ଆଞ୍ଚଳିକ ସମ୍ମିଳନୀରେ ‘ମୋ ସରକାର’କୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

The Sakala Picture
Published On

ଭୁବନେଶ୍ୱର: ଲୋକସେବା ଭବନରେ ଆୟୋଜିତ ସୁଶାସନ ଅନୁକରଣ ସଂପର୍କିତ ଆଞ୍ଚଳିକ ସମ୍ମିଳନୀର ଉଦଯାପନୀ ଦିବସରେ କେନ୍ଦ୍ର ପ୍ରଶାସନିକ ସଂସ୍କାର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ‘ମୋ ସରକାର’ କୁ ପ୍ରଶଂସା କରିଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ କେନ୍ଦ୍ରମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହିତ ଆଗକୁ ଓଡିଶାର ସହଭାଗିତାରେ ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି । ମୋ ସରକାର ଭଳି ଡିଜିଟାଲ ଇନିସିଏଟିଭକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି । […]

ଭୁବନେଶ୍ୱର: ଲୋକସେବା ଭବନରେ ଆୟୋଜିତ ସୁଶାସନ ଅନୁକରଣ ସଂପର୍କିତ ଆଞ୍ଚଳିକ ସମ୍ମିଳନୀର ଉଦଯାପନୀ ଦିବସରେ କେନ୍ଦ୍ର ପ୍ରଶାସନିକ ସଂସ୍କାର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ‘ମୋ ସରକାର’ କୁ ପ୍ରଶଂସା କରିଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ କେନ୍ଦ୍ରମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହିତ ଆଗକୁ ଓଡିଶାର ସହଭାଗିତାରେ ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି । ମୋ ସରକାର ଭଳି ଡିଜିଟାଲ ଇନିସିଏଟିଭକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଦୁଇ ଦିନିଆ ଆଞ୍ଚଳିକ ସମ୍ମିଳନୀର ଶୀର୍ଷକ ‘ରେପ୍ଲିକେସନ ଅଫ ଗୁଡ୍ ପ୍ରାକ୍ଟିସେସ୍’ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବା ସହ ଓଡ଼ିଶାରେ କାର୍ଯ୍ୟକାରୀ ‘ମୋ ସରକାର’ର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଛନ୍ତି । ନାଗରିକଙ୍କ ପାଇଁ ସନ୍ତୋଷଜନକ ପଦକ୍ଷେପ ମୋ ସରକାର । ‘ମୋ ସରକାର’ ଲୋକଙ୍କ ମତାମତ ନେଉଛି । ସରକାରୀ ସେବାକୁ ଆହୁରି ଉନ୍ନତ ମାନର କରିବା ପାଇଁ ଲୋକଙ୍କୁ ସେମାନଙ୍କର ନିଜସ୍ୱ ମତ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ମୋ ସରକାର ପ୍ରତ୍ୟେକ ଲୋକଙ୍କ ଜୀବନରେ ଆଶା ଆଣି ଦେଇଛି । ମୋ ସରକାରରେ ସରକାରୀ ଅନୁଷ୍ଠାନର ବୃତ୍ତିଗତ ସେବାକୁ ସମୀକ୍ଷା କରାଯାଉଥିବା ସମ୍ମିଳନୀରେ ସମ୍ବୋଧନ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଣତନ୍ତ୍ରରେ ‘ମୋ ସରକାର’ର ଉଦ୍ଦେଶ୍ୟ ରହିଛି । ନାଗରିକ ହେଉଛନ୍ତି ସର୍ବୋଚ୍ଚ, ସେମାନଙ୍କ ମତାମତକୁ ସକ୍ରିୟ ଭାବେ ନେବା ଉଚିତ । ନାଗରିକଙ୍କ ମତାମତ ପରିବର୍ତ୍ତନ ଆଣିବାର ମାପଦଣ୍ଡ । ଓଡ଼ିଶାବାସୀ ଏହାକୁ ସ୍ବାଗତ କରିଛନ୍ତି । ମୋ ସରକାରରେ ଲୋକଙ୍କ ସେବା ହେଉଛି ପ୍ରଥମ ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର