ନିଶା ନିବାରଣ କେନ୍ଦ୍ରରେ ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ଅକଥନୀୟ ଅତ୍ୟାଚାର : ପାଦ ଚଟାଇଲେ, ନିର୍ଘାତ ପିଟିଲେ

The Sakala Picture
Published On

ବାରିପଦା : ବାରିପଦା ସହରସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରର ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ଅକଥନୀୟ ନିର୍ଯ୍ୟାତନାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ମ୍ୟୁଜିକର ତାଳେତାଳେ ନାଚିନାଚି ମାଡ ମାରି ଭୟଭୀତ କରାଇବା ସହିତ ପାଦ ଚଟାଇଲେ ନିଶା ନିବାରଣ କେନ୍ଦ୍ରର ମାଲିକ ଓ କର୍ମଚାରୀ। ପାଦ ନଚାଟିଲେ ପ୍ଲାଷ୍ଟିକ୍ ପାଇପରେ ନିସ୍ତୁକ ମାଡ । ଜବରଦସ୍ତ ପାଦ ଚଟାଇବା ସହ ମାଲିକ ମାଡମାରୁଛନ୍ତି । ବାରିପଦାର ଜଣାଶୁଣା  ନିଶା ନିବାରଣ କେନ୍ଦ୍ରରେ ଘଟିଛି […]

ବାରିପଦା : ବାରିପଦା ସହରସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରର ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ଅକଥନୀୟ ନିର୍ଯ୍ୟାତନାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ମ୍ୟୁଜିକର ତାଳେତାଳେ ନାଚିନାଚି ମାଡ ମାରି ଭୟଭୀତ କରାଇବା ସହିତ ପାଦ ଚଟାଇଲେ ନିଶା ନିବାରଣ କେନ୍ଦ୍ରର ମାଲିକ ଓ କର୍ମଚାରୀ। ପାଦ ନଚାଟିଲେ ପ୍ଲାଷ୍ଟିକ୍ ପାଇପରେ ନିସ୍ତୁକ ମାଡ । ଜବରଦସ୍ତ ପାଦ ଚଟାଇବା ସହ ମାଲିକ ମାଡମାରୁଛନ୍ତି । ବାରିପଦାର ଜଣାଶୁଣା  ନିଶା ନିବାରଣ କେନ୍ଦ୍ରରେ ଘଟିଛି ଏଭଳି ଘଟଣା।

ଆହୁରି ପଢ଼ନ୍ତୁ: ରାୟଗଡ଼ା ଭିଡ଼ ହିଂସା ଓ ବର୍ବରତା: ଏନ୍‌ଜିଓ କର୍ମୀଙ୍କୁ ମାଡ଼ ଘଟଣାରେ ଆଉ ୪ଜଣଙ୍କୁ ବାନ୍ଧିଲା ପୋଲିସ, ଗିରଫ ସଂଖ୍ୟା ୨୦କୁ ବୃଦ୍ଧି

କିଛି ମାସ ପୂର୍ବରୁ ଏହି ନିଶା ନିବାରଣ କେନ୍ଦ୍ରର ମାଲିକ ଓ ତାଙ୍କ କିଛି ସହଯୋଗୀ ବାଙ୍ଗିରିପୋଷି ଅଞ୍ଚଳରେ ନିଜେ ନିଶାସେବନ କରି ପୁଲିସ ହାତରେ ଧରା ପଡିଥିଲେ। ତେବେ ଭିଡିଓଟି ବର୍ଷକ ତଳର । ଯାହାକୁ ଚପାଇ ଦିଆଯାଇଥିଲା । ଏନେଇ ଥାନାରେ ଅଭିଯୋଗ ନଥିବାରୁ କୌଣସି ମାମଲା ରୁଜୁ ହୋଇନାହିଁ । ଅତୀତରେ ଉକ୍ତ କେନ୍ଦ୍ରର ମାଲିକଙ୍କ ନାମରେ ଏକାଧିକ ଅଭିଯୋଗ ଥିବା ବେଳେ ସେ ଜଣେ ବିବାଦୀୟ ବ୍ୟକ୍ତି ।

ଆହୁରି ପଢ଼ନ୍ତୁ: ପୁରୀରେ ହୋଟେଲ୍‌ ମାଲିକକୁ ହତ୍ୟା ଘଟଣା: ଅଭିଯୁକ୍ତ ଚନ୍ଦନ ପଲାରକୁ ପୋଲିସ ଏନ୍‌କାଉଣ୍ଟର

ଅନ୍ୟପଟେ ଭିଡିଓଟି ଭାଇରାଲ ହେବା ପରେ ନିଶା ନିବାରଣ କେନ୍ଦ୍ରରେ ନିର୍ଯାତନା ଘଟଣାରେ ବାରିପଦା ଟାଉନ ପୁଲିସର ତଦନ୍ତ ଆରମ୍ଭ ହୋଇଛି। ବାରିପଦା ଟାଉନ ଥାନଧିକାରୀ ବିରେନ୍ଦ୍ର କୁମାର ସେନାପତିଙ୍କ ନେତୃତ୍ବରେ ନିଶା ନିବାରଣ କେନ୍ଦ୍ରରେ ପୁଲିସ ପହଞ୍ଚି ନିଶା ନିବାରଣ କେନ୍ଦ୍ରର ମାଲିକଙ୍କ ସହ ଅନ୍ତେବାସୀଙ୍କୁ ପଚରା ଉଚରା କରିଛି । ଅଧିକ ତଦନ୍ତ ପାଇଁ ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀ ପତୀଙ୍କୁ ଉଠାଇ ନେଇଛି ଟାଉନ ଥାନା ପୁଲିସ।

ଆହୁରି ପଢ଼ନ୍ତୁ: ବ୍ୟବସ୍ଥାର ଚକ୍ରବ୍ୟୁହରେ ଚାପି ହୋଇ ବରଗଡର ଯୁବଚାଷୀ ଇଚ୍ଛାମୃତ୍ୟୁ ମାଗିବା ଓଡିଶା ପାଇଁ ନିନ୍ଦନୀୟ: ବିଜେଡି

10 Aug 2022 By The Sakala

ନିଶା ନିବାରଣ କେନ୍ଦ୍ରରେ ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ଅକଥନୀୟ ଅତ୍ୟାଚାର : ପାଦ ଚଟାଇଲେ, ନିର୍ଘାତ ପିଟିଲେ

ବାରିପଦା : ବାରିପଦା ସହରସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରର ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ଅକଥନୀୟ ନିର୍ଯ୍ୟାତନାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ମ୍ୟୁଜିକର ତାଳେତାଳେ ନାଚିନାଚି ମାଡ ମାରି ଭୟଭୀତ କରାଇବା ସହିତ ପାଦ ଚଟାଇଲେ ନିଶା ନିବାରଣ କେନ୍ଦ୍ରର ମାଲିକ ଓ କର୍ମଚାରୀ। ପାଦ ନଚାଟିଲେ ପ୍ଲାଷ୍ଟିକ୍ ପାଇପରେ ନିସ୍ତୁକ ମାଡ । ଜବରଦସ୍ତ ପାଦ ଚଟାଇବା ସହ ମାଲିକ ମାଡମାରୁଛନ୍ତି । ବାରିପଦାର ଜଣାଶୁଣା  ନିଶା ନିବାରଣ କେନ୍ଦ୍ରରେ ଘଟିଛି ଏଭଳି ଘଟଣା।

କିଛି ମାସ ପୂର୍ବରୁ ଏହି ନିଶା ନିବାରଣ କେନ୍ଦ୍ରର ମାଲିକ ଓ ତାଙ୍କ କିଛି ସହଯୋଗୀ ବାଙ୍ଗିରିପୋଷି ଅଞ୍ଚଳରେ ନିଜେ ନିଶାସେବନ କରି ପୁଲିସ ହାତରେ ଧରା ପଡିଥିଲେ। ତେବେ ଭିଡିଓଟି ବର୍ଷକ ତଳର । ଯାହାକୁ ଚପାଇ ଦିଆଯାଇଥିଲା । ଏନେଇ ଥାନାରେ ଅଭିଯୋଗ ନଥିବାରୁ କୌଣସି ମାମଲା ରୁଜୁ ହୋଇନାହିଁ । ଅତୀତରେ ଉକ୍ତ କେନ୍ଦ୍ରର ମାଲିକଙ୍କ ନାମରେ ଏକାଧିକ ଅଭିଯୋଗ ଥିବା ବେଳେ ସେ ଜଣେ ବିବାଦୀୟ ବ୍ୟକ୍ତି ।

ଅନ୍ୟପଟେ ଭିଡିଓଟି ଭାଇରାଲ ହେବା ପରେ ନିଶା ନିବାରଣ କେନ୍ଦ୍ରରେ ନିର୍ଯାତନା ଘଟଣାରେ ବାରିପଦା ଟାଉନ ପୁଲିସର ତଦନ୍ତ ଆରମ୍ଭ ହୋଇଛି। ବାରିପଦା ଟାଉନ ଥାନଧିକାରୀ ବିରେନ୍ଦ୍ର କୁମାର ସେନାପତିଙ୍କ ନେତୃତ୍ବରେ ନିଶା ନିବାରଣ କେନ୍ଦ୍ରରେ ପୁଲିସ ପହଞ୍ଚି ନିଶା ନିବାରଣ କେନ୍ଦ୍ରର ମାଲିକଙ୍କ ସହ ଅନ୍ତେବାସୀଙ୍କୁ ପଚରା ଉଚରା କରିଛି । ଅଧିକ ତଦନ୍ତ ପାଇଁ ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀ ପତୀଙ୍କୁ ଉଠାଇ ନେଇଛି ଟାଉନ ଥାନା ପୁଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର