ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଅନୁଭବଙ୍କ ନାଁରେ ଥାନାରେ ଏତଲା ଦେଲେ ପତ୍ନୀ ବର୍ଷା

The Sakala Picture
Published On

ଭୁବନେଶ୍ବର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା ଥମିବାରେ ନାଁ ନେଉ ନାହିଁ। ଗତକାଲି ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଥିବା ବେଳେ ଆଜି ତାଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଅଭିଯୋଗ ଆନୁଯାୟୀ, ବର୍ଷା ଅନୁଭବଙ୍କ ଭିଡିଓର ପ୍ରତିବାଦ କରିଛନ୍ତି। କୋର୍ଟରେ ମାମଲା ବିଚାରଧୀନ ଥିବାବେଳେ ଭିଡିଓ ଜାରି କରୁଛନ୍ତି। ଭିଡ଼ିଓ କରି ମୋ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଉଛନ୍ତି। ମୋର […]

ଭୁବନେଶ୍ବର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା ଥମିବାରେ ନାଁ ନେଉ ନାହିଁ। ଗତକାଲି ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଥିବା ବେଳେ ଆଜି ତାଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଅଭିଯୋଗ ଆନୁଯାୟୀ, ବର୍ଷା ଅନୁଭବଙ୍କ ଭିଡିଓର ପ୍ରତିବାଦ କରିଛନ୍ତି। କୋର୍ଟରେ ମାମଲା ବିଚାରଧୀନ ଥିବାବେଳେ ଭିଡିଓ ଜାରି କରୁଛନ୍ତି। ଭିଡ଼ିଓ କରି ମୋ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଉଛନ୍ତି। ମୋର ମାନହାନି ସହ ଚରିତ୍ରହାନି କରୁଛନ୍ତି ଅନୁଭବ। ଏପରି କରି ମୋତେ ମାନସିକ ଭାବେ ନିର୍ଯାତନା ଦେଇଛନ୍ତି। ମନଗଢ଼ା କାହାଣୀ କହି ମୋତେ ଆକ୍ଷେପ କରୁଛନ୍ତି। ମିଥ୍ୟା ଅଭିଯୋଗ କରି ମୋ ନାରୀତ୍ବକୁ ଅପମାନିତ କରୁଛନ୍ତି। ଶାରୀରିକ ସମ୍ପର୍କ ନେଇ ମିଛ କହି ମୋ ଚରିତ୍ର ସଂହାର କରୁଛନ୍ତି। ମୋତେ କଳଙ୍କିତ କରି ପ୍ରତିଶୋଧ ନେଉଛନ୍ତି ବୋଲି ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଦାୟର କରିଥିବା ଏତଲାରେ ଦର୍ଶାଇଛନ୍ତି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଖବର ଅନୁଯାୟୀ, ଗତକାଲି  ଅନୁଭବ ମହାନ୍ତି ସାମାଜିକ ଗଣମାଧ୍ୟମରେ ମୁହଁ ଖୋଲି କହିଥିଲେ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଝଡ଼ର କାହାଣୀ । କାହିଁକି ସେ ବିଛେଦ ଚାହୁଛନ୍ତି ତାହାର ଏକ ଭିଡିଓ ପୋଷ୍ଟ କରିିଥିଲେ ଅନୁଭବ। ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଏହି ଭିଡିଓରେ ଅନୁଭବ ମହାନ୍ତି ପାରିବାରିକ ବିବାଦ ଓ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଝଡ଼କୁ ନେଇ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରିଥିଲେ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର