ସାଉଦି ଆରବର ରିୟାଧରେ ଉତ୍କଳ ଦିବସ ମହାସମାରୋହରେ ପାଳିତ

The Sakala Picture
Published On

ଭୁବନେଶ୍ବର: ସୁଦୂର ମଧ୍ୟ ପ୍ରାଚ୍ୟର ବୃହତ୍ତମ ଦେଶ ସାଉଦି ଆରବର ରାଜଧାନୀ ରିୟାଧରେ ଏପ୍ରିଲ ୨୬ରେ ଦେଶରେ ଅବସ୍ଥିତ ପ୍ରଥମ ଓଡ଼ିଆ ସଂଗଠନ ରୋଜା ( ରିୟାଧ ସାମାଜିକ ତଥା ସାଂସ୍କୃତିକ ସଂଗଠନ) ତରଫରୁ ୮୯ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଥିଲା । ଏହି ଊତ୍ସବରେ ଭାରତୀୟ ଦୂତାବାସର ବରିଷ୍ଠ କୂଟନୀତିଜ୍ଞ ଶ୍ରୀ ଅଶୋକ ସାହୁ ବିଶେଷ ଅତିଥି ଭାବେ ଯୋଗଦାନ କରି ଏହି ଉତ୍ସବ ର ମହତ୍ୱ ବିଷୟରେ ଆଲୋକପାତ କରାଇଥିଲେ। ରୋଜା ସଂଗଠନର […]

ଭୁବନେଶ୍ବର: ସୁଦୂର ମଧ୍ୟ ପ୍ରାଚ୍ୟର ବୃହତ୍ତମ ଦେଶ ସାଉଦି ଆରବର ରାଜଧାନୀ ରିୟାଧରେ ଏପ୍ରିଲ ୨୬ରେ ଦେଶରେ ଅବସ୍ଥିତ ପ୍ରଥମ ଓଡ଼ିଆ ସଂଗଠନ ରୋଜା ( ରିୟାଧ ସାମାଜିକ ତଥା ସାଂସ୍କୃତିକ ସଂଗଠନ) ତରଫରୁ ୮୯ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଥିଲା । ଏହି ଊତ୍ସବରେ ଭାରତୀୟ ଦୂତାବାସର ବରିଷ୍ଠ କୂଟନୀତିଜ୍ଞ ଶ୍ରୀ ଅଶୋକ ସାହୁ ବିଶେଷ ଅତିଥି ଭାବେ ଯୋଗଦାନ କରି ଏହି ଉତ୍ସବ ର ମହତ୍ୱ ବିଷୟରେ ଆଲୋକପାତ କରାଇଥିଲେ। ରୋଜା ସଂଗଠନର ପ୍ରଥମ ସଭାପତି ତଥା ବର୍ତମାନର ପରାମର୍ଶଦାତା ଡ଼କ୍ଟର ଫଂଜ଼ଲ ହକ ୧୫୦ ରୁ ଅଧିକ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀଙ୍କୁ ମାତୃଭୂମି ଓଡ଼ିଶାର ସଂସ୍କୃତି , ଏତିହ୍ୟ , ପରମ୍ପରା ଓ ସହନଶୀଳତା ସମ୍ପର୍କରେ ଅତୀତର ଘଟଣାବଳୀ ର ବିଶେଷ ବର୍ଣନା କରିଥିଲେ।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ରୋଜା ସଂଗଠନର ବର୍ତମାନର ଅଧ୍ୟକ୍ଷ  ଆଜିମୁଦୀନ ଖାଁନ ଉପସ୍ଥିତ ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ଉତ୍କଳ ଦିବସ ପାଳନ ଉପଲକ୍ଷରେ ବିଶେଷ ଧନ୍ୟବାଦ ଦେଇଥିଲେ। ରୋଜା ସଂଗଠନର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଦେବାଶିଷ ରାଉତ ବିଦେଶ ଭୂମିରେ କିପରି ରୋଜର ବିଶେଷ ଅଭିବୃଦ୍ଧି ହେଉ ତାହାଉପରେ ଆଲୋଚନା କରିଥିଲେ ତଥା ବିଶେଷ ଭାବେ ସୁଦୂର ଓଡିଶାରୁ ଆସୁଥିବା ପ୍ରବାସୀ ଭାଇ ଓ ଭଉଁଣି ମାନେ କିପରି ରୋଜା ସଙ୍ଗଠନରେ ଯୋଗଦାନ କରି ଦେଶ ତଥା ପ୍ରଦେଶ ପାଇଁ ଏହି ବିଦେଶ ଭୂମିରେ କଳା ଓ ସଂସ୍କୃତି ଅଭିବୃଦ୍ଧି ପାଇଁ ଯଥା ସମ୍ଭବ ଅବଦାନ ଦେଇପାରିବା ଉପରେ ଗୁରୁତ୍ୱ ଦେଇଥିଲେ। ରୋଜା ସଂଗଠନର ପ୍ରଥମ ମହିଳା ସଦସ୍ୟ ଶ୍ରୀମତୀ ଦୀପିକା ସୁବୁଧି ଚଳିତ ବର୍ଷ ବାର୍ଷିକ ସାଂସ୍କୃତିକ ଉତ୍ସବରେ ସମସ୍ତଙ୍କର ବିଶେଷ ଅନୁଦାନ ପାଇଁ ଅନୁରୋଧ କରିଥିଲେ। ଉତ୍ସବରେ ମାତୃଭୂମି ଓଡ଼ିଶାର ଅତୀତ ତଥା ବର୍ତମାନ ର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଉପରେ ବିଶେଷ କୁଇଜ଼ ସମସ୍ତଙ୍କୁ ଆନନ୍ଦ ତଥା ଜ୍ଞାନର ଅଭିବୃଦ୍ଧି କରାଇଥିଲା । ରୋଜା ସଂଗଠନର ଯୁବ ସଦସ୍ୟ ଶ୍ରୀ ସିଦ୍ଧାର୍ଥ ତ୍ରିପାଠୀଙ୍କ ଉତ୍ସବ ର ସଫଳତା ପାଇଁ ଉପସ୍ଥିତ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀ ବିଶେଷ ପ୍ରଶଂସା କରିଥିଲେ । ରୋଜା ସଂଗଠନର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସରୋଜ ପାଣିଗ୍ରାହୀ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ନୂତନ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀକୁ ବିଶେଷ ଅଭିନନ୍ଦନ କରିଥିଲେ। ସର୍ବଶେଷରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ରୋଜା ସଂଗଠନ ତରଫରୁ ରକ୍ତଦାନ ଶିବିରର ଦିନ ଘୋଷଣା କରାଯାଇଥିଲା ତଥା ପୂର୍ବ ବର୍ଷ ପରି ବିଶେଷ ସଫଳତା ପାଇଁ ସମସ୍ତଙ୍କୁ ରକ୍ତଦାନ ପାଇଁ ବିଶେଷ ଅନୁରୋଧ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

30 Apr 2024 By The Sakala

ସାଉଦି ଆରବର ରିୟାଧରେ ଉତ୍କଳ ଦିବସ ମହାସମାରୋହରେ ପାଳିତ

ଭୁବନେଶ୍ବର: ସୁଦୂର ମଧ୍ୟ ପ୍ରାଚ୍ୟର ବୃହତ୍ତମ ଦେଶ ସାଉଦି ଆରବର ରାଜଧାନୀ ରିୟାଧରେ ଏପ୍ରିଲ ୨୬ରେ ଦେଶରେ ଅବସ୍ଥିତ ପ୍ରଥମ ଓଡ଼ିଆ ସଂଗଠନ ରୋଜା ( ରିୟାଧ ସାମାଜିକ ତଥା ସାଂସ୍କୃତିକ ସଂଗଠନ) ତରଫରୁ ୮୯ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଥିଲା । ଏହି ଊତ୍ସବରେ ଭାରତୀୟ ଦୂତାବାସର ବରିଷ୍ଠ କୂଟନୀତିଜ୍ଞ ଶ୍ରୀ ଅଶୋକ ସାହୁ ବିଶେଷ ଅତିଥି ଭାବେ ଯୋଗଦାନ କରି ଏହି ଉତ୍ସବ ର ମହତ୍ୱ ବିଷୟରେ ଆଲୋକପାତ କରାଇଥିଲେ। ରୋଜା ସଂଗଠନର ପ୍ରଥମ ସଭାପତି ତଥା ବର୍ତମାନର ପରାମର୍ଶଦାତା ଡ଼କ୍ଟର ଫଂଜ଼ଲ ହକ ୧୫୦ ରୁ ଅଧିକ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀଙ୍କୁ ମାତୃଭୂମି ଓଡ଼ିଶାର ସଂସ୍କୃତି , ଏତିହ୍ୟ , ପରମ୍ପରା ଓ ସହନଶୀଳତା ସମ୍ପର୍କରେ ଅତୀତର ଘଟଣାବଳୀ ର ବିଶେଷ ବର୍ଣନା କରିଥିଲେ।

ରୋଜା ସଂଗଠନର ବର୍ତମାନର ଅଧ୍ୟକ୍ଷ  ଆଜିମୁଦୀନ ଖାଁନ ଉପସ୍ଥିତ ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ଉତ୍କଳ ଦିବସ ପାଳନ ଉପଲକ୍ଷରେ ବିଶେଷ ଧନ୍ୟବାଦ ଦେଇଥିଲେ। ରୋଜା ସଂଗଠନର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଦେବାଶିଷ ରାଉତ ବିଦେଶ ଭୂମିରେ କିପରି ରୋଜର ବିଶେଷ ଅଭିବୃଦ୍ଧି ହେଉ ତାହାଉପରେ ଆଲୋଚନା କରିଥିଲେ ତଥା ବିଶେଷ ଭାବେ ସୁଦୂର ଓଡିଶାରୁ ଆସୁଥିବା ପ୍ରବାସୀ ଭାଇ ଓ ଭଉଁଣି ମାନେ କିପରି ରୋଜା ସଙ୍ଗଠନରେ ଯୋଗଦାନ କରି ଦେଶ ତଥା ପ୍ରଦେଶ ପାଇଁ ଏହି ବିଦେଶ ଭୂମିରେ କଳା ଓ ସଂସ୍କୃତି ଅଭିବୃଦ୍ଧି ପାଇଁ ଯଥା ସମ୍ଭବ ଅବଦାନ ଦେଇପାରିବା ଉପରେ ଗୁରୁତ୍ୱ ଦେଇଥିଲେ। ରୋଜା ସଂଗଠନର ପ୍ରଥମ ମହିଳା ସଦସ୍ୟ ଶ୍ରୀମତୀ ଦୀପିକା ସୁବୁଧି ଚଳିତ ବର୍ଷ ବାର୍ଷିକ ସାଂସ୍କୃତିକ ଉତ୍ସବରେ ସମସ୍ତଙ୍କର ବିଶେଷ ଅନୁଦାନ ପାଇଁ ଅନୁରୋଧ କରିଥିଲେ। ଉତ୍ସବରେ ମାତୃଭୂମି ଓଡ଼ିଶାର ଅତୀତ ତଥା ବର୍ତମାନ ର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଉପରେ ବିଶେଷ କୁଇଜ଼ ସମସ୍ତଙ୍କୁ ଆନନ୍ଦ ତଥା ଜ୍ଞାନର ଅଭିବୃଦ୍ଧି କରାଇଥିଲା । ରୋଜା ସଂଗଠନର ଯୁବ ସଦସ୍ୟ ଶ୍ରୀ ସିଦ୍ଧାର୍ଥ ତ୍ରିପାଠୀଙ୍କ ଉତ୍ସବ ର ସଫଳତା ପାଇଁ ଉପସ୍ଥିତ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀ ବିଶେଷ ପ୍ରଶଂସା କରିଥିଲେ । ରୋଜା ସଂଗଠନର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସରୋଜ ପାଣିଗ୍ରାହୀ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ନୂତନ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀକୁ ବିଶେଷ ଅଭିନନ୍ଦନ କରିଥିଲେ। ସର୍ବଶେଷରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ରୋଜା ସଂଗଠନ ତରଫରୁ ରକ୍ତଦାନ ଶିବିରର ଦିନ ଘୋଷଣା କରାଯାଇଥିଲା ତଥା ପୂର୍ବ ବର୍ଷ ପରି ବିଶେଷ ସଫଳତା ପାଇଁ ସମସ୍ତଙ୍କୁ ରକ୍ତଦାନ ପାଇଁ ବିଶେଷ ଅନୁରୋଧ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର