ପଞ୍ଚାୟତ ଉପନିର୍ବାଚନ ବାତିଲ ନିଷ୍ପତ୍ତି କାହା ଚାପରେ: ବିଜେଡି

The Sakala Picture
Published On

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଖାଲିଥିବା ୧୧୩୧ ପଦବୀ ସକାଶେ ଉପନିର୍ବାଚନ ନିମନ୍ତେ ଗତକାଲି ତାରିଖରେ ଆଜି ରାଜ୍ୟ ନିର୍ବାଚନ କମିଶନ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଆଜି ସନ୍ଧ୍ୟାରେ ସେହି ବିଜ୍ଞପ୍ତିର ବାତିଲ ସମ୍ବନ୍ଧିତ ଅନ୍ୟ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନ ଏଭଳି ନିଷ୍ପତ୍ତି କାହା ଚାପର ବଶବର୍ତ୍ତୀ ହୋଇ ନେଇଛନ୍ତି ବୋଲି ବିଜୁ ଜନତା ଦଳ ପ୍ରଶ୍ନ କରିଛି। ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ […]

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଖାଲିଥିବା ୧୧୩୧ ପଦବୀ ସକାଶେ ଉପନିର୍ବାଚନ ନିମନ୍ତେ ଗତକାଲି ତାରିଖରେ ଆଜି ରାଜ୍ୟ ନିର୍ବାଚନ କମିଶନ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଆଜି ସନ୍ଧ୍ୟାରେ ସେହି ବିଜ୍ଞପ୍ତିର ବାତିଲ ସମ୍ବନ୍ଧିତ ଅନ୍ୟ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନ ଏଭଳି ନିଷ୍ପତ୍ତି କାହା ଚାପର ବଶବର୍ତ୍ତୀ ହୋଇ ନେଇଛନ୍ତି ବୋଲି ବିଜୁ ଜନତା ଦଳ ପ୍ରଶ୍ନ କରିଛି। ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି ରାଜ୍ୟ ସରକାରଙ୍କ ଅପରିପକ୍ୱ ଓ ଅନୁଭୂତି ବିହୀନ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଆହୁରି ପଢ଼ନ୍ତୁ: ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ

ଡ଼ ମହାନ୍ତି କହିଥିଲେ ଯେ, ରାଜ୍ୟ ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା। ୨୪ ଘଣ୍ଟା ମଧ୍ୟରେ ଏଭଳି ନିଷ୍ପତ୍ତି ପରିବର୍ତ୍ତନ କରିବା କମିଶନଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୌସୁମୀ ଆଗମନର ଆଳ ଦେଖାଇ ୨୪ ଘଣ୍ଟା ଭିତରେ ବିଜ୍ଞପ୍ତି ବାତିଲ ଗ୍ରହଣୀୟ ନୁହେଁ। ବିଜ୍ଞପ୍ତି ପ୍ରକାଶ କରିବା ସମୟରେ ସରକାର କ’ଣ ମୌସୁମୀ ଆଗମନ ବିଷୟରେ ଅବଗତ ନଥିଲେ କି ? ସରକାରକୁ ଆସିବାର ୧ ବର୍ଷ ବିତିଯାଇଥିଲେ ମଧ୍ୟ ବିଜେପି ତାର ଅପାରଗତା ପାଇଁ ଲୋକଙ୍କୁ ସମ୍ମୁଖୀନ ହେବାକୁ ଭୟ କରୁଛି। ଯେଉଁଥି ପାଇଁ ମୌସୁମୀ ଆଗମନର ଆଳ ଦେଖାଇ ୨୪ ଘଣ୍ଟା ଭିତରେ ବିଜ୍ଞପ୍ତି ବାତିଲ କରାଯାଇଛି। ବିଜେପି ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ଡବଲ ଇଞ୍ଜିନ ସରକାରଙ୍କ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି ଏହା ଡବଲ ଧୋକା।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

21 May 2025 By The Sakala

ପଞ୍ଚାୟତ ଉପନିର୍ବାଚନ ବାତିଲ ନିଷ୍ପତ୍ତି କାହା ଚାପରେ: ବିଜେଡି

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଖାଲିଥିବା ୧୧୩୧ ପଦବୀ ସକାଶେ ଉପନିର୍ବାଚନ ନିମନ୍ତେ ଗତକାଲି ତାରିଖରେ ଆଜି ରାଜ୍ୟ ନିର୍ବାଚନ କମିଶନ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଆଜି ସନ୍ଧ୍ୟାରେ ସେହି ବିଜ୍ଞପ୍ତିର ବାତିଲ ସମ୍ବନ୍ଧିତ ଅନ୍ୟ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନ ଏଭଳି ନିଷ୍ପତ୍ତି କାହା ଚାପର ବଶବର୍ତ୍ତୀ ହୋଇ ନେଇଛନ୍ତି ବୋଲି ବିଜୁ ଜନତା ଦଳ ପ୍ରଶ୍ନ କରିଛି। ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି ରାଜ୍ୟ ସରକାରଙ୍କ ଅପରିପକ୍ୱ ଓ ଅନୁଭୂତି ବିହୀନ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଡ଼ ମହାନ୍ତି କହିଥିଲେ ଯେ, ରାଜ୍ୟ ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା। ୨୪ ଘଣ୍ଟା ମଧ୍ୟରେ ଏଭଳି ନିଷ୍ପତ୍ତି ପରିବର୍ତ୍ତନ କରିବା କମିଶନଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୌସୁମୀ ଆଗମନର ଆଳ ଦେଖାଇ ୨୪ ଘଣ୍ଟା ଭିତରେ ବିଜ୍ଞପ୍ତି ବାତିଲ ଗ୍ରହଣୀୟ ନୁହେଁ। ବିଜ୍ଞପ୍ତି ପ୍ରକାଶ କରିବା ସମୟରେ ସରକାର କ’ଣ ମୌସୁମୀ ଆଗମନ ବିଷୟରେ ଅବଗତ ନଥିଲେ କି ? ସରକାରକୁ ଆସିବାର ୧ ବର୍ଷ ବିତିଯାଇଥିଲେ ମଧ୍ୟ ବିଜେପି ତାର ଅପାରଗତା ପାଇଁ ଲୋକଙ୍କୁ ସମ୍ମୁଖୀନ ହେବାକୁ ଭୟ କରୁଛି। ଯେଉଁଥି ପାଇଁ ମୌସୁମୀ ଆଗମନର ଆଳ ଦେଖାଇ ୨୪ ଘଣ୍ଟା ଭିତରେ ବିଜ୍ଞପ୍ତି ବାତିଲ କରାଯାଇଛି। ବିଜେପି ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ଡବଲ ଇଞ୍ଜିନ ସରକାରଙ୍କ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି ଏହା ଡବଲ ଧୋକା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର