ବିଜେଡିରେ ସାମିଲ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

The Sakala Picture
Published On

ଭୁବନେଶ୍ବର: ବିଜେଡିରେ ମିଶିଲେ ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର। ସସ୍ମିତ ପାତ୍ର କହିଥିଲେ , ଆଜି ଏକ ଖୁସିର ଦିନ। ବର୍ଷା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ତାରକା, ଲେଖିକା, ସମାଜସେବୀ, ନାରୀ ସଶକ୍ତିକରଣ କ୍ଷେତ୍ରରେ ବି ତାଙ୍କ ଯୋଗଦାନ ଉଲ୍ଲେଖନୀୟ। ନିମକି ଫିଲ୍ମରେ ବର୍ଷା ଯେପରି ନବୀନ ବାବୁ ଓ ବିଜୁ ବାବୁଙ୍କ […]

ଭୁବନେଶ୍ବର: ବିଜେଡିରେ ମିଶିଲେ ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ସସ୍ମିତ ପାତ୍ର କହିଥିଲେ , ଆଜି ଏକ ଖୁସିର ଦିନ। ବର୍ଷା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ତାରକା, ଲେଖିକା, ସମାଜସେବୀ, ନାରୀ ସଶକ୍ତିକରଣ କ୍ଷେତ୍ରରେ ବି ତାଙ୍କ ଯୋଗଦାନ ଉଲ୍ଲେଖନୀୟ। ନିମକି ଫିଲ୍ମରେ ବର୍ଷା ଯେପରି ନବୀନ ବାବୁ ଓ ବିଜୁ ବାବୁଙ୍କ ନେତୃତ୍ୱ ପାଇଁ ଏକ ପ୍ରେରଣା । ଋତୁଶ୍ରାବ ନେଇ ଝିଅ ମାନଙ୍କ ଜୀବନ ସୁଧାରିବା, ଭିନ୍ନକ୍ଷମଙ୍କ ସେବା, ମହାମାରୀ ସମୟରେ ମହିଳା ମାନଙ୍କ ଜୀବନ ଜୀବିକା ସୁଦୃଢ କରିଛନ୍ତି। ତେଣୁ ବିଜେଡି ଦଳୀୟ କାର୍ଯ୍ୟକ୍ରମ ଓ କାମ କରିଛନ୍ତି, ତାହା ଉଲ୍ଲେଖନୀୟ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ବର୍ଷା ପ୍ରିୟଦର୍ଶିନୀ କହିଥିଲେ, ମୁଁ ନବୀନ ପଟ୍ଟନାୟକଙ୍କ ଫ୍ୟାନ। ଯେବେ ବି ପ୍ରଚାର ପାଇଁ ଯାଇଛି କି ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ନିମକି ଫିଲ କରିଥିଲି ତାଙ୍କ ବ୍ୟକ୍ତିତ୍ୱ ମୋତେ ଅନୁପ୍ରାଣିତ କରିଛି। ସେ ବହୁତ ସରଳ। କମ କଥା, କାର୍ଯ୍ୟ ତାଙ୍କର କଥା କୁହେ। ସେ ଅପ୍ରତିଦ୍ବଦ୍ଵି, କାହା ବିରୋଧରେ କିଛି କୁହନ୍ତି ନାହିଁ। ସ୍ୱଚ୍ଛ ଓ ହୃଦୟବାନ ମଣିଷ ହେଉଛନ୍ତି ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର