ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ, ବନ୍ଦ ହେଲା ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳକୃତ୍ୟ

The Sakala Picture
Published On

ଭୁବନେଶ୍ୱର: ବନ୍ଦ ହେଲା ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳକୃତ୍ୟ ନୀତି। ଶିବ ବିବାହର ପୂର୍ବଦିନ ହେବାକୁ ଥିବା ମଙ୍ଗଳକୃତ୍ୟକୁ ବନ୍ଦ କରିଦିଆଯାଇଛି। ନୀତି ବିଭ୍ରାଟ ଯୋଗୁଁ ଶ୍ରୀଲିଙ୍ଗରାଜଙ୍କ ବିବାହ ଉତ୍ସବ ଓ ଶୀତଳଷଷ୍ଠୀ ଉତ୍ସବ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁଁ ଦିଅଁଙ୍କ ମଙ୍ଗଳକୃତ୍ୟ ହୋଇପାରିଲା ନାହିଁ। ଠାକୁରାଣୀଙ୍କ ଦ୍ୱିପହର ଧୂପ ପରେ ମଙ୍ଗଳ କୃତ୍ୟ ନୀତି ହୋଇଥାଆନ୍ତା। ସନ୍ଧ୍ୟା ୬ଟା ୪୫ ମିନିଟ୍‍ରେ ହେବାକୁ ଥିବା ମଙ୍ଗଳକୃତ୍ୟ ନୀତି ହେବାପରେ ଶଙ୍କୁଡ଼ି […]

ଭୁବନେଶ୍ୱର: ବନ୍ଦ ହେଲା ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳକୃତ୍ୟ ନୀତି। ଶିବ ବିବାହର ପୂର୍ବଦିନ ହେବାକୁ ଥିବା ମଙ୍ଗଳକୃତ୍ୟକୁ ବନ୍ଦ କରିଦିଆଯାଇଛି। ନୀତି ବିଭ୍ରାଟ ଯୋଗୁଁ ଶ୍ରୀଲିଙ୍ଗରାଜଙ୍କ ବିବାହ ଉତ୍ସବ ଓ ଶୀତଳଷଷ୍ଠୀ ଉତ୍ସବ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁଁ ଦିଅଁଙ୍କ ମଙ୍ଗଳକୃତ୍ୟ ହୋଇପାରିଲା ନାହିଁ। ଠାକୁରାଣୀଙ୍କ ଦ୍ୱିପହର ଧୂପ ପରେ ମଙ୍ଗଳ କୃତ୍ୟ ନୀତି ହୋଇଥାଆନ୍ତା। ସନ୍ଧ୍ୟା ୬ଟା ୪୫ ମିନିଟ୍‍ରେ ହେବାକୁ ଥିବା ମଙ୍ଗଳକୃତ୍ୟ ନୀତି ହେବାପରେ ଶଙ୍କୁଡ଼ି ଭୋଗ ଲାଗିବା ନୀତି ହୋଇଥାନ୍ତା। ଏହାପରେ ବିବାହ ଲାଗି ଅଷ୍ଟଚଣ୍ଡୀମାନଙ୍କୁ ମହାପ୍ରସାଦ ଦ୍ୱାରା ନିମନ୍ତ୍ରଣ କରାଯାଇଥାନ୍ତା। ତେବେ ଦୁଇ ସେବାୟତ ନିଯୋଗଙ୍କ ଅସହଯୋଗ ଯୋଗୁଁ ଦିଅଁଙ୍କ ଯାନିଯାତ୍ରାରେ ବିଶୃଙ୍ଖଳା ପରିଲିକ୍ଷିତ ହୋଇଥିଲା। ତେଣୁ ହେବାକୁ ଥିବା ଦେବଦମ୍ପତିଙ୍କର ବିବାହକୁ ନେଇ ବିବାଦ ସୃଷ୍ଟି ହୋଇଛି। ଦୁଇ ସେବାୟତ ନିଯୋଗଙ୍କ ସହ ମନ୍ଦିର ପ୍ରଶାସନର ଆଲୋଚନା ପରେ କୌଣସି ନିଷ୍କର୍ସ ବାହାରିପାରେ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ଗତ ମଙ୍ଗଳବାର ପ୍ରସ୍ତୁତି ବୈଠକରେ ଅସନ୍ତୋଷ ପ୍ରକାଶ କରି ଯୋଗ ଦେଇ ନ ଥିଲେ। ପରମ୍ପରା ରକ୍ଷା କରାଯିବା ପରେ ଯାନିଯାତ୍ରା ହେବା ପାଇଁ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ଦାବି କରିଥିବା ଅଭିଯୋଗ କରିଛନ୍ତି। ବିଭିନ୍ନ ଦାବିକୁ ପାଳନ କରାଯାଇ ନଥିବାରୁ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ସହଯୋଗ କରିବେ ନାହିଁ ବୋଲି ବ୍ରାହ୍ମଣ ନିଯୋଗର ବିରଞ୍ଚି ନାରାୟଣ ପତି କହିଛନ୍ତି। ସେପଟେ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ କମିଟିରୁ ଟ୍ରଷ୍ଟି ଅବନୀ କାନ୍ତ ପଟ୍ଟନାୟକ ଇସ୍ତଫା ଦେଇଥିବା ସୂଚନା ମିଳିଛି। କୌଣସି ଅପ୍ରତ୍ୟାସିତ ଘଟଣା ଯୋଗୁଁ ଇସ୍ତଫା ଦେଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଆଜି ବିଭିନ୍ନ ନିଯୋଗ ଓ ସେବାୟତଙ୍କ ଦାବି ଓ ବିବାଦ ତୁଟାଇବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଭୁବନେଶ୍ୱର ଉପ ଜିଲ୍ଲାପାଳ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ କପିଳେଶ୍ୱର ମନ୍ଦିରର ଖୁଣ୍ଟିଆ ଓ ମାଲିଆ ସେବାୟତଙ୍କ ସହ ଆଲୋଚନା ସମୟ ଚୂଡାନ୍ତ ହୋଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିନ ୧୧ ଟାରେ ବୈଠକ ବସିଛି । ସେପଟେ ଲିଙ୍ଗରାଜ ମନ୍ଦିରର ଉଭୟ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ କର୍ମକର୍ତାଙ୍କ ସହ ପୃଥକ ଭାବେ ଆଲୋଚନା କରିବେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ। ଉଭୟ ବୈଠକ ଉପରେ ନିର୍ଭର କରୁଛି ଦେଵ ଦମ୍ପତ୍ତିଙ୍କ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା । ସେପଟେ କେଦାରଗୌରୀ ମନ୍ଦିରରେ ଶିବପାର୍ବତୀଙ୍କ ବିବାହ ପାଇଁ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି । ଲିଙ୍ଗରାଜଙ୍କ ଆଗମନ ଓ ମା ଗୌରୀଙ୍କ ବିବାହ ସମ୍ପନ୍ନ ପାଇଁ କନ୍ୟାପକ୍ଷ ଆଶାବାଦୀ ଅଛନ୍ତି ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର