ସରକାରୀ ଯୋଜନାରେ ଟାଙ୍ଗରା ଭୂଇଁରେ ଆମ୍ବ ଫଳାଇ ସ୍ୱାବଲମ୍ବୀ ହେଉଛନ୍ତି ଆଦିବାସୀ

The Sakala Picture
Published On

ମୋରଡ଼ା: ଦିନ ଥିଲା ଯେଉଁ ଜାଗାରେ ଦୁବ କଅଁଳୁ ନଥିଲା ସେଠାରେ ଆଜି ସୁସ୍ୱାଦୁ ଆମ୍ବ ଫଳୁଛି । ବର୍ଷ ବର୍ଷ ଧରି ପଡିଆ ପଡି ଥିବା ଜାଗାରେ ଏବେ ସୁନା ଫଳୁଛି । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଭାଳିଆଡିହା ଓ ଘୋଳ ମୁହାଁ ପଞ୍ଚାୟତରେ ହୋଇଥିବା ଆମ୍ବ ବଗିଚାର ଦୃଶ୍ୟ ସମସ୍ତଙ୍କୁ ଆଚମ୍ବିତ କରେ। ଛୋଟ ଛୋଟ ଗଛରେ ଫଳିଛି ପେନ୍ଥା ପେନ୍ଥା ଆମ୍ବ। ଏସବୁ ଆମ୍ବ ଦେଖିବାକୁ ଯେତିକି ସୁନ୍ଦର ତାର ସ୍ୱାଦ […]

ମୋରଡ଼ା: ଦିନ ଥିଲା ଯେଉଁ ଜାଗାରେ ଦୁବ କଅଁଳୁ ନଥିଲା ସେଠାରେ ଆଜି ସୁସ୍ୱାଦୁ ଆମ୍ବ ଫଳୁଛି । ବର୍ଷ ବର୍ଷ ଧରି ପଡିଆ ପଡି ଥିବା ଜାଗାରେ ଏବେ ସୁନା ଫଳୁଛି । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଭାଳିଆଡିହା ଓ ଘୋଳ ମୁହାଁ ପଞ୍ଚାୟତରେ ହୋଇଥିବା ଆମ୍ବ ବଗିଚାର ଦୃଶ୍ୟ ସମସ୍ତଙ୍କୁ ଆଚମ୍ବିତ କରେ। ଛୋଟ ଛୋଟ ଗଛରେ ଫଳିଛି ପେନ୍ଥା ପେନ୍ଥା ଆମ୍ବ। ଏସବୁ ଆମ୍ବ ଦେଖିବାକୁ ଯେତିକି ସୁନ୍ଦର ତାର ସ୍ୱାଦ ମଧ୍ୟ ସେତିକି ଚିତ୍ତାକର୍ଷକ। ଯେଉଁଥିପାଇଁ ଏସବୁ ଆମ୍ବର ଚାହିଦା ଏବେ ଦେଶ ବିଦେଶରେ ବଢୁଛି। ଆମ୍ବଚାଷୀ କୁଆଁର ସରେନ କୁହନ୍ତି ୧୯୯୩ ମସିହା ଓ ୨୦୧୨-୧୩ ମସିହାରେ ସରକାରଙ୍କ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସରକାର ଏହି ସବୁ ଆମ୍ବ ଗଛ ଲଗାଇବା ସହ ଏବେ ଆମ୍ବ ବିକ୍ରି କେମିତି ହେବ ତାହା ମଧ୍ୟ ବୁଝୁଛନ୍ତି । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୧୯୯୩ ମସିହା ଓ ୨୦୧୨-୨୦୧୩ ମସିହାରେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଭାଳିଆଡିହା ଓ ଘୋଳମୁହାଁ ପଞ୍ଚାୟତର ଡକୋଇ ଅମଳ ନାମା, କିଷାନତାଣ୍ଡି, ଆଣୁଆଁ, ଉଲିଡ଼ିହି, ତାଡ଼କି ଆଦି ଗାଁରେ ୯୫ ଏକର ଜାଗାରେ ୪୨୦୦ ରୁ ଉର୍ଦ୍ଧ୍ବ ଆମ୍ବଗଛ ଲାଗିଥିବା ବେଳେ ୮୯ ଜଣ ଆମ୍ବଚାଷୀ ଏହି ଚାଷ ଦ୍ୱାରା ଲାଭବାନ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ତେବେ ଚଳିତ ବର୍ଷ ମହାମାରୀ କରୋନା ଓ ବାତ୍ୟା ୟାସ ପାଇଁ ଆମ୍ବ ନଷ୍ଟ ହୋଇଥିଲେ ସୁଦ୍ଧା ଏବେ ଏହି ଆମ୍ବ ବଗିଚାରୁ ଆମ୍ବ ଦିଲ୍ଲୀ, ଟାଟା, ବକାର ଓ ଅନ୍ୟ ରାଜ୍ୟର ରାଜଧାନୀ ମାନଙ୍କରେ ଚାହିଦା ବଢୁଛି। ଅନ୍ୟପକ୍ଷରେ ଆମ୍ବଚାଷୀ ବାହାଦୂର ସରେନ କହିଛନ୍ତି ବର୍ଷକୁ ଆମ୍ବଚାଷ କରି ୧୯୯୩ରେ ଲାଗିଥିବା ଆମ୍ବ ଗଛରୁ ଏକର ପ୍ରତି ୪୦,୦୦୦ ହଜାର ଟଙ୍କା ଓ ୨୦୧୨ -୨୦୧୩ରେ ଲାଗିଥିବା ଆମ୍ବ ଗଛରୁ ଏକର ପ୍ରତି ୪୦୦୦ ହଜାରରୁ ୫୦୦୦ ହଜାର ଟଙ୍କା ରୋଜଗାର କରୁଛନ୍ତି ଆମ୍ବଚାଷୀ। ସରକାରୀ ଯୋଜନାରେ ଆମ୍ବଚାଷ କରି ଆଦିବାସୀ ଆମ୍ବଚାଷୀ ଏବେ ଲାଭବାନ ହେବା ସହ ଚାଷୀଙ୍କ ମୁହଁରେ ହସ ଫୁଟିପାରିଛି ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

27 Jul 2021 By The Sakala

ସରକାରୀ ଯୋଜନାରେ ଟାଙ୍ଗରା ଭୂଇଁରେ ଆମ୍ବ ଫଳାଇ ସ୍ୱାବଲମ୍ବୀ ହେଉଛନ୍ତି ଆଦିବାସୀ

ମୋରଡ଼ା: ଦିନ ଥିଲା ଯେଉଁ ଜାଗାରେ ଦୁବ କଅଁଳୁ ନଥିଲା ସେଠାରେ ଆଜି ସୁସ୍ୱାଦୁ ଆମ୍ବ ଫଳୁଛି । ବର୍ଷ ବର୍ଷ ଧରି ପଡିଆ ପଡି ଥିବା ଜାଗାରେ ଏବେ ସୁନା ଫଳୁଛି । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଭାଳିଆଡିହା ଓ ଘୋଳ ମୁହାଁ ପଞ୍ଚାୟତରେ ହୋଇଥିବା ଆମ୍ବ ବଗିଚାର ଦୃଶ୍ୟ ସମସ୍ତଙ୍କୁ ଆଚମ୍ବିତ କରେ। ଛୋଟ ଛୋଟ ଗଛରେ ଫଳିଛି ପେନ୍ଥା ପେନ୍ଥା ଆମ୍ବ। ଏସବୁ ଆମ୍ବ ଦେଖିବାକୁ ଯେତିକି ସୁନ୍ଦର ତାର ସ୍ୱାଦ ମଧ୍ୟ ସେତିକି ଚିତ୍ତାକର୍ଷକ। ଯେଉଁଥିପାଇଁ ଏସବୁ ଆମ୍ବର ଚାହିଦା ଏବେ ଦେଶ ବିଦେଶରେ ବଢୁଛି। ଆମ୍ବଚାଷୀ କୁଆଁର ସରେନ କୁହନ୍ତି ୧୯୯୩ ମସିହା ଓ ୨୦୧୨-୧୩ ମସିହାରେ ସରକାରଙ୍କ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସରକାର ଏହି ସବୁ ଆମ୍ବ ଗଛ ଲଗାଇବା ସହ ଏବେ ଆମ୍ବ ବିକ୍ରି କେମିତି ହେବ ତାହା ମଧ୍ୟ ବୁଝୁଛନ୍ତି । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୧୯୯୩ ମସିହା ଓ ୨୦୧୨-୨୦୧୩ ମସିହାରେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଭାଳିଆଡିହା ଓ ଘୋଳମୁହାଁ ପଞ୍ଚାୟତର ଡକୋଇ ଅମଳ ନାମା, କିଷାନତାଣ୍ଡି, ଆଣୁଆଁ, ଉଲିଡ଼ିହି, ତାଡ଼କି ଆଦି ଗାଁରେ ୯୫ ଏକର ଜାଗାରେ ୪୨୦୦ ରୁ ଉର୍ଦ୍ଧ୍ବ ଆମ୍ବଗଛ ଲାଗିଥିବା ବେଳେ ୮୯ ଜଣ ଆମ୍ବଚାଷୀ ଏହି ଚାଷ ଦ୍ୱାରା ଲାଭବାନ ହେଉଛନ୍ତି।

ତେବେ ଚଳିତ ବର୍ଷ ମହାମାରୀ କରୋନା ଓ ବାତ୍ୟା ୟାସ ପାଇଁ ଆମ୍ବ ନଷ୍ଟ ହୋଇଥିଲେ ସୁଦ୍ଧା ଏବେ ଏହି ଆମ୍ବ ବଗିଚାରୁ ଆମ୍ବ ଦିଲ୍ଲୀ, ଟାଟା, ବକାର ଓ ଅନ୍ୟ ରାଜ୍ୟର ରାଜଧାନୀ ମାନଙ୍କରେ ଚାହିଦା ବଢୁଛି। ଅନ୍ୟପକ୍ଷରେ ଆମ୍ବଚାଷୀ ବାହାଦୂର ସରେନ କହିଛନ୍ତି ବର୍ଷକୁ ଆମ୍ବଚାଷ କରି ୧୯୯୩ରେ ଲାଗିଥିବା ଆମ୍ବ ଗଛରୁ ଏକର ପ୍ରତି ୪୦,୦୦୦ ହଜାର ଟଙ୍କା ଓ ୨୦୧୨ -୨୦୧୩ରେ ଲାଗିଥିବା ଆମ୍ବ ଗଛରୁ ଏକର ପ୍ରତି ୪୦୦୦ ହଜାରରୁ ୫୦୦୦ ହଜାର ଟଙ୍କା ରୋଜଗାର କରୁଛନ୍ତି ଆମ୍ବଚାଷୀ। ସରକାରୀ ଯୋଜନାରେ ଆମ୍ବଚାଷ କରି ଆଦିବାସୀ ଆମ୍ବଚାଷୀ ଏବେ ଲାଭବାନ ହେବା ସହ ଚାଷୀଙ୍କ ମୁହଁରେ ହସ ଫୁଟିପାରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp