ସମସ୍ତଙ୍କ ପାଖରେ ପହଞ୍ଚିବ ମାଣ୍ଡିଆରୁ ତିଆରି ଖାଦ୍ୟ; ମିଲେଟ୍‌‌ ଷ୍ଟଲରେ ଆକର୍ଷଣ ସାଜିଛି ମାଣ୍ଡିଆ କାଞ୍ଜି ଓ ଜୁସ୍‌‌

The Sakala Picture
Published On

ଭୁବନେଶ୍ୱର: ଘରେ ଘରେ ମିଲେଟ୍‌‌ ଫୁଡ୍‌‌ ତଥା ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମିଲେଟ୍‌‌ ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ପାଇଁ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଆଉ ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଏକାଠି ହୋଇ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ମହିଳାମାନେ ମିଶନ ଶକ୍ତି ମାଧ୍ୟମରେ ନିଜ ଉଦ୍ୟମରେ ଆରମ୍ଭ କରିଛନ୍ତି ମିଲେଟ୍‌‌ ଆଉଟ୍‌‌ଲେଟ୍‌‌ ବା ମିଲେଟ୍‌‌ ଷ୍ଟଲ। ଚନ୍ଦ୍ରଶେଖରପୁରର ନାରୀଭୂଜା […]

ଭୁବନେଶ୍ୱର: ଘରେ ଘରେ ମିଲେଟ୍‌‌ ଫୁଡ୍‌‌ ତଥା ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମିଲେଟ୍‌‌ ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ପାଇଁ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଆଉ ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଏକାଠି ହୋଇ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ମହିଳାମାନେ ମିଶନ ଶକ୍ତି ମାଧ୍ୟମରେ ନିଜ ଉଦ୍ୟମରେ ଆରମ୍ଭ କରିଛନ୍ତି ମିଲେଟ୍‌‌ ଆଉଟ୍‌‌ଲେଟ୍‌‌ ବା ମିଲେଟ୍‌‌ ଷ୍ଟଲ। ଚନ୍ଦ୍ରଶେଖରପୁରର ନାରୀଭୂଜା ସ୍ୱୟଂ ସହାୟକ ଗୋଷ୍ଠୀ, ଶ୍ରୀବିନାୟକ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମା’ ବିରଜା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ମିଲେଟ୍‌‌ ଷ୍ଟଲ ଆରମ୍ଭ କରିଛନ୍ତି। ସହରରେ ମିଲେଟ୍‌‌ ଫୁଡ୍‌‌ର ପ୍ରଚାରପ୍ରସାର ପାଇଁ ମା’ମାନେ ନେଇଛନ୍ତି ଏହି ପଦକ୍ଷେପ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଏବେ ରାଜଧାନୀର ବିଭିନ୍ନ ସ୍ଥାନରେ ମହିଳା ଉଦ୍ୟୋଗୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ମିଲେଟ୍‌‌ରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିକ୍ରିବଟା କରାଯାଉଛି। ଷ୍ଟଲ୍‌ରେ ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ ମିଲେଟ୍‌‌ଜାତୀୟ ଖାଦ୍ୟର ପସରା ଦେଖିବାକୁ ମିଳୁଛି। ମିଲେଟ୍‌‌ରୁ ପ୍ରସ୍ତୁତ କୁକିଜ୍‌‌, ସୁପର୍‌‌ ଫୁଡ୍‌‌ ଛତୁଆ ଗୁଣ୍ଡ, ମୁଡ଼କୀ ଆଦି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି। ଏହାସହିତ ୮ଟି ମିଲେଟ୍‌‌ ଜାତୀୟ ଶସ୍ୟର ମିଶ୍ରଣରେ ପ୍ରସ୍ତୁତ ଅଟା ବିକ୍ରି କରାଯାଉଛି। ଯଅ, ବାଜରା, ମକା, ମୁଗ, ମାଣ୍ଡିଆ, ଗହମ ଆଦିକୁ ମିଶାଇ ଏହି ସ୍ୱତନ୍ତ୍ର ଧରଣର ଅଟା ପ୍ରସ୍ତୁତ କରାଯାଉଛି। ଯାହା କି ମଧୁମେହ ଓ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ସହାୟକ ହେଉଛି। ଏହାସହିତ ମାଣ୍ଡିଆ ଲଡ଼ୁ ତିଆରି କରାଯାଇ ବିକ୍ରି କରାଯାଉଛି। ମା’ମାନେ ୟୁଟୁବ୍‌‌ରୁ ଶିଖି ଏସବୁ ପ୍ରସ୍ତୁତ କରୁଛନ୍ତି। ଏହାସହିତ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ମାଣ୍ଡିଆରୁ ପ୍ରସ୍ତୁତ ପଣା, ଲସି, ଚା’, ମାଣ୍ଡିଆ କାଞ୍ଜି ଓ ଜୁସ୍‌‌ ସବୁଠାରୁ ଅଧିକ ବିକ୍ରି ହେଉଛି। ମାଣ୍ଡିଆକୁ ସିଝାଇ ସେଥିରେ ବିଭିନ୍ନ ପ୍ରକାରର ଫଳକୁ ମିଶାଇ ସେମାନେ ଏହି ସ୍ୱତନ୍ତ୍ର ଜୁସ୍‌‌ ପ୍ରସ୍ତୁ୍‌‌ତ କରୁଛନ୍ତି। ଯାହାର ଦାମ୍‌‌ ରହିଛି ୨୦ଟଙ୍କା। ମିଲେଟ୍‌‌ ମିକ୍ସ, ମିଲେଟ୍‌‌ କ୍ରାକର୍‌‌, ନମକିନ୍‌‌, ରୋଜ୍‌‌ କେକ୍‌‌ ଆଦି ମଧ୍ୟ ଏହି ଷ୍ଟଲ୍‌‌ରେ ବିକ୍ରି କରାଯାଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ମିଲେଟ୍‌‌ ଫୁଡ୍‌‌ ଓ ସାମଗ୍ରୀ ପସରା ମେଲିଥିବାବେଳେ ମା’ମାନଙ୍କ ଏହି ଷ୍ଟଲ୍‌‌ରେ ପ୍ରତ୍ୟେକଦିନ ଲୋକଙ୍କ ଭିଡ଼ ଜମୁଛି। ହାତ ତିଆରି ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ମିଶନ ଶକ୍ତି ବ୍ରାଣ୍ଡିଂର ପ୍ୟାକେଜିଂ କରି ବିକ୍ରି କରୁଛନ୍ତି। ଏ ସମ୍ପର୍କରେ ନାରୀଭୂଜା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ବବିତା ସ୍ୱାଇଁ କହିଛନ୍ତି, ସହରାଞ୍ଚଳରେ ଲୋକଙ୍କ ପାଖରେ ମିଲେଟ୍‌‌ ଫୁଡ୍‌‌ ପହଞ୍ଚାଇବା ପାଇଁ ଏହି ପ୍ରୟାସ କରାଯାଉଛି। ମିଶନ୍‌‌ ଶକ୍ତି ଓ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ ମାଧ୍ୟମରେ ଏହାର ବ୍ରାଣ୍ଡିଂ କରାଯାଇ ବିକ୍ରି କରାଯାଉଛି। ଏଥିପାଇଁ ଆମେ କିଛି ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ୟୁଟୁବ୍‌‌ରୁ ଶିଖି ତିଆରି କରୁଛୁ। ସମସ୍ତଙ୍କ ପାଖରେ ମାଣ୍ଡିଆ ଖାଦ୍ୟ ସାମଗ୍ରୀ ତଥା ମାଣ୍ଡିଆ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଇଛି। ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ମାଣ୍ଡିଆଜୁସ୍‌‌ ଓ ସୁପର୍‌‌ ଫୁଡ୍‌‌ ଛତୁଆକୁ ନେଇ ଦିଲ୍ଲୀରେ ପ୍ରଦର୍ଶନୀ ମଧ୍ୟ କରାଯିବ। ଗତ ୧ମାସରୁ ଊର୍ଦ୍ଧ୍ବ ହେବ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ୩୦ହଜାର ଟଙ୍କା ବ୍ୟୟ କରି ଏହି ଷ୍ଟଲ ଆରମ୍ଭ କରିଛନ୍ତି। ଏହାଦ୍ୱାରା ଦିନକୁ ୧ହଜାର ଟଙ୍କା ଲେଖାଏଁ ରୋଜଗାର ହେଉଥିବା ବବିତା କହିଛନ୍ତି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର