ପିସିଆର ଭ୍ୟାନ୍‍ ଆଗରେ ଅଭାବନୀୟ କାଣ୍ଡ : ନିଜକୁ ଗୁଳିକରି ସୁରକ୍ଷାକର୍ମୀଙ୍କ ଆତ୍ମହତ୍ୟା

The Sakala Picture
Published On

ଭୁବନେଶ୍ୱର : ଏୟାରପୋର୍ଟ ଥାନା ଅଧୀନ ଗଙ୍ଗନଗର ପାଞ୍ଚସଖା ମଠ ନିକଟରେ ପିସିଆର ଭ୍ୟାନ୍‍ ଆଗରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି ସୁରକ୍ଷାକର୍ମୀ କୃଷ୍ଣଚନ୍ଦ୍ର ଦାସ(୪୨)। କୃଷ୍ଣଙ୍କ ଘର ଶରଣକୁଳ ନୟାଗଡ଼଼ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ରାଜଧାନୀ ଗଙ୍ଗନଗର ଅଞ୍ଚଳରେ ରହି ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀଭାବେ କାର୍ଯ୍ୟକରୁଥିଲେ। ଏଟିଏମ୍‍ରେ ଟଙ୍କା ଜମା କରିବାକୁ ଯାଉଥିବା ଭ୍ୟାନ୍‍ରେ ଡ୍ୟୁଟି କରୁଥିଲେ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। […]

ଭୁବନେଶ୍ୱର : ଏୟାରପୋର୍ଟ ଥାନା ଅଧୀନ ଗଙ୍ଗନଗର ପାଞ୍ଚସଖା ମଠ ନିକଟରେ ପିସିଆର ଭ୍ୟାନ୍‍ ଆଗରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି ସୁରକ୍ଷାକର୍ମୀ କୃଷ୍ଣଚନ୍ଦ୍ର ଦାସ(୪୨)। କୃଷ୍ଣଙ୍କ ଘର ଶରଣକୁଳ ନୟାଗଡ଼଼ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ରାଜଧାନୀ ଗଙ୍ଗନଗର ଅଞ୍ଚଳରେ ରହି ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀଭାବେ କାର୍ଯ୍ୟକରୁଥିଲେ। ଏଟିଏମ୍‍ରେ ଟଙ୍କା ଜମା କରିବାକୁ ଯାଉଥିବା ଭ୍ୟାନ୍‍ରେ ଡ୍ୟୁଟି କରୁଥିଲେ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ଏନେଇ ଥାନା ଅଧିକାରୀ ଉମାକାନ୍ତ ପ୍ରଧାନ କହିଛନ୍ତି ଯେ, ମୃତ କୃଷ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀ ଝଗଡ଼଼ା ହେବା ପରେ କୃଷ୍ଣଚନ୍ଦ୍ର କଣ୍ଟ୍ରୋଲ ରୁମକୁ ଫୋନ କରିଥିଲେ। ସୋମବାର ବିଳମ୍ବିତ ରାତିରେ ପୁଲିସ କୃଷ୍ଣଚନ୍ଦ୍ରଙ୍କ ଘରକୁ ଯାଉଥିବା ସମୟରେ ସେ ନିଜ ପାଖରେ ରଖିଥିବା ସର୍ଭିସ ବନ୍ଧୁକରେ ଗୁଳିକରି ଆତ୍ମହତ୍ୟା କରିଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ରାତିରେ କୌଣସି କଥାକୁ ନେଇ କୃଷ୍ଣ ଓ ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ସେ ଆତ୍ମହତ୍ୟା ପାଇଁ ଧମକ ଦେଇଥିଲେ। ପରିବାର ଲୋକ ବୁଝାସୁଝା କରିଥିଲେ। ହେଲେ ସେ ସେମାନଙ୍କ କଥା ନ ଶୁଣି ଘରୁ ବାହାରି ଆସିଥିଲେ। ପରେ ୧୦୦ ନମ୍ବରକୁ ମଧ୍ୟ ଫୋନ କରିଥିଲେ। ପୁଲିସ ପହଞ୍ଚିବା ପୂର୍ବରୁ ନିଜ ବନ୍ଧୁକରେ ନିଜ ପେଟକୁ ଗୁଳି କରିଥିଲେ। ପୁଲିସ ଘଟଣାସ୍ଥଳରୁ ବନ୍ଧୁକ ଜବତ କରିବା ସହିତ କୃଷ୍ଣଚନ୍ଦ୍ରଙ୍କୁ ରାଜଧାନୀ ଚିକିତ୍ସାଳୟକୁ ନେଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପାରିବାରିକ କଳହକୁ ନେଇ କୃଷ୍ଣଚନ୍ଦ୍ର ଏଭଳି ଚରମ ନିଷ୍ପତ୍ତି ନେଇଥିବା ତାଙ୍କ ଭାଇ ପ୍ରଫୁଲ୍ଲ ଦାଶ କହିଥିବା ବେଳେ ରାଜେନ୍ଦ୍ର ପଟ୍ଟନାୟକ ନାମକ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ଯୋଗୁଁ ଏଭଳି ସେ ଏଭଳି ନିଷ୍ପତ୍ତି ନେଇଥିବା କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ସ୍ନେହଲତା ଦାଶ ଏବଂ ଝିଅ ପ୍ରତିକ୍ରିୟ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ଘରକୁ କୋଲୋନୀର କୌଣସି ଲୋକ ଆସିଲେ ପତ୍ନୀ ଓ ଝିଅକୁ ଆକଟ କରୁଥିଲେ କୃଷ୍ଣଚନ୍ଦ୍ର। କଲୋନୀର ରାଜେନ୍ଦ୍ର ନାମକ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହିତ ସମ୍ବନ୍ଧ ରଖିଥିବା ନେଇ ସନ୍ଦେହ କରି ତାଙ୍କୁ ଗାଳିଗୁଲଜ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗତ ୧୦ ଦିନ ତଳେ ସେନାପତି କଲୋନୀରେ ରାଜେନ୍ଦ୍ରଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ମିଳିମିଶି ତାଙ୍କୁ ଆକ୍ରମଣ କରିଥିଲେ। ଏନେଇ କୃଷ୍ଣଚନ୍ଦ୍ର ଏୟାରପୋର୍ଟ ଥାନାକୁ ଅଭିଯୋଗ ଦେବା ପାଇଁ ମଧ୍ୟ ଯାଇଥିଲେ ହେଲେ ସେଠାରେ ତାଙ୍କ ଅଭିଯୋଗ ରଖାଯାଇ ନ ଥିଲା ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କୁ କଲୋନୀର କିଛି ଲୋକ ସବୁବେଳେ ପିଛା କରିବା ସହିତ ତାଙ୍କୁ ହଇରାଣ ହରକତ କରିବା ସହିତ ଧମକ ଚମକ ମଧ୍ୟ ଦେଇଥିଲେ। ଯାହାକୁ ନେଇ ସେ ଗତ ଦୁଇ ଦିନ ତଳେ ସେଠାରୁ ଘର ଛାଡି ଗଙ୍ଗନଗର ପଞ୍ଚସଖା ମଠ ନିକଟରେ ଏକ ଭଡାଘର ନେଇ ରହୁଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ଏହାକୁ ନେଇ ସେ ମାନସିକ ଚାପରେ ରହୁଥିଲେ ଏଥିପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ପତ୍ନୀ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁକରିବା ସହିତ କୃଷ୍ଣଚନ୍ଦ୍ରଙ୍କ ଆତ୍ମହତ୍ୟାର ପ୍ରକୃତ କାରଣର ଅନୁସନ୍ଧାନ ଚଳାଇଛି। ଗତ ଜାନୁୟାରୀ ୧୩ରେ ପତ୍ନୀକୁ ମାଡ଼ ମାରି କୃଷ୍ଣଚନ୍ଦ୍ର ଗିରଫ ହୋଇ ଜେଲ ଯାଇଥିଲେ। ଏପରିକି ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ଜାମିନ୍‍ରେ ଆଣିଥିଲେ। ପୂର୍ବରୁ ମଧ୍ୟ ଶରଣକୁଳ ଥାନାରେ ମଧ୍ୟ କୃଷ୍ଣଙ୍କ ନାମରେ ମାମଲା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର