ଅଘୋଷିତ ବିଦ୍ୟୁତ୍‌‌ କାଟ୍‌‌ ଉପଭୋକ୍ତା ହନ୍ତସନ୍ତ: ଟାଟା ପାୱାରର ଉନ୍ନତ ସେବା ପ୍ରତିଶ୍ରୁତି ଧୂଆଁବାଣ, ଗାଁଠୁ ସହର ଯାଏ ଉଠିଲାଣି ଅସନ୍ତୋଷର ସ୍ୱର

The Sakala Picture
Published On

ଭୁବନେଶ୍ୱର,୧୧ା୬(ସମିସ): ଅସହ୍ୟ ତାତିରେ ସନ୍ତୁଳି ହେଉଛି ଓଡ଼ିଶା। ଉପକୂଳରୁ ଉପାନ୍ତ, ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମତାପ ଓ ଗୁଳୁଗୁଳିରେ ଲୋକମାନେ ଆଉଟୁପାଉଟୁ ହେଉଛନ୍ତି। ରାଜ୍ୟର ୩୦ ସହରର ପାରଦ ୪୦ ଡିଗ୍ରୀ ଟପିଛି। ଆର୍ଦ୍ରତା ଯୋଗୁଁ ଗୁଳୁଗୁଳିରେ ଲୋକଙ୍କ ଜୀବନ ଅସହ୍ୟ ହୋଇଛି। ଏତିକି ବେଳକୁ ଦାଉ ସାଧୁଛି ବିଜୁଳି। ଅଘୋଷିତ ବିଜୁଳି କାଟ୍‌‌, ଲୋ-ଭୋଲଟେଜ୍‌‌ ଆଦି ପରିସ୍ଥିତିକୁ ଆହୁରି ଦୟନୀୟ କରିଛି। ଦେଶର ଅନ୍ୟ ରାଜ୍ୟର ସରକାର ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା କଳା […]

ଭୁବନେଶ୍ୱର,୧୧ା୬(ସମିସ): ଅସହ୍ୟ ତାତିରେ ସନ୍ତୁଳି ହେଉଛି ଓଡ଼ିଶା। ଉପକୂଳରୁ ଉପାନ୍ତ, ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମତାପ ଓ ଗୁଳୁଗୁଳିରେ ଲୋକମାନେ ଆଉଟୁପାଉଟୁ ହେଉଛନ୍ତି। ରାଜ୍ୟର ୩୦ ସହରର ପାରଦ ୪୦ ଡିଗ୍ରୀ ଟପିଛି। ଆର୍ଦ୍ରତା ଯୋଗୁଁ ଗୁଳୁଗୁଳିରେ ଲୋକଙ୍କ ଜୀବନ ଅସହ୍ୟ ହୋଇଛି। ଏତିକି ବେଳକୁ ଦାଉ ସାଧୁଛି ବିଜୁଳି। ଅଘୋଷିତ ବିଜୁଳି କାଟ୍‌‌, ଲୋ-ଭୋଲଟେଜ୍‌‌ ଆଦି ପରିସ୍ଥିତିକୁ ଆହୁରି ଦୟନୀୟ କରିଛି।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

ଦେଶର ଅନ୍ୟ ରାଜ୍ୟର ସରକାର ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା କଳା କୌଶଳକୁ ଶିଖୁଛନ୍ତି। ବିଶ୍ୱମଞ୍ଚରେ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲାକୁ ପ୍ରଶଂସା ମିଳୁଛି; କିନ୍ତୁ ସାମାନ୍ୟ କାଳବୈଶାଖୀରେ ରାଜ୍ୟରେ ବିଦ୍ୟୁତ୍‌‌ ବିତରଣ ଦାୟିତ୍ୱରେ ଥିବା ବିଜୁଳି ବିତରଣକାରୀ ସଂସ୍ଥା ଦାୟିତ୍ୱହୀନତାର ପରିଚୟ ଦେଇଛି। ପବନ ବହିବା ଆଗରୁ ବିଜୁଳି ଗାଏବ ହୋଇଯାଉଥିବା ବେଳେ ପବନ ପରେ ବିଜୁଳି ଆଉ ଧରାଛୁଆଁ ଦେଉନାହିଁ। ରାଜ୍ୟର କୋଣଅନୁକୋଣରେ ଅଘୋଷିତ ବିଜୁଳି କାଟ୍‌‌ ଏବେ ସାଧାରଣ ଘଟଣାରେ ପରିଣତ ହୋଇଯାଇଛି। ବିଶେଷକରି ରାଜ୍ୟରେ ଅସହ୍ୟ ତାତି ଏବଂ ଗୁଳୁଗୁଳି ଯୋଗୁଁ ଲୋକେ ସନ୍ତୁଳି ହେଉଥିବା ବେଳେ ଟାଟା ପାୱାରର ବିପର୍ଯ୍ୟସ୍ତ ବିଜୁଳି ସେବା ଗ୍ରୀଷ୍ମକଷ୍ଟକୁ ବହୁଗୁଣିତ କରିଛି। ଏହାକୁ ନେଇ ରାଜ୍ୟବ୍ୟାପୀ ପ୍ରତିବାଦର ସ୍ୱର ତୀବ୍ର ହେଉଥିବା ବେଳେ ବିଦ୍ୟୁତ୍‌‌ ବିତରଣ କମ୍ପାନୀ ଟାଟା ପାୱାର ନିଦାବିଷ୍ଣୁ ସାଜି ବସି ରହିବାକୁ ନେଇ ବୁଦ୍ଧିଜୀବୀ ମହଲ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଟାଟାର ଏ ବିଜୁଳି କଷଣରୁ ସାଧାରଣ ଲୋକେ କେବେ ମୁକ୍ତି ପାଇବେ ତାହା ବର୍ତ୍ତମାନ ସମସ୍ତଙ୍କ ପାଇଁ ବିରାଟ ପ୍ରଶ୍ନବାଚୀ ପାଲଟିଛି। ଏପଟେ ଟାଟାର ବିଜୁଳି ସେବାକୁ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କଡ଼ା ଅସନ୍ତୋଷ ଜାହିର୍‌‌ କରିବା ପରେ ଆସନ୍ତାକାଲି ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି।
ଗତ ନଭେମ୍ବରରେ ଭୁବନେଶ୍ୱରରେ ଅନୁଷ୍ଠିତ ଟାଟା ପାୱାରର ‘ଡିଷ୍ଟ୍ରିବ୍ୟୁସନ ୟୁଟିଲିଟି-ମିଟ୍‌‌’ରେ କମ୍ପାନୀର ସିଇଓ ତଥା ଏମ୍‌‌ଡି ଡ. ପ୍ରବୀର ସିହ୍ନା ବିଦ୍ୟୁତ୍‌‌ ବିତରଣ କ୍ଷେତ୍ରରେ ଟାଟା ପାୱାରର ପ୍ରତିବଦ୍ଧତା ସମ୍ପର୍କରେ ବଖାଣିଥିଲେ। ରାଜ୍ୟରେ ବିଦ୍ୟୁତ୍‌‌ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ୨୪ ଘଣ୍ଟିଆ ବିଦ୍ୟୁତ୍‌‌ ଯୋଗାଣ ପାଇଁ ଟାଟା ପାୱାର ଶହ ଶହ କୋଟି ଟଙ୍କା ବିନିଯୋଗ କରୁଥିବା ବେଳେ ଏହାର ସୁଫଳ ଆଗାମୀ ଦିନରେ ଦେଖିବାକୁ ମିଳିବା ସହ ବିଦ୍ୟୁତ୍‌‌ କାଟ୍‌‌ ଏବଂ ଲୋ-ଭୋଲଟେଜ ସମସ୍ୟା ଦୂର ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ମାତ୍ର ବର୍ତ୍ତମାନର ଚିତ୍ରକୁ ଦେଖିଲେ ଡ. ସିହ୍ନାଙ୍କ ଦୃଢ଼ୋକ୍ତି ଏବଂ ବାସ୍ତବତା ମଧ୍ୟରେ ଯେ ଆକାଶପାତାଳର ପ୍ରଭେଦ ପରିଲକ୍ଷିତ ହେଉଛି।

ଗତ ୮ ତାରିଖରେ ଜଗତସିଂହପୁର, ପାରାଦୀପ, ନିମାପଡ଼ା, କେନ୍ଦ୍ରାପଡ଼ା, ରାଜନଗର, ଓଳାଭର, ସାଲେପୁର ଆଦି ସ୍ଥାନରେ କାଳବୈଶାଖୀ ପ୍ରଭାବରୁ ବିଦ୍ୟୁତ୍‌‌ ସେବା ବ୍ୟାହତ ହୋଇଥିଲା। ତେବେ ପ୍ରାୟ ୮ ହଜାର କର୍ମଚାରୀ ରଖି ଉନ୍ନତ ସମସ୍ୟାର ତ୍ୱରିତ୍‌‌ ସମାଧାନରେ ନିୟୋଜିତ ହୋଇଥିବା ଘୋଷଣା କରିଥିବା ଟାଟା ପାୱାରର ପାରିବାପଣିଆ ସହଜରେ ଧରା ପଡ଼ିଯାଇଥିଲା। କେତେକ ସ୍ଥାନରେ ୧୦ ତାରିଖ ରାତିରେ ବିଜୁଳି ସରବରାହ ସ୍ୱାଭାବିକ ହୋଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ୧୧ ତାରିଖ ରାତିରେ ଲୋକେ ବିଜୁଳି ଦେଖିବାକୁ ପାଇଥିଲେ। ସେହିପରି ଗତ ୮ ତାରିଖରେ ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଅଞ୍ଚଳରେ କାଳବୈଶାଖୀଜନିତ ବିଜୁଳି ବିଭ୍ରାଟ ସଜାଡ଼ିବାକୁ ୩ ଦିନ ଲାଗିଥିବାବେଳେ ଗତକାଲି ପୁଣି ସେହି ଅଞ୍ଚଳରେ କାଳବୈଶାଖୀ ବିଜୁଳି ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ୍‌‌ ସେବା ପୁନର୍ବାହାଲ କରିବାକୁ ଅତିକମ୍‌‌ରେ ୫ ଦିନ ଲାଗିବ ବୋଲି କ୍ଷେତ୍ର କର୍ମଚାରୀମାନେ ଉପଭୋକ୍ତାଙ୍କୁ ଶୁଣାଇ ଦେଇଛନ୍ତି। ସାମାନ୍ୟ କାଳବୈଶାଖୀ ପବନରେ ହେଉଥିବା ବିଦ୍ୟୁତ୍‌‌ ବିଭ୍ରାଟ ସଜାଡ଼ିବାକୁ ଯଦି ଟାଟା ପାୱାରକୁ ୪/୫ ଦିନ ଲାଗୁଛି, ଯଦି କୌଣସି ବଡ଼ ବାତ୍ୟା କିମ୍ବା ବିପର୍ଯ୍ୟୟ ହୁଏ, ତା’ହେଲେ ରାଜ୍ୟର ବିଦ୍ୟୁତ୍‌‌ ଅବସ୍ଥା କ’ଣ ହେବ ତାହା ସହଜରେ ଅନୁମେୟ। କେବଳ କାଳବୈଶାଖୀ ନୁହେଁ; ଖାଲି ସମୟରେ ଅଧରାତିରେ ଏବଂ ବିନା କାରଣରେ ଅଘୋଷିତ ବିଦ୍ୟୁତ୍‌‌ କାଟ୍‌‌ ଏବେ ସାଧାରଣ ଘଟଣାରେ ପରିଣତ ହୋଇଥିବା ବେଳେ ଏହାର ସମାଧାନ ରାସ୍ତା ଟାଟା ପାୱାର ନିକଟରେ ନ ଥିବା ସ୍ପଷ୍ଟ ହୋଇସାରିଛି। ଅପରପକ୍ଷେ ଦାୟିତ୍ୱ ନେବା ପରେ ଭିତ୍ତିଭୂମି ସଜାଡ଼ିବା ପାଇଁ ଟାଟା ପାୱାର ସର୍ବାଧିକ ଗୁରୁତ୍ୱ ଦେଉଥିବା କହୁଥିବା ବେଳେ ଗତ ୩ ବର୍ଷ ମଧ୍ୟରେ ଏହା କାର୍ଯ୍ୟକ୍ଷେତ୍ରରେ ବିଶେଷଭାବେ ପ୍ରତିଫଳିତ ହେଉ ନ ଥିବା ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

ଅପରପକ୍ଷେ ଟାଟା ପାୱାରର ବିଲିଂ ପ୍ରକ୍ରିୟା ଏବଂ ଗ୍ରାହକଙ୍କ ଉପରେ ଜୁଲମକୁ ନେଇ ମଧ୍ୟ ସାଧାରଣରେ ଅସନ୍ତୋଷ ତେଜିଲାଣି। ବିଭିନ୍ନ ରାଜନୈତିକ ଦଳ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ସହ ଆନ୍ଦୋଳନ ଧମକ ମଧ୍ୟ ଦେଇଛନ୍ତି। ସେହିପରି ରାଜ୍ୟ ବିଦ୍ୟୁତ୍‌‌ ଉପଭୋକ୍ତା ମହାସଂଘ ମଧ୍ୟ ସମାନ ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ଗ୍ରାମାଞ୍ଚଳରେ ଲୋକେ ଉତ୍ୟକ୍ତ ହୋଇ ଟାଟା ଅଧିକାରୀଙ୍କୁ ଘେରିବାକୁ ଅଣ୍ଟା ଭିଡ଼ିଲେଣି।

12 Jun 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର