ପୂଜା ପାଇଁ ରାଜଧାନୀରେ ଅସମ୍ଭାଳ ଭିଡ଼ : ଅପରାହ୍ନ ସାଢେ ୩ଟା ପରଠୁ ଗଡ଼ୁନି ମୋ ବସ

The Sakala Picture
Published On

ଭୁବନେଶ୍ବର : ମହାମାୟାଙ୍କ ମହାପୂଜାରେ କମ୍ପୁଛି ଗଗନପବନ । ଆଜି ମଣ୍ଡପରେ ମହାନବମୀ ପୂଜା ହେଉଛି । ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଲାଗି ରହିଛି । ପୂଜା ପାଇଁ ରାଜଧାନୀ ଭୁବନେଶ୍ବରରେ ଅସମ୍ଭାଳ ଭିଡ ଦେଖାଦେଇଛି। ଯେଉଁଥି ପାଇଁ ଟ୍ରାଫିକ୍‌ ସମସ୍ୟା ମଧ୍ୟ ଦେଖାଦେଉଛି। ଯାହାକୁ ନଜରରେ ରଖି ଅପରାହ୍ନ ସାଢେ ତିନିଟାରୁ ମୋ ବସ ସହର […]

ଭୁବନେଶ୍ବର : ମହାମାୟାଙ୍କ ମହାପୂଜାରେ କମ୍ପୁଛି ଗଗନପବନ । ଆଜି ମଣ୍ଡପରେ ମହାନବମୀ ପୂଜା ହେଉଛି । ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଲାଗି ରହିଛି । ପୂଜା ପାଇଁ ରାଜଧାନୀ ଭୁବନେଶ୍ବରରେ ଅସମ୍ଭାଳ ଭିଡ ଦେଖାଦେଇଛି। ଯେଉଁଥି ପାଇଁ ଟ୍ରାଫିକ୍‌ ସମସ୍ୟା ମଧ୍ୟ ଦେଖାଦେଉଛି। ଯାହାକୁ ନଜରରେ ରଖି ଅପରାହ୍ନ ସାଢେ ତିନିଟାରୁ ମୋ ବସ ସହର ଭିତରେ ନଚଲାଇବାକୁ ବିଚାର କରୁଛି କ୍ରୁଟ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

କ୍ରୁଟ ପକ୍ଷରୁ ଟୁଇଟ କରି କୁହାଯାଇଛି, ଅପରାହ୍ନରେ ଅସମ୍ଭାଳ ଭିଡ ଜମୁଛି । ଟ୍ରାଫିକ ସମସ୍ୟା ବି ଦେଖା ଦେଉଛି । ଏସବୁ ଭିତରେ ମୋ ବସ ଚାଲିବ କି ନାହିଁ ଏବଂ ଯଦି ଚାଲିବ ସମୟରେ ପରିବର୍ତ୍ତନ କରାଯିବ କି ଏସବୁ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

ଗତକାଲି ମହାଷ୍ଟମୀ ତିଥିରେ ପ୍ରବଳ ଭିଡ ହୋଇଥିଲା । ଏତେ ଭିଡି ଥିଲା ଯେ ଚାଲିଚାଲି ଯିବା ବି କାଠିକର ପାଠ ଥିଲା । ୮ କିମି ଯିବାକୁ ଅଢେଇଘଣ୍ଟା ଲାଗୁଥିଲା । ବିଶେଷ କରି ରସୁଲଗଡ, ବାଣୀବିହାର, ଶିଶୁଭବନ, ଜୟଦେବବିହାର, ପଟିଆ, ବରମୁଣ୍ଡା, ଆଚାର୍ୟ୍ୟବିହାର ଆଦି ରାସ୍ତାରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ପୂଜା ମଣ୍ଡପ ସାମ୍ନାରେ ଯିବାକୁ ବାଟ ନଥିଲା ।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

ରାଜଧାନୀ ଭୁବନେଶ୍ବରର ବଡ଼ ବଡ଼ ପୂଜା ପେଣ୍ଡାଲ ଓ ମଲ ଥିବା ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଯାଉଛି । ଆଜି ନବମୀ ଓ ଆସନ୍ତାକାଲି ଦଶମୀ ଥିବାରୁ ଆହୁରି ଅଧିକ ଭିଡ଼ ହୋଇପାରେ । ଭିଡ଼କୁ କିପରି ନିୟନ୍ତ୍ରଣ କରାଯିବ ତାହା ପୁଲିସ ପାଇଁ ବଡ଼ ଚ୍ୟାଲେଂଜ ସୃଷ୍ଟି କରିପାରେ । ସୋସିଆଲ ମିଡିଆରେ କମିସନରେଟ୍ ପୁଲିସ ସଚେତନତା ପ୍ରୟାସ ଆରମ୍ଭ ହୋଇଛି । ଜରୁରୀ କାମ ଥିଲେ କେଉଁ ରାସ୍ତା ଦେଇ ଯିବେ, କେଉଁଠି ଟ୍ରାଫିକ୍ ଜାମ୍ କମ୍ ରହିଛି । ମଣ୍ଡପ ପାଖରେ କେଉଁଠି ପାର୍କିଂ ବ୍ୟବସ୍ଥା ରହିଛି, ସେନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଉ ପୂଜା ସମୟରେ ମଧ୍ୟ ଲୁଟେରା ମାତିଛନ୍ତି। ଯାହାକୁ ନେଇ ପୁଲିସ ପକ୍ଷରୁ ଲୋକମାନଙ୍କୁ ସତର୍କ କରାଯାଇଛି।

23 Oct 2023 By The Sakala

ପୂଜା ପାଇଁ ରାଜଧାନୀରେ ଅସମ୍ଭାଳ ଭିଡ଼ : ଅପରାହ୍ନ ସାଢେ ୩ଟା ପରଠୁ ଗଡ଼ୁନି ମୋ ବସ

ଭୁବନେଶ୍ବର : ମହାମାୟାଙ୍କ ମହାପୂଜାରେ କମ୍ପୁଛି ଗଗନପବନ । ଆଜି ମଣ୍ଡପରେ ମହାନବମୀ ପୂଜା ହେଉଛି । ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଲାଗି ରହିଛି । ପୂଜା ପାଇଁ ରାଜଧାନୀ ଭୁବନେଶ୍ବରରେ ଅସମ୍ଭାଳ ଭିଡ ଦେଖାଦେଇଛି। ଯେଉଁଥି ପାଇଁ ଟ୍ରାଫିକ୍‌ ସମସ୍ୟା ମଧ୍ୟ ଦେଖାଦେଉଛି। ଯାହାକୁ ନଜରରେ ରଖି ଅପରାହ୍ନ ସାଢେ ତିନିଟାରୁ ମୋ ବସ ସହର ଭିତରେ ନଚଲାଇବାକୁ ବିଚାର କରୁଛି କ୍ରୁଟ ।

କ୍ରୁଟ ପକ୍ଷରୁ ଟୁଇଟ କରି କୁହାଯାଇଛି, ଅପରାହ୍ନରେ ଅସମ୍ଭାଳ ଭିଡ ଜମୁଛି । ଟ୍ରାଫିକ ସମସ୍ୟା ବି ଦେଖା ଦେଉଛି । ଏସବୁ ଭିତରେ ମୋ ବସ ଚାଲିବ କି ନାହିଁ ଏବଂ ଯଦି ଚାଲିବ ସମୟରେ ପରିବର୍ତ୍ତନ କରାଯିବ କି ଏସବୁ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି।

ଗତକାଲି ମହାଷ୍ଟମୀ ତିଥିରେ ପ୍ରବଳ ଭିଡ ହୋଇଥିଲା । ଏତେ ଭିଡି ଥିଲା ଯେ ଚାଲିଚାଲି ଯିବା ବି କାଠିକର ପାଠ ଥିଲା । ୮ କିମି ଯିବାକୁ ଅଢେଇଘଣ୍ଟା ଲାଗୁଥିଲା । ବିଶେଷ କରି ରସୁଲଗଡ, ବାଣୀବିହାର, ଶିଶୁଭବନ, ଜୟଦେବବିହାର, ପଟିଆ, ବରମୁଣ୍ଡା, ଆଚାର୍ୟ୍ୟବିହାର ଆଦି ରାସ୍ତାରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ପୂଜା ମଣ୍ଡପ ସାମ୍ନାରେ ଯିବାକୁ ବାଟ ନଥିଲା ।

ରାଜଧାନୀ ଭୁବନେଶ୍ବରର ବଡ଼ ବଡ଼ ପୂଜା ପେଣ୍ଡାଲ ଓ ମଲ ଥିବା ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଯାଉଛି । ଆଜି ନବମୀ ଓ ଆସନ୍ତାକାଲି ଦଶମୀ ଥିବାରୁ ଆହୁରି ଅଧିକ ଭିଡ଼ ହୋଇପାରେ । ଭିଡ଼କୁ କିପରି ନିୟନ୍ତ୍ରଣ କରାଯିବ ତାହା ପୁଲିସ ପାଇଁ ବଡ଼ ଚ୍ୟାଲେଂଜ ସୃଷ୍ଟି କରିପାରେ । ସୋସିଆଲ ମିଡିଆରେ କମିସନରେଟ୍ ପୁଲିସ ସଚେତନତା ପ୍ରୟାସ ଆରମ୍ଭ ହୋଇଛି । ଜରୁରୀ କାମ ଥିଲେ କେଉଁ ରାସ୍ତା ଦେଇ ଯିବେ, କେଉଁଠି ଟ୍ରାଫିକ୍ ଜାମ୍ କମ୍ ରହିଛି । ମଣ୍ଡପ ପାଖରେ କେଉଁଠି ପାର୍କିଂ ବ୍ୟବସ୍ଥା ରହିଛି, ସେନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଉ ପୂଜା ସମୟରେ ମଧ୍ୟ ଲୁଟେରା ମାତିଛନ୍ତି। ଯାହାକୁ ନେଇ ପୁଲିସ ପକ୍ଷରୁ ଲୋକମାନଙ୍କୁ ସତର୍କ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର