ରାଜ୍ୟରେ ଜୋରଦାର ଚାଲିଛି ଟିକାକରଣ: ୨ ମହାନଗର ନିଗମ, ୫ ବ୍ଲକ ଓ ୩ ହଜାର ୫୪୦ଟି ଗାଁରେ ଶତ ପ୍ରତିଶତ ଲୋକ ନେଇଛନ୍ତି ପ୍ରଥମ ଡୋଜ୍ ଟିକା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ କରୋନା ହରାଇବା ପାଇଁ ଟିକାକରଣ ଜୋରଦାର ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟିକା ନେଇଛନ୍ତି । ପ୍ରଥମ ଡୋଜ୍ ଟିକା ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ ନେଇଠନ୍ତି । ପ୍ରାୟ ୭୮ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇଛନ୍ତି । ଉଭୟ ଡୋଜ୍ ନେଇଛନ୍ତି ୯୯ ଲକ୍ଷ ୨୨ ହଜାର ୮୪୫ ଜଣ । ପ୍ରାୟ […]

ଭୁବନେଶ୍ୱର: ରାଜ୍ୟରେ କରୋନା ହରାଇବା ପାଇଁ ଟିକାକରଣ ଜୋରଦାର ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟିକା ନେଇଛନ୍ତି । ପ୍ରଥମ ଡୋଜ୍ ଟିକା ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ ନେଇଠନ୍ତି । ପ୍ରାୟ ୭୮ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇଛନ୍ତି । ଉଭୟ ଡୋଜ୍ ନେଇଛନ୍ତି ୯୯ ଲକ୍ଷ ୨୨ ହଜାର ୮୪୫ ଜଣ । ପ୍ରାୟ ୩୨ ପ୍ରତିଶତ ଉଭୟ ଡୋଜ୍ ଟିକା ନେଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

ବର୍ତ୍ତମାନ ରାଜ୍ୟରେ ୨୫ ଲକ୍ଷ ୬୨ ହଜାର ୯୧୦ ଡୋଜ ଟିକା ଉପଲବ୍ଧ ଅଛି । ଦ୍ୱିତୀୟ ଡୋଜ୍ ନେବାକୁ ୨୪ ଲକ୍ଷ ଲୋକ ବାକି ଅଛନ୍ତି । ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ବ୍ରହ୍ମପୁର ଓ ଭୁବନେଶ୍ୱର ମୁନିସିପାଲିଟି ସହ ରିଆମାଲ, ଟିକାବାଲି, ରାଇକିଆ, ଜି.ଉଦୟଗିରି, ବେଳଗୁଣ୍ଠା ବ୍ଲକରେ ପ୍ରଥମ ଡୋଜ ଟିକାକରଣ ଶତ ପ୍ରତିଶତ ସରିଛି । ରାଜ୍ୟର ୩ ହଜାର ୫୪୦ଟି ଗାଁରେ ମଧ୍ୟ ଶତପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ ହୋଇଛି।

ଆହୁରି ପଢ଼ନ୍ତୁ: ପିଇବାକୁ ମିଳୁନି ଟୋପାଏ ପାଣି; ରାସ୍ତାରେ ଗରା, ବାଲ୍ଟି ରଖି ମହିଳାଙ୍କ ପ୍ରତିବାଦ, ଘଟଣା ସ୍ଥଳରେ ଉତ୍ତେଜନା

ଯେଉଁମାନେ ଦ୍ୱିତୀୟ ଡୋଜ୍ ଟିକା ନେଇ ନାହାଁନ୍ତି । ବାରମ୍ବାର ମେସେଜ ଯାଉଛି, ଫୋନ୍ କରାଯାଉଛି । ଆଶା ଓ ଅଙ୍ଗନୱାଡ଼ି କର୍ମଚାରୀ ସଚେତନତା କରୁଛନ୍ତି । ଯେଉଁ ମାନେ ଟିକାକରଣ କେନ୍ଦ୍ରକୁ ଆସିବାକୁ ସମ୍ପୂର୍ଣ୍ଣ ଅସମର୍ଥ ସେମାନଙ୍କୁ ଘରେ ଟିକା ଦିଆଯାଉଛି । ଆରଏମଆରସି ଷ୍ଟଡି ଅନୁସାରେ ଲୋକଙ୍କ ଦେହରେ ଭଲ ଆଣ୍ଟିବଡ଼ି ରହିଛି । ଦ୍ୱିତୀୟ ଡୋଜ ଟିକା ନେବା ପରେ ଲୋକଙ୍କୁ ସୁରକ୍ଷା ମିଳୁଛି । ୧୪ ଦିନ ପରେ ଅଧିକ ସୁରକ୍ଷା ଦେଉଛି ଟିକା ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏଏସଆଇ: ମାମଲା ରଫାଦଫା ପାଇଁ ନେଉଥିଲେ ୮ ହଜାର ଟଙ୍କା ଲାଞ୍ଚ

18 Oct 2021 By The Sakala

ରାଜ୍ୟରେ ଜୋରଦାର ଚାଲିଛି ଟିକାକରଣ: ୨ ମହାନଗର ନିଗମ, ୫ ବ୍ଲକ ଓ ୩ ହଜାର ୫୪୦ଟି ଗାଁରେ ଶତ ପ୍ରତିଶତ ଲୋକ ନେଇଛନ୍ତି ପ୍ରଥମ ଡୋଜ୍ ଟିକା

ଭୁବନେଶ୍ୱର: ରାଜ୍ୟରେ କରୋନା ହରାଇବା ପାଇଁ ଟିକାକରଣ ଜୋରଦାର ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟିକା ନେଇଛନ୍ତି । ପ୍ରଥମ ଡୋଜ୍ ଟିକା ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ ନେଇଠନ୍ତି । ପ୍ରାୟ ୭୮ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇଛନ୍ତି । ଉଭୟ ଡୋଜ୍ ନେଇଛନ୍ତି ୯୯ ଲକ୍ଷ ୨୨ ହଜାର ୮୪୫ ଜଣ । ପ୍ରାୟ ୩୨ ପ୍ରତିଶତ ଉଭୟ ଡୋଜ୍ ଟିକା ନେଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ବର୍ତ୍ତମାନ ରାଜ୍ୟରେ ୨୫ ଲକ୍ଷ ୬୨ ହଜାର ୯୧୦ ଡୋଜ ଟିକା ଉପଲବ୍ଧ ଅଛି । ଦ୍ୱିତୀୟ ଡୋଜ୍ ନେବାକୁ ୨୪ ଲକ୍ଷ ଲୋକ ବାକି ଅଛନ୍ତି । ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ବ୍ରହ୍ମପୁର ଓ ଭୁବନେଶ୍ୱର ମୁନିସିପାଲିଟି ସହ ରିଆମାଲ, ଟିକାବାଲି, ରାଇକିଆ, ଜି.ଉଦୟଗିରି, ବେଳଗୁଣ୍ଠା ବ୍ଲକରେ ପ୍ରଥମ ଡୋଜ ଟିକାକରଣ ଶତ ପ୍ରତିଶତ ସରିଛି । ରାଜ୍ୟର ୩ ହଜାର ୫୪୦ଟି ଗାଁରେ ମଧ୍ୟ ଶତପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ ହୋଇଛି।

ଯେଉଁମାନେ ଦ୍ୱିତୀୟ ଡୋଜ୍ ଟିକା ନେଇ ନାହାଁନ୍ତି । ବାରମ୍ବାର ମେସେଜ ଯାଉଛି, ଫୋନ୍ କରାଯାଉଛି । ଆଶା ଓ ଅଙ୍ଗନୱାଡ଼ି କର୍ମଚାରୀ ସଚେତନତା କରୁଛନ୍ତି । ଯେଉଁ ମାନେ ଟିକାକରଣ କେନ୍ଦ୍ରକୁ ଆସିବାକୁ ସମ୍ପୂର୍ଣ୍ଣ ଅସମର୍ଥ ସେମାନଙ୍କୁ ଘରେ ଟିକା ଦିଆଯାଉଛି । ଆରଏମଆରସି ଷ୍ଟଡି ଅନୁସାରେ ଲୋକଙ୍କ ଦେହରେ ଭଲ ଆଣ୍ଟିବଡ଼ି ରହିଛି । ଦ୍ୱିତୀୟ ଡୋଜ ଟିକା ନେବା ପରେ ଲୋକଙ୍କୁ ସୁରକ୍ଷା ମିଳୁଛି । ୧୪ ଦିନ ପରେ ଅଧିକ ସୁରକ୍ଷା ଦେଉଛି ଟିକା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର