଆମେ ସାର୍ବଜନୀନ ସ୍ୱାସ୍ଥ୍ୟ ଫଳାଫଳକୁ ଉନ୍ନତ କରିବା ଏବଂ ଏହି ଅଂଚଳରେ ଏକ ସକାରାତ୍ମକ, ସ୍ଥାୟୀ ପ୍ରଭାବ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ।”

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

ଓଡ଼ିଶାର ମାନ୍ୟବର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି, “ଝାରସୁଗୁଡାରେ ସାଟେଲାଇଟ୍ ହସ୍ପିଟାଲକୁ ପୁନର୍ବାର ଖୋଲିବା ଏବଂ ସୁଦୃଢ଼ କରିବା ପାଇଁ ବେଦାନ୍ତ ଆଲୁମିନିୟମ୍‌ର ପ୍ରତିବଦ୍ଧତା ସାର୍ବଜନୀନ ସ୍ୱାସ୍ଥ୍ୟସେବା ବୃଦ୍ଧି କରିବାରେ କର୍ପୋରେଟ୍ ସହଭାଗୀର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଦାହରଣ ଦିଏ। ସେମାନଙ୍କର ନିରନ୍ତର ସମର୍ଥନ ସମ୍ପ୍ରଦାୟ ପାଇଁ ଗୁଣାତ୍ମକ ଚିକିତ୍ସା ସେବା ଉପଲବ୍ଧତାକୁ ଉଲ୍ଲେଖନୀୟ ଭାବରେ ଉନ୍ନତ କରିବ। ଏହି ସହଭାଗୀ ଦାୟିତ୍ୱ ଏବଂ ସାମୂହିକ କାର୍ଯ୍ୟ ମାଧ୍ୟମରେ ଏକ ସୁସ୍ଥ ଓଡ଼ିଶା ଗଠନ ପାଇଁ ଏକ ଦୃଢ଼ ଉଦାହରଣ ସୃଷ୍ଟି କରିବ।”

ଏହି ଅବସରରେ ଉପସ୍ଥିତ ଝାରସୁଗୁଡାର ମାନ୍ୟବର ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠି ବେଦାନ୍ତ ଆଲୁମିନିୟମ୍ ର ପ୍ରୟାସକୁ ପ୍ରଶଂସା କରି କହିଥିଲେ, “ଝାରସୁଗୁଡାର ଅଭିବୃଦ୍ଧି ଏବଂ ବିକାଶରେ ବେଦାନ୍ତ ଆଲୁମିନିୟମ୍ ଏକ ପ୍ରତିବଦ୍ଧ ସହଯୋଗୀ ହୋଇଛି। ଜିଲ୍ଲା ସାଟେଲାଇଟ୍ ହସ୍ପିଟାଲରେ ସେମାନଙ୍କର ଅବଦାନ ରୋଗୀ ସେବାର ଗୁଣାତ୍ମକ ମାନକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ଏହା ବ୍ୟତୀତ, ସେମାନଙ୍କର ପ୍ରୟାସ – ଡାଇଗ୍ନୋଷ୍ଟିକ୍ ସେଂଟର ସ୍ଥାପନ ଠାରୁ ଆରମ୍ଭ କରି ମୋବାଇଲ୍ ସ୍ୱାସ୍ଥ୍ୟ ସେବା ପରିଚାଳନା ପର୍ଯ୍ୟନ୍ତ – ଗ୍ରାମୀଣ ଏବଂ ସହରାଂଚଳ ସ୍ୱାସ୍ଥ୍ୟସେବା ଉପଲବ୍ଧତାରେ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟକୁ ପୂରଣ କରିବାରେ ସାହାଯ୍ୟ କରୁଛି।”

ଝାରସୁଗୁଡାର ଜିଲ୍ଲା କଲେକ୍ଟର ଶ୍ରୀମତୀ ଆବୋଲି ସୁନୀଲ ନାରଭାଣେ ମଧ୍ୟ ଏହି ପଦକ୍ଷେପର ଗୁରୁତ୍ୱ ଉପରେ ଆଲୋକପାତ କରି କହିଛନ୍ତି, “ବେଦାନ୍ତ ଆଲୁମିନିୟମର ଏହି ସହାୟତା ଆମ ଜିଲ୍ଲା ସ୍ୱାସ୍ଥ୍ୟସେବାର ଭିତିଭୂମିକୁ ବୃଦ୍ଧି କରିବାରେ ବହୁତ ସାହାଯ୍ୟ କରିବ। ଅତିରିକ୍ତ ଶଯ୍ୟା ହସ୍ପିଟାଲକୁ ରୋଗୀଙ୍କ ଚାପକୁ ଭଲ ଭାବରେ ପରିଚାଳନା କରିବାରେ ସାହାଯ୍ୟ କରିବ। ସମଗ୍ର ଜିଲ୍ଲାରେ ସ୍ୱାସ୍ଥ୍ୟସେବା ପହଂଚ ବୃଦ୍ଧି କରିବାରେ ବେଦାନ୍ତର ସକ୍ରିୟ ଅଂଶଗ୍ରହଣକୁ ଆମେ ପସଂସା କରୁଛୁ।”

ସାଟେଲାଇଟ୍ ହସ୍ପିଟାଲର ନବୀକରଣ ଝାରସୁଗୁଡାରେ ବେଦାନ୍ତ ଆଲୁମିନିୟମ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରଭାବଶାଳୀ ସ୍ୱାସ୍ଥ୍ୟସେବା ପଦକ୍ଷେପର ଏକ ଅଂଶ। ପୂର୍ବରୁ, ବେଦାନ୍ତ ସହର ନିକଟବର୍ତୀ ଅଂଚଳରେ ଏକ ଉନ୍ନତ ଡାଇଗ୍ନୋଷ୍ଟିକ୍ ସେଂଟର ସ୍ଥାପନ କରିଛି, ଯେଉଁଠାରେ ବାସିନ୍ଦାମାନେ ସରକାର-ଅନୁମୋଦିତ ଦରରେ ଅତ୍ୟାଧୁନିକ ଡାକ୍ତରୀ ପରୀକ୍ଷା ଏବଂ ଉଚ୍ଚମାନର ଡାଇଗ୍ନୋଷ୍ଟିକ୍ ସୁବିଧା ପାଇପାରୁଛନ୍ତି। ଏହା ସହିତ, ବେଦାନ୍ତ ବିଶେଷଜ୍ଞ ଡାକ୍ତରୀ କର୍ମଚାରୀଙ୍କ ଦ୍ୱାରା ସମର୍ôଥତ ଏକ ସୁସଜ୍ଜିତ ମୋବାଇଲ୍ ହେଲ୍ଥ ୟୁନିଟ୍ ପରିଚାଳନା କରେ, ଯାହା ପ୍ରତିଦିନ ଝାରସୁଗୁଡାର ଦୂରଦୂରାନ୍ତ ଗ୍ରାମଗୁଡିକରେ ଯାତ୍ରା କରେ, ଅବହେଳିତ ସମ୍ପ୍ରଦାୟଗୁଡ଼ିକୁ ଆବଶ୍ୟକୀୟ ଡାକ୍ତରୀ ପରାମର୍ଶ, ଡାଇଗ୍ନୋଷ୍ଟିକ୍ ଏବଂ ମାଗଣା ଔଷଧ ମଧ୍ୟ ପ୍ରଦାନ କରିଥାଏ।

ଏହାର ସାମୁଦାୟିକ ସ୍ୱାସ୍ଥ୍ୟ ପ୍ରୟାସକୁ ଆହୁରି ମଜବୁତ କରି, ବେଦାନ୍ତ ଆଲୁମିନିୟମ ଭାରତ ସରକାରଙ୍କ ନିକ୍ଷୟ ମିତ୍ର ପଦକ୍ଷେପ ସହିତ ସହଭାଗୀ ହୋଇଛି ଯାହା ମାଧ୍ୟମରେ କମ୍ପାନୀ ଯକ୍ଷ୍ମା (ଟିବି) ରୋଗୀଙ୍କୁ ପୁଷ୍ଟିକର ସାମଗ୍ରୀ ବଂଟନ କରୁଛି, ସେମାନଙ୍କ ଆରୋଗ୍ୟକୁ ସମର୍ଥନ କରୁଛି ଏବଂ ଉତମ ସ୍ୱାସ୍ଥ୍ୟ ଫଳାଫଳକୁ ପ୍ରୋତ୍ସାହିତ କରୁଛି। ଏହି ନିରନ୍ତର ହସ୍ତକ୍ଷେପଗୁଡ଼ିକ ସାର୍ବଜନୀନ ସ୍ୱାସ୍ଥ୍ୟ ଭିତିଭୂମିକୁ ଉନ୍ନତ କରିବା ଏବଂ ସମସ୍ତଙ୍କ ପାଇଁ ସମାନ ସ୍ୱାସ୍ଥ୍ୟସେବା ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ବେଦାନ୍ତର ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ରେଖାଙ୍କିତ କରୁଛି।

ବେଦାନ୍ତ ଲିମିଟେଡର ଏକ ବ୍ୟବସାୟ, ବେଦାନ୍ତ ଆଲୁମିନିୟମ୍‌, ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ, ଯାହା ଆର୍ôଥକ ବର୍ଷ ୨୫ ମସିହାରେ ଭାରତର ଅଧାରୁ ଅଧିକ ଅର୍ଥାତ୍ ୨.୪୨ ନିୟୁତ ଟନ୍ ଆଲୁମିନିୟମ୍ ଉତ୍ପାଦନ କରିଛି। ଏହା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦରେ ଅଗ୍ରଣି ଭାବରେ ଉଭା ହୋଇଛି ଯାହାକି ମୁଖ୍ୟ ଶିଳ୍ପଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ ବ୍ୟବହାର କରିଥାଏ। ଆଲୁମିନିୟମ୍ ଶିଳ୍ପ ପାଇଁ ଏସଏଣ୍ଡପି ଗ୍ଲୋବାଲ୍ କର୍ପୋରେଟ୍ ସଷ୍ଟେନେବିଲିଟି ଆସେସମେଂଟ୍ ୨୦୨୪ ବିଶ୍ୱ ରାଙ୍କିଂରେ ବେଦାନ୍ତ ଆଲୁମିନିୟମ୍ ଦ୍ୱିତୀୟ ସ୍ଥାନରେ ଅଛି, ଯାହା ଏହାର ପ୍ରମୁଖ ସ୍ଥାୟୀ ବିକାଶ ଅଭ୍ୟାସର ପ୍ରତିଫଳନ। ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ୍ ସ୍ମେଲ୍ଟର, ଆଲୁମିନା ରିଫାଇନାରୀ ଏବଂ ପାୱାର ପ୍ଲାଂଟ ସହିତ, କମ୍ପାନୀ ଏକ ସବୁଜ ଆସନ୍ତାକାଲି ପାଇଁ ‘ଭବିଷ୍ୟତର ଧାତୁ’ ଭାବରେ ଆଲୁମିନିୟମ୍ର ଉଦୀୟମାନ ପ୍ରୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାର ଏହାର ଲକ୍ଷ୍ୟ ପୂରଣ କରୁଛି।

14 Jun 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର