ରାସ୍ତା କଡ଼ ଜମିରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର

The Sakala Picture
Published On

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ-ଡ଼ାବୁଗାଁ ମୁଖ୍ୟ ରାସ୍ତାର ପୋଲସଗାଁ ଗ୍ରାମ ନିକଟସ୍ଥ ରାସ୍ତା କଡରେ ଥିବା ଏକ ଧାନ ଜମିରେ ଅଜଣା ବ୍ୟକ୍ତିଙ୍କ ଶବ ପଡିଥିବା ଜଣାପଡିଛି। ଜମି ମାଲିକ ମନ ଗୌଡ଼ ଆଜି ସକାଳୁ ନିଜ ଜମିରେ ଧାନ କାଟିବା ପାଇଁ ଆସିଥିଲେ। ଦୁର୍ଗନ୍ଧ ହେବାରୁ ପାଖକୁ ଯାଇଥିଲେ ଏବଂ ଶବ ପଡିଥିବା ଦେଖି ତୁରନ୍ତ ସ୍ଥାନୀୟ ୱାର୍ଡ ସଭ୍ୟଙ୍କୁ ଜଣାଇଥିଲେ ଏବଂ ଝରିଗାଁ ଥାନାକୁ ଖବର ଦେଇଥିଲେ। ଖବର ପାଇ ଝରିଗାଁ ଥାନା ଅଧିକାରୀ […]

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ-ଡ଼ାବୁଗାଁ ମୁଖ୍ୟ ରାସ୍ତାର ପୋଲସଗାଁ ଗ୍ରାମ ନିକଟସ୍ଥ ରାସ୍ତା କଡରେ ଥିବା ଏକ ଧାନ ଜମିରେ ଅଜଣା ବ୍ୟକ୍ତିଙ୍କ ଶବ ପଡିଥିବା ଜଣାପଡିଛି। ଜମି ମାଲିକ ମନ ଗୌଡ଼ ଆଜି ସକାଳୁ ନିଜ ଜମିରେ ଧାନ କାଟିବା ପାଇଁ ଆସିଥିଲେ। ଦୁର୍ଗନ୍ଧ ହେବାରୁ ପାଖକୁ ଯାଇଥିଲେ ଏବଂ ଶବ ପଡିଥିବା ଦେଖି ତୁରନ୍ତ ସ୍ଥାନୀୟ ୱାର୍ଡ ସଭ୍ୟଙ୍କୁ ଜଣାଇଥିଲେ ଏବଂ ଝରିଗାଁ ଥାନାକୁ ଖବର ଦେଇଥିଲେ। ଖବର ପାଇ ଝରିଗାଁ ଥାନା ଅଧିକାରୀ ତପନ କୁମାର ପତି ଏକ ଟିମ ସହିତ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ଅଧିକ ତଦନ୍ତ ପାଇଁ ନବରଙ୍ଗପୁରରୁ ସାଇନ୍ଟିଫିକ ଟିମର ସହାୟତା ଲୋଡ଼ା ଯାଇଥିଲା।

ଆହୁରି ପଢ଼ନ୍ତୁ: ବଲାଙ୍ଗିରରେ ଚାଞ୍ଚଲ୍ୟ: ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ଠାବ, ସନ୍ଦେହରେ ଜଣେ ଅଟକ

ସାଇନ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ତେବେ ବିଭାଗ ପକ୍ଷରୁ କୌଣସି ସଠିକ ଭାବରେ ତଥ୍ୟ ଜଣା ପଡୁନାହିଁ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ ସଠିକ କହିହେବ ବୋଲି ପୋଲିସ କହିଛି । ତେବେ ଶବଟି ୩/୪ ଦିନ ହେବ ପଡିରହି ଥିବା ସ୍ଥାନୀୟ ଲୋକ ଅନୁମାନ କରୁଛନ୍ତି। ଶବ ଜବତ କରିବା ପରେ ମଧ୍ୟ ଚିହ୍ନଟ ହୋଇପାରିନଥିଲା କି ସ୍ଥାନୀୟ ଅଞ୍ଚଳରେ କେହି ବ୍ୟକ୍ତିଙ୍କର ନିଖୋଜ ନେଇ ମଧ୍ୟ ଅଭିଯୋଗ ହୋଇନଥିବା ଥାନାଧିକାରୀ ଜଣେଇଛନ୍ତି। ଝରିଗାଁ ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇ ଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।ତେବେ ଝରିଗାଁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି କେସ ନ ୩୬/୨୨ ରେ ପ୍ରାଥମିକ ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ହିମାଚଳ ପ୍ରଦେଶର ମାଉଣ୍ଟ ୟୁନାମ ବିଜୟ କଲେ ଓଡ଼ିଶାର ମହିଳା ପର୍ବତାରୋହୀ, ରାଜ୍ୟପାଳଙ୍କ ଶୁଭେଚ୍ଛା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର